ମୁଁ ନୁହେଁ ମୋ ଆତ୍ମା କହୁଛି ......!!!

ମୋ ଆତ୍ମା ଆଯିବି ସେହି ନଦୀର  ଆଖପାଖରେ ଘୂରିବୁଲୁଛି .....!!

ସେ ଦିନ ମୋର କୋଉ ଦୁର୍ଭାଗ୍ଯ ପଡିଥିଲାଯେ ମୋ ସହିତ ଏମିତି ଘଟିଲା .....!!

ସେହି ରାକ୍ଷସ କୁମ୍ଭୀରଟା ସତେ ଯେମିତି ମୋତେ ଚାହିଁ ରହିଥିଲା ....ଆଉ ମୋ ଦୃର୍ବଳତାର ଫାଇଦା ଉଠାଇ ମୋତେ ପାଣି ଭିତରକୁ ଟାଣିନେଇ ଗଲା ....!!

“ ହଁ ଦର୍ଶକ ବନ୍ଧୁ ”....!!

   ଆଜି ମୁଁ ତୁମକୁ ମୋ ମୃତ୍ୟୁ ବିଷୟରେ କହିବି, କେମିତି ସେହି ରାକ୍ଷସ କୁମ୍ଭୀରଟା ପାଣି ଭିତରେ ମୋତେ ଟାଣି ନେଇ ଛଟ୍ ପଟ୍ କରି  ମାରିଦେଲା |

ମୁଁ ସେଦିନ ଆମ ଗାଁ ବିରୂପ ନଦୀ କୁଳକୁ ଲୁଗାସଫା କରିବାକୁ ଯାଇଥିଲି । ଆମେ ସମସ୍ତେ  ସେହି ବିରୂପ ନଦୀ କୁଳରେ ଗାଧେଇବା ,ଲୁଗାସଫା କରିବା ପାଇଁ ସେହି ନଦୀ କୁଳକୁ ଯାଇଥାଉ । ସେଦିନ ବି ମୁଁ ମୋର ଘରର ସବୁ ଲୁଗା ପଟା ଓ ଶାଶୁ ,ଶଶୁରଙ୍କ ଓ ପିଲମାନଙ୍କର ଲୁଗା ପଟା,ଡ୍ରେସ ସଫା କରିବା ପାଇଁ ଯାଇଥିଲି ।କିନ୍ତୁ ମୁଁ ସେଦିନ ଏକା ଯାଇନଥିଲି ସେହି ନଦୀକୂଳକୁ ମୋ ସହିତ ମୋ ସାନ ଯାଆ ମଧ୍ୟ ଆସିଥିଲା । ଆମେ ଦୁଇଜଣ ସାଙ୍ଗ ହୋଇ ସେହି ନଦୀ କୁଳକୁ ଯାଇଥିଲୁ  । ମୋ ସାନ ଯା ନଦୀର ଉପର ଘାଟରେ ଛିଡା ହୋଇଥିଲା  ।

ଆଉ ମୁଁ ଲୁଗା ସଫା କରିବା ପାଇଁ ତଳକୁ ଯାଇଥିଲି । ଆଉ କେହିବି ଆମ ପାଖରେ ନଥିଲେ  । ଆଉ ମୁଁ ଜାଣିନ ଥିଲି ସେହି ପାଣି ଭିତରେ ସେ ମଣିଷଖିୟା  କୁମ୍ଭୀର ରାକ୍ଷସଟା ଛାପି ବସିଥିବ ବୋଲି, ମୁଁ ଜାଣିନ ଥିଲି ସେଥିପାଇଁ ମୋର ଲୁଗା ସଫା  କରିବାରେ ବ୍ୟସ୍ତ ଥିଲି ହଟାତ୍ ସେହି କୁମ୍ଭୀରଟା ମୋତେ ଝାମ୍ପି ନେଇଗଲା । ତାର  ବିଶାଳ ପାଟି  ଭିତରେ ମୋତେ ମାରିଦେଲା ଆଉ ମୁଁ  କିଛି କରି ପାରିଲି ନାହିଁ। ଏହାପରେ ମୁଁ  ବଡ ପାଟି କରି ଇଲୋ ମା ଲୋ ,ବଉ ଲୋ କହି ପାଟିକରିବାକୁ ଲାଗିଲି । 


ଏହି ସମୟରେ ମୋ ସାନ ଯା , ନଦୀ ଉପରେ ଥାଇ କିଛି ବି କରିପାରୁନ ଥିଲା । କାରଣ ସେ ନିରୂପାୟ ହୋଇଯାଇଥିଲା । ସେ ଚାହିଁଲେବି ମୋତେ ସେହି ରାକ୍ଷସ କୁମ୍ଭୀରଟାରୁ ରକ୍ଷା କରିପାରୁନ ଥିଲା । ମୋ ଯା ମଧ୍ୟ ପାଟି କରୁଥିଲା କିନ୍ତୁ ସେତେବେଳକୁ ସେହି  କୁମ୍ଭୀରଟା ମୋତେ ଘୋଷାଡ଼ି ଘୋଷାଡ଼ି ନଦୀର ମାଝିକୁ ନେଇ ଚାଲିଗଲା । ଏହାପରେ ମୋ ଯା ଗାଁ କୁ ଯାଇ ଗାଁ ଲୋକଙ୍କୁ ଡାକିଲା ଗାଁ ଲୋକ ମାନେ ମଧ୍ୟ ପାଟି କରିଲେ , ହେଲେ ମଧ୍ୟ ସେହି କୁମ୍ଭୀରଟା ସୁଣୁନଥାଏ। ମୋତେ ଝିକି ନେଇ ଝୁଣି ଝିଣି କରି ଖାଇଦେଲା। 
ମୋତେ ପାଣିରେ ପିଟି ପିଟି କରି ମାରିଲା । ତା ପରେ ଖବର ପାଇବା ପରେ ଅଗ୍ନିସମ ବିଭାଗର ଲୋକ ଆସିଥିଲେ, କିନ୍ତୁ ସେମାନେ ଆସିବା ବେଳକୁ ସବୁ କିଛି ସରିଯାଇଥିଲା । କେବଳ ପାଣି ଭିତରେ ଭାସୁ ଥିଲା ମୋର ମୁଣ୍ଡ ନଥିବା ଶବ ଟିଏ । 

 ହେ ଭଗବାନ .......
  ମୋ ପିଲା ଛୁଆଙ୍କ କ’ଣ  ହେବ ....! 
ହେ ଜଗନ୍ନାଥ  ତୁମେ ହି ସାହା ଭରସା ......।

Tags :- # news # tvp news9 # tvp # tvpnews

Share With