* ଲାଇନ୍ ବିଲ ଦେବାକୁ ଆସିଥିଲେ ସିଧା ସିଧା ମଶାଣି ଗଲେ
* ମିଟର ରିଡ଼ିଂ ପାଇଁ ଯାଇଥିବା ଯୁବକଙ୍କୁ କାତି ରେ ହାଣି ହତ୍ୟା
* ଅଧିକ ବିଲ ଆସିବାରୁ ହତ୍ୟାକାରୀ ସାଜିଲା ଗ୍ରାହକ
*ବିଲ ଦେଖି ମୁଣ୍ଡକୁ ଚଢ଼ିଲା ପିତ୍ତ, କାତିରେ ପକାଇଲେ ଚୋଟ ପରେ ଚୋଟ
ସାବଧାନ ଲାଇନ୍ ମ୍ୟାନ, ଆଉ ସାବଧାନ ବିଦ୍ୟୁତ୍ ବିଭାଗରେ କାମ କରୁଥିବା ଲୋକ ମାନେ। ଟିକିଏ ଭୁଲ ହେଇଗଲେ କେତେ ବେଳେ ବି ହଣା ଖାଇ ପାରନ୍ତି ଆଉ ସିଧା ସିଧା ଜାଇ ପାରନ୍ତି ମଶାଣି। ହସରେ ଖୁସିରେ ଘରୁ ଯାଇଥିବେ କିନ୍ତୁ ଶବ ହୋଇ ଫେରିବେ। କାରଣ ସେମିତି ଏକ ଘଟଣା ଏବେ ଘଟି ଯାଇଛି।
ସାମାନ୍ୟ ଟିକିଏ ଅଧିକ ଟଙ୍କାର ବିଲ ପାଇଁ ମଣିଷ କେତେ ତଳକୁ ଖସି ପାରେ ଆଉ ନୃଶଂସ ସାଜିପାରେ, ଏ ଘଟଣା ଦେଖିଲେ କାହାର ବି ସହଜରେ ବିଶ୍ଵାସ ହେବନି। ଲାଇନ୍ ବିଲ ଅଧିକ ଆସୁଥିବାରୁ ଘରକୁ ମିଟର ରିଡ଼ିଂ ପାଇଁ ଯାଇଥିବା ଯୁବକଙ୍କୁ , ସେଇ ଘର ଭିତରେ ହିଁ ହାଣି ହାଣି ମାରିଦେଲେ। ବିଲ ଦେଖି ମୁଣ୍ଡକୁ ଚଢ଼ିଗଲା ପିତ୍ତ, ଆଉ ସେଇଠି ହିଁ ଧାରୁଆ କାତି ରେ ମାରୀ ଚାଲିଲେ ଚୋଟ ପରେ ଚୋଟ।
ଗଞ୍ଜାମ ତାରାସୀଙ୍ଗି ଥାନା କୁପାଟି ଗାଁରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ।ମିଟର ରିଡ଼ିଂ ନେବା ପାଇଁ ଯାଇଥିବା ଯୁବକ ଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା।ମୃତକ ଜଣକ ହେଲେ ଗାଲେରି ଗ୍ରାମର ଲକ୍ଷ୍ମୀ ନାରାୟଣ ତ୍ରୀପାଠୀ।ସେ ଆଜି ସକାଳ ସମୟରେ କୁପାଟି ଗ୍ରାମର ଗୋବିନ୍ଦ ସେଠୀ ଙ୍କ ଘରେ ମିଟର ରିଡିଂ ନେଉଥିବା ବେଳେ ଅଧିକ ବିଲ୍ ଆସୁଛି କହି ବଚସା କରିଥିଲେ ଉପୋଭୋକ୍ତା ଗୋବିନ୍ଦ।ବଚସା କୁ କେନ୍ଦ୍ର କରି ଘଟଣା ଉଗ୍ରରୂପ ନେଇଥିଲା । ଆଉ ଘରେ ରଖିଥିବା ଏକ ଧାରୁଆ କାତିରେ ଲକ୍ଷ୍ମୀ ନାରାୟଣ ଙ୍କୁ ଚୋଟ ଉପରେ ଚୋଟ ପକାଇ ଥିଲେ। ଶେଷରେ ଘଟଣା ସ୍ଥଳରେ ଲକ୍ଷ୍ମୀ ନାରାୟଣ ଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ଚାରିଆଡ଼େ ପ୍ରଘଟ ହେବା ପରେ ଗାଲେରି ଗାଁର ମୃତକ ଙ୍କ ସମ୍ପର୍କୀୟ ମାନେ ଆସି ପହଞ୍ଚିଥିଲେ । ତେବେ ହତ୍ୟାକାରି ଙ୍କୁ କାବୁ କରିବା ବେଳେ ଅନ୍ୟ ଜଣେ ଯୁବକ ରୀଙ୍କୁ ନାୟକ କାତି ଚୋଟରେ ଗୁରୁତର ହୋଇଥିଲେ। ଗୋବିନ୍ଦଙ୍କୁ ମାଡ଼ି ବସି ଧରିବା ବେଳେ ହତ୍ୟାକାରୀ ଗୋବିନ୍ଦ ବି ଗୁରୁତର ଆହତ ହୋଇଥିଲେ । ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାରୀ ଓ ଗୁରୁତର ଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲ ରେ ଭର୍ତି କରିଛି।ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଅନ୍ୟପଟେ ଘଟଣା ସ୍ଥଳରେ ଟାଟା କମ୍ପାନୀ ର କୌଣସି ବିଦ୍ୟୁତ୍ ବିଭାଗ ଅଧିକାରୀ ପହଞ୍ଚି ନଥିବାରୁ ମିଟର ରିଡର୍ ମାନେ ଉତେଜନା ଜାରି ରଖିଛନ୍ତି। କ୍ଷତି ପୂରଣ ଦେବା ସହିତ ପରିବାରର ଜଣ ଙ୍କୁ ଚାକିରି ଯୋଗାଇ ଦେବାର ପ୍ରତିଶୃତି ମିଳିଲେ ମୃତଦେହ ଉଠାଇ ବେ ବୋଲି କହିଛନ୍ତି ମିଟର ରିଡର୍ ସଂଘ। ତେବେ ଏହି ଘଟଣା ଆଗକୁ କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଛି।