* କେତେ ଟଙ୍କା ଦରମା ପାଆନ୍ତି ଆର୍ମିର ଅଫିସର ମାନେ
* ସେନା ବାହିନୀର ଯବାନ ମାନେ କେତେ ଟଙ୍କା ରୋଜଗାର କରନ୍ତି
* ଇଣ୍ଡିଆନ ଆର୍ମି ରେ ଚାକିରି କଲେ ମିଳେ କେଉଁ ସବୁ ସୁବିଧା
ସେମାନେ ରାତି ଅନିଦ୍ରା ରହି ଦେଶକୁ ଜଗି ରହିଛନ୍ତି, ତେଣୁ ଆମେ ଘର ଭିତରେ ଶାନ୍ତିରେ ଶୋଇ ପାରୁଛେ। ସେମାନେ ନିଜ ଜୀବନକୁ ବାଜିରେ ଲଗେଇ ଶତ୍ରୁ କବଳରୁ ଦେଶକୁ ରକ୍ଷା କରନ୍ତି ବୋଲି ଆମେ ଆମେ ବିନା ଭୟରେ ଜୀବନ କାଟୁଛୁ। ଏବେ ଆପଣମାନେ ବୁଝି ପାରୁଥିବେ ଆମେ କାହା କଥା କହୁଛୁ। ଖରା ବର୍ଷା ଶୀତ କୁ ଖାତିର ନକରି, ଆତଙ୍କବାଦୀ ମାନଙ୍କୁ ଜଗି ରହୁଥିବା, ବୀର ଯବାନଙ୍କ କଥା କହୁଛୁ। ତେବେ ଆପଣମାନେ ଜାଣନ୍ତି କି ଇଣ୍ଡିଆନ ଆର୍ମିର ଅଫିସର କମାଣ୍ଡର ଏବଂ ଯବାନ ମାନେ କେତେ ଟଙ୍କା ଦରମା ପାଆନ୍ତି। ଆଉ ସେମାନଙ୍କୁ ଆର୍ମି ତରଫରୁ କଣ ସବୁ ସୁବିଧା ମିଳେ। କେଉଁ ରାଙ୍କ ର ଅଫିସର ସବୁଠାରୁ ଅଧିକ ଦରମା ପାଆନ୍ତି ଆଉ କେଉଁ ଯବାନ ସବୁଠାରୁ ଅଧିକ ସୁବିଧା ପାଆନ୍ତି। ସମ୍ପୂର୍ଣ ତଥ୍ୟ ଜାଣିବା ପାଇଁ ଭିଡିଓ କୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ।
ଭାରତ ମାତାର ଏହି ବୀର ଯବାନ ମାନେ ହେଉଛନ୍ତି ଦେଶର ଜାତୀୟ ସମ୍ପତ୍ତି, ଆମର ଗର୍ବ ଓ ଗୌରବ। ସେମାନଙ୍କ ପାଇଁ ଦେଶର ସୀମା ସୁରକ୍ଷିତ ହୋଇ ରହିଛି, ନିଜ ଦେହରୁ ରକ୍ତ ଝରେଇ ସେମାନେ ଭାରତକୁ ଖୁସିରେ ରଖିଛନ୍ତି। କେବଳ ସେମାନଙ୍କର ବଳିଦାନ ପାଇଁ ଦେଶ ଆଜି ନିର୍ଭୟରେ ରହିଛି। ତେଣୁ ତାଙ୍କର ସେବା ଆଉ ତ୍ୟାଗ ଆଗରେ ଦରମା ଟଙ୍କା କିଛି ବି ନୁହେଁ। ତଥାପି ସେମାନଙ୍କୁ କେତେ ଦରମା ମିଳେ ଜାଣି ନିଅନ୍ତୁ।
ମାଟି ମାଆର ସେବା କରିବା ପାଇଁ ସେନାର ବିଭିନ୍ନ ପଦବୀ ପାଇଁ ପ୍ରତିବର୍ଷ ବିଜ୍ଞପ୍ତି ବାହାରିଥାଏ ଏବଂ ପ୍ରତିବର୍ଷ ହଜାର ହଜାର ଯୁବକ ଚାକିରି ପାଇଁ ସେନାରେ ଭର୍ତ୍ତି ହୋଇଥାନ୍ତି । ତେବେ ଆର୍ମୀରେ ଉଚ୍ଚ ପଦବୀରେ ଥିବା ଅଫିସରଙ୍କୁ ଅଧିକ ଦରମା ମିଳିଥାଏ । ଆସନ୍ତୁ ଜାଣିବା କେଉଁ ଉଚ୍ଚ ପଦବୀର ଅଫିସରଙ୍କୁ କେତେ ଦରମା ମିଳିଥାଏ ।
ଆର୍ମୀ ମୁଖ୍ୟ ବା ଚିଫ୍ ଅଫ୍ ଡିପେନ୍ସ ସିଷ୍ଟମ୍ ବା CDS ଙ୍କ ମାସିକ ଦରମା ୨ଲକ୍ଷ ୫୦ ହଜାର ଟଙ୍କା ହୋଇଥାଏ । ଏହାଛଡା ସିଡିଏସଙ୍କୁ ଅନ୍ୟ ସୁବିଧା ମଧ୍ୟ ଦିଆଯାଇଥାଏ । ସିଡିଏସକୁ ଦେଶର ସବୁଠୁ ମର୍ଯ୍ୟାଦା ଜନକ ପଦବୀ ଭାବେ ଗଣାଯାଇଥାଏ ।
ଆର୍ମୀରେ ଜେନେରାଲ ପୋଷ୍ଟକୁ ବି ଉଚ୍ଚ ପଦବୀ ଭାବେ ଗଣନା କରାଯାଏ । ଜଣେ ଆର୍ମୀ ଜେନେରାଲଙ୍କ ମାସିକ ଦରମା ସିଡିଏସଙ୍କ ଦରମା ସହିତ ସମାନ ହୋଇଥାଏ । ଅର୍ଥାତ୍ ଜେନେରାଲ ପଦବୀରେ ଥିବା ଅଧିକାରୀଙ୍କୁ ମଧ୍ୟ ମାସିକ ୨ ଲକ୍ଷ ୫୦ ହଜାର ଟଙ୍କା ମିଳିଥାଏ ।
ସେହିପରି ଆର୍ମିର ଲେପ୍ଟନାଣ୍ଟ ଜେନେରାଲଙ୍କ ମାସିକ ଦରମା ୧ଲକ୍ଷ ୮୨ ହଜାର ହୋଇଥାଏ । ସମୟ ଅନୁସାରେ ଦରମା ମଧ୍ୟ ବୃଦ୍ଧି ହୋଇଥାଏ ।
ମେଜର ଜେନରାଲ ରାଙ୍କର ଅଧିକାରୀଙ୍କୁ ମାସକୁ ୧ଲକ୍ଷ ୪୪ ହଜାର ଟଙ୍କା ଦରମା ମିଳିଥାଏ ।
ଆର୍ମୀରେ ବ୍ରିଗେଡିୟରଙ୍କ ପଦବୀକୁ ମଧ୍ଯ ଉଚ୍ଚ ପଦସ୍ତ ପଦବୀରେ ଗଣାଯାଇଥାଏ । ସିଡିଏସଙ୍କ ମାଧ୍ୟମରେ ବ୍ରିଗେଡିୟରଙ୍କ ଚୟନ କରାଯାଇଥାଏ । ବ୍ରିଗେଡିୟରଙ୍କୁ ପ୍ରତି ମାସ ୧ଲକ୍ଷ ୪୦ ହଜାର ଟଙ୍କା ଦରମା ମିଳିଥାଏ ।
ସେହିପରି ଆର୍ମୀର କର୍ନଲଙ୍କୁ ପ୍ରତି ମାସ ୧ଲକ୍ଷ ୩୯ହଜାର ଟଙ୍କା ଦରମା ଦିଆଯାଇଥାଏ । ଏହା ସହିତ କର୍ନଲଙ୍କୁ ରହିବା ପାଇଁ କ୍ୱାଟର୍, ଯାତାୟତ କରିବା ପାଇଁ ଗାଡି ଏବଂ ଅନ୍ୟାନ ସୁବିଧା ଯୋଗାଇ ଦିଆଯାଏ । କେବଳ କର୍ନଲଙ୍କୁ କ୍ୱାଟର ଏବଂ ଗାଡି ମିଳିଥାଏ ତା’ ନୁହେଁ ଅନ୍ୟ ଉଚ୍ଚ ପଦସ୍ଥ ପଦବୀରେ ଥିବା ଅଫିସରଙ୍କୁ ବି ଏହି ସୁବିଧା ମିଳିଥାଏ ।
ସବୁଠୁ ବଡକଥା ହେଉଛି ଏମାନେ ଦରମା ଅପେକ୍ଷା ନିଜର ଡ୍ୟୁଟିକୁ ଅଧିକ ଭଲପାଇଥାନ୍ତି । ପ୍ରତି ମୁହୁର୍ତ୍ତରେ ଦେଶ ମାତୃକାର ସୁରକ୍ଷା ପାଇଁ ଶତ୍ରୁ ସହ ଲଢିବାକୁ ପ୍ରସ୍ତୁତ ରହିଥାନ୍ତି ।ସେଥିପାଇଁତ ଆଜି ଆମ ଦେଶ ଇଣ୍ଡିଆନ ଆର୍ମୀକୁ ନେଇ ଗର୍ବ କରୁଛି । ତେବେ ଆଶା କରୁଛୁ ଆର୍ମି ଅଫିସର ମାନଙ୍କ ଦରମା ବିଷୟରେ ଆପଣ ବୁଝି ପାରିଥିବେ।