ହୁମ୍ମା ମନ୍ଦିର ବକ୍ର ହେବା ପଛରେ କ’ଣ ରହିଛି ରହସ୍ୟ !
ଏଠି ସତରେ କ’ଣ ମାଛ ଖାଇଲେ, ମଣିଷ ପାଲଟି ଯାଏ ପଥର !
ଆଉ ଏହି ମନ୍ଦିର ର ନାମ କାହିଁକି ରଖା ଯାଇଥିଲା ହୁମ୍ମା !
ଏହିସବୁ କିମ୍ବଦନ୍ତୀ ପଛରେ କ’ଣ ରହିଛି ରହସ୍ୟ !
ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର !  
"ଦର୍ଶକ ବନ୍ଧୁ"
    ବ୍ରହ୍ମାଣ୍ଡରେ ଏମିତି ଅନେକ ସ୍ଥାନ ରହିଛି, ଯାହାର କିମ୍ବଦନ୍ତୀ ଏତେ ରହସ୍ୟ ଜନକ ଯେ, ଯେ କେହିବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ! ଆଉ ଚିନ୍ତା କରିବେ ଯେ ସତରେ କ'ଣ କିମ୍ବଦନ୍ତୀ ବୟାନ କରୁଥିବା କଥା ସତ ନା କାଳ୍ପନିକ ! ଆଜି ଆମେ ଏପରି ଏକ ମନ୍ଦିର ବିଷୟରେ ସୂଚନା ଦେବୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ! ସେହି ମନ୍ଦିର ଟିରନାମ ହେଉଛି ହୁମ୍ମା ମନ୍ଦିର ବା ବକ୍ର ନାମରେ ମଧ୍ୟ ପରିଚିତ ! ଏହି ମନ୍ଦିର ବରଗଡ ଜିଲ୍ଲା ଭେରଣ ଅଞ୍ଚଳରେ ଅବସ୍ଥିତ ବୋଲି ଜଣ ପଡିଛି ! ଆଉ ଜଣାପଡିଛି ଯେ ଏହି ମନ୍ଦିର ରେ ଥିବା ମାଛ ଗୁଡିକୁ ଯିଏ ଖାଉଛି ସେ ମଣିଷ ରୁ ପଥର ପାଲଟି ଯାଉଛନ୍ତି ! କିମ୍ବଦନ୍ତୀ ଅନୁସାରେ ସେହି ପାଖରେ ଏକ ପରିବାର ରହୁଥିଲେ, ଆଉ ସେମାନେ ଗାଈ ଚରାଇବାକୁ ପାହାଡ କୁ 
ନେଇଥାନ୍ତି ! ଆଉ ସେହି ଗାଇଟି ନିଘଞ୍ଚ ଜଙ୍ଗଲରେ ବୁଲି ସନ୍ଧ୍ଯା ସମୟରେ ଫେରୁଥିଲା !

    ସେହି ପରିବାର ଲୋକେ ଗାଈ ଠାରୁ କ୍ଷୀର ପାଇ ନପାରିବାରୁ ବହୁତ ଚିନ୍ତିତ ଥିଲେ, ଦିନେ ଗାଈ ଚରାଳି ଗାଈକୁ ନିଘଞ୍ଚ ଜଙ୍ଗଲ ମଧ୍ୟ କୁ ନେଇ ଗାଈକୁ ଅନୁସରଣ କରିଲା ! ଆଉ ଶେଷରେ ଗାଈ ଜଗୁଆଳି ଯାହା ନିଜ ଆଖି ଆଗରେ ଦେଖିଲା ସେ ଆଶ୍ଚର୍ଯ୍ୟ ହୋଇଗଲା ! ଗାଈଟି ଘଞ୍ଚ ଜଙ୍ଗଲରେ ଏକ ପଥର ଉପରେ ଚୁପ୍ ଚାପ୍ ଛିଡା ହୋଇଥିଲା ଏବଂ ତାର ଚିରରୁ ମନକୁ ମନ ଏକ ପଥର ଉପରେ କ୍ଷୀର ପଡୁଥାଏ ଆଉ ସେହି ପଥରଟି ଶିବଲିଙ୍ଗ ଆକୃତିର ହୋଇଥିଲା ! 
ଗାଈ ଜଗୁଆଳି ଯାହା ନିଜ ଆଖିରେ ଦେଖିଥିଲା ସବୁ ଯାଇ ଗୃହ କର୍ତ୍ତାଙ୍କୁ ଜଣାଇଲା ! ଆଉ ସେହି ଗୃହକର୍ତ୍ତାଙ୍କୁ ସ୍ଵପ୍ନାଦେଶ ହେଲା କି ସେଠାରେ ମନ୍ଦିର ନିର୍ମାଣ କରି ପୂଜାଅର୍ଚନା କରିବାକୁ ! ସେହି ଦିନଠାରୁ ସେଠାରେ ପୂଜାଅର୍ଚନା ଆରମ୍ଭ କରଯାଇଥିଲା, ଆଉ ଏ କଥା ସମ୍ବଲପୁରର ତତ୍କାଳୀନ ରାଜା ବଲରାମ ଦେବ ଜାଣି ସେହି ମନ୍ଦିରକୁ ଯାଇଥିଲେ ! 

    ଆଉ ସେହି ଦିନ ରାତିରେ ପ୍ରଭୁ ଶଙ୍କର ରାଜା ବଲରାମଙ୍କୁ ସ୍ଵପ୍ନାଦେଶ ହୋଇ କହିଲେ ମନ୍ଦିର ନିର୍ମାଣ କରିବା ପାଇଁ ! ସ୍ଵପ୍ନାଦେଶ ପରେ ସେଠାରେ ମନ୍ଦିର ନିର୍ମାଣ ହୋଇ ଏ ପର୍ଜ୍ଯନ୍ତ ପୂଜାଅର୍ଚନା ଚାଲି ରହିଛି ! କିମ୍ବଦନ୍ତୀ ଅନୁସାରେ ସେଠାରେ ଥିବା ମହାନଦୀରେ କଡ ନାମକ ପ୍ରଜାତିର ଏକ ମାଛ ଅତ୍ୟଧିକ ମାତ୍ରାରେ ଦେଖିବାକୁ ମିଳିଥାଏ ! ଦିନେ ମହିଳା ଜଣକ ସେଠାରୁ ମାଛ ଆଣି ପନିକିରେ କାଟିବା ସମୟରେ ସେ ମହିଳା ମଣିଷରୁ ପଥର ପାଲଟି ଯାଇଥିଲା ! ଆଉ ମନ୍ଦିର ବକ୍ର ହେବାକୁ ନେଇ ଅନେକ ପ୍ରଶ୍ନ ଶୁଣିବାକୁ ମିଳୁଥିଲା ! ଆଉ କୁହାଯାଉଥିଲା ଯେ ଏହି ମନ୍ଦିର କୁଆଡେ ବନ୍ୟା ଦାଉରୁ ରକ୍ଷା କରାଇବା ପାଇଁ ଏହି ମନ୍ଦିର ବକ୍ର ଭାବେ ତିଆରି କରଯାଇଥିଲା ଏବଂ କେତେକ ଲୋକେ କୁହନ୍ତି ଯେ ଏହି ମନ୍ଦିର କୁଆଡେ ବନ୍ୟା ଯୋଗୁଁ ବକ୍ର ହୋଇଯାଇଛି !  ଆଉ ଏହି ସବୁ କଥା କିମ୍ବଦନ୍ତୀରେ ମଧ୍ୟ ଉଲ୍ଲେଖ ରହିଛି ! ସତରେ କ'ଣ
ସେହି ମାଛକୁ ଖାଇଲେ ମଣିଷ ରୁ ପଥର ପାଲଟି ଯାଆନ୍ତି ! ସେହି ଗାଈ କ୍ଷୀର ଦେଲା ବେଳେ ହୁମ୍ମା ହୁମ୍ମା ରଡି ଛାଡୁଥାଏ, ସେହି ଗାଈର ହୁମ୍ମା ହୁମ୍ମା ରଡିକୁ ମନ୍ଦିରର ନାମ ହୁମ୍ମା ମନ୍ଦିର ରକ୍ଷା ଯାଇଥିଲା ! 


ବ୍ୟୁର ରିପୋର୍ଟ Tvpnews9

Tags :- # news # tvp news9 # tvp # tvpnews

Share With