Trending
Friday , January 17 , 2025

ଚନ୍ଦ୍ରପୃଷ୍ଠରେ ବୁଲୁଛି ରୋଭୋର୍ 'ପ୍ରଜ୍ଞାନ '......!!

ନୂଆ ନୂଆ ମାମୁଁଘରଗାଁ ବୁଲି ଦେଖୁଛି ରୋଭୋର୍ ପ୍ରଜ୍ଞାନ .....!!

ଜହ୍ନ ବାବଦରେ ଜିଜ୍ଞାସା ମେଣ୍ଟାଉଛି ସ୍ୱଦେଶୀ 6ଚକିଆ ରୋବଟ୍......!!

 ଚନ୍ଦ୍ରପୃଷ୍ଠରେ ଚିରଦିନ ଲାଗି ଛାଡିଚାଲୁଛି  ଗୌରବମୟ ପାଦ ଚି଼ହ୍ନ.....!!


"""  ହଁ ଦର୍ଶକ ବନ୍ଧୁ """......!!


     ରୋଭୋର୍ ପ୍ରଜ୍ଞାନକୁ ନେଇ ଯାଇଥିବା ଲ୍ୟାଣ୍ଡର ବିକ୍ରମରୁ ଅଲଗା ହୋଇ ଚନ୍ଦ୍ରପୃଷ୍ଠରେ ବୁଲୁଛି  'ପ୍ରଜ୍ଞାନ’। ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ତଥ୍ୟ ସଂଗ୍ରହ କରୁଛି  'ପ୍ରଜ୍ଞାନ’ । ହେଲେ ଜହ୍ନରେ ଜଳ ଖୋଜିବା ଚନ୍ଦ୍ରୟାନ -3 ମିଶନର ମୁଖ୍ୟ ଲକ୍ଷ । କୁହାଯାଏ ଯେ ସୂର୍ଯ୍ୟାଲୋକ ଚନ୍ଦ୍ରର ଦକ୍ଷିଣ ମେରୁରେ କ୍ଷୀଣ ହୋଇ ପଡୁଥିବାରୁ ବହୁ ଅଞ୍ଚଳ ଥିବାରୁ ସେଠାରେ ମାଟି ତଳେ ଜଳ ଥାଇ ପାରେ ବୋଲି କୁହାଯାଉଛି । ଯଦି ଜଳର ପ୍ରମାଣ ମିଳେ ଚନ୍ଦ୍ରରେ ଜନବସତି ସ୍ଥାପନ ସମ୍ଭବ ପର ହେବ ବୋଲି କୁହାଯାଇଛି ।  ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ଓ ରୋଭୋର୍ ପ୍ରଜ୍ଞାନ୍ ପରସ୍ଵର ଫୋଟ ଉଠାଇବାର ଥିବା ବେଳେ ଏହା ଉପରେ ସମସ୍ତଙ୍କର ନଜର ରହିଛି । ଗାଡି ଭଳି ଦଖା ଯାଉଥିବା ଏହି ରୋଭୋର୍ ର 6 ଟି ଚକ ,ସୋଲାର୍ ପ୍ୟାନେଲ୍ ,2 ଟି ପେ'ଲୋଡ ଓ 2 ଟି ନାଭିଗେସନ୍ କ୍ୟାମେରା ରହିଛି । 

ଚନ୍ଦ୍ରାୟାନ ଅବତରଣ ସ୍ଥଳରେ ସୂର୍ଯ୍ୟାଲୋକ ଥିବା ଯାଏଁ ଏହା ଆଗକୁ ଗଡିବ ଏବଂ ଏହା ଅବତରଣ ସ୍ଥଳରେ ସୂର୍ଯ୍ୟାଲୋକ ଥିବାବେଳେ ଆଉ 12 ରୁ 13 ଦିନ କାର୍ଯ୍ୟ କରିବ । ଏହି ପ୍ରଜ୍ଞାନ ରୋଭୋର୍ ଓଜନ ପ୍ରାୟ 26 କିଲୋଗ୍ରାମ୍ । 


               “ କ’ଣ ଆପଣ ମାନେ ଜାଣନ୍ତି କି ଏହି ଚନ୍ଦ୍ରୟାନ-3 ସଫଳତାରେ ଜଣେ ଓଡିଆ ପୁଅଙ୍କ ହାତ ରହିଛି । ସେ ହେଉଛନ୍ତି ବୈଜ୍ଞାନିକ ସୁଶୀଲ୍ କୁମାର ନାୟକ । ଘର କେନ୍ଦ୍ରପଡା ଜିଲ୍ଲା ,ପଟାପଟେଇ ବାଲିଆ ଗାଁର । ପିଲାଟି ଦିନରୁ ସେ ଗବେଷଣା ସମ୍ପର୍କରେ ବୁଝିରଖୁଥିଲେ  । ସଫଳତା ସହ ମାଟ୍ରିକ୍ ପାସ୍ କରି ସୁଶୀଲ୍ ଯୁକ୍ତ2 ବିଜ୍ଞାନରେ ଉତ୍ତିନ୍ନ ହୋଇଥିଲେ | ପରେ ମେକାନିକ୍ ଇଂଜିନିୟରିଙ୍ଗ ଡିଗ୍ରୀ ହାସଲ କରି ଉତ୍ତିନ୍ନ ହୋଇଥିଲେ ଓ କର୍ମ ମୟ ଜୀବନ ଆରମ୍ଭ କରିଥିଲେ | 
ଏବଂ ଚନ୍ଦ୍ରୟାନ-3 ସଫଳତାହେବା ପରେ   ସୁଶୀଲ ଙ୍କ ଗାଁରେ ମିଠା ବାଣ୍ଟି ଉତ୍ସବ ପାଳନ କରିଛନ୍ତି ।

Tags :- # news # tvp news9 # tvp # tvpnews

Share With