ଧର୍ମର ମୂଳ ତତ୍ଵ ହେଇଛନ୍ତି ସୂର୍ଯ୍ୟ ।
ଚର୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି ସୂର୍ଯ୍ୟ ମନ୍ଦିର କୋଣାର୍କ ଚକ୍ର ।
G 20 ସମିତିରେ ଭାରତ ମଣ୍ଡପରେ ସୋଭା ପାଉଛି କୋଣାର୍କ ଚକ୍ର ।
କୋଣାର୍କ ଚକ୍ର କୁ ନେଇ ସାରା ବିଶ୍ଵରେ ଛାଡ଼ ଚର୍ଚା ର କାରଣ ପାଲଟିଛି ! କୋଣାର୍କ ମନ୍ଦିର ସୂର୍ଯ୍ୟ ଦେବତାଙ୍କୁ ପୂଜା କରାଯାଇଥାଏ ! ଯେତେବେଳେ ଦେଶ ବାହାରେ ଓ ବିଶ୍ଵ ଦରବାର ରେ କୋଣାର୍କ ଚକ୍ର କଥା ମନକୁ ଆସେ ସେତେବେଳେ ସାମ୍ନାକୁ ଆସିଯାଏ କୋଣାର୍କ ମନ୍ଦିର ! ଆଜି ପୁଣିଥରେ ସାରା ବିଶ୍ଵ ଦେଖିଛି କୋଣାର୍କ କାରୁକାର୍ଯ୍ୟ ର ଝଲକ୍ !
G20 ସମିତିରେ ଭାରତ ମଣ୍ଡପରେ ସୋଭା ପାଉଛି କୋଣାର୍କ ଚକ୍ର ! ଯେଉଠି ଲାଗିଛି G20 ନେତା ମାନଙ୍କ ଗହଳି ! ଏହି ଦୃଶ୍ୟ କୁ ଦେଖି ଆଜି ପ୍ରତୀଟି ଓଡିଆମାନେ ଗର୍ବିତ ! ଯେତେବେଳେ ବିଶ୍ଵର ବଡବଡ ନେତାଙ୍କୁ G20 ସମିଳନୀ କୁ ସ୍ଵାଗତ କରୁଥିଲେ ପ୍ରଧାନମନ୍ତ୍ରୀ ମୋଦୀ ସେହି ସମୟରେ ନଜର ଆସିଥିଲା କୋଣାର୍କ ଚକ୍ର ! ବିଶ୍ଵ ଭାରତ ମଣ୍ଡପରେ ସଭା ପାଉଛି ଓଡିଆମାନଙ୍କ କାରୁକାର୍ଯ୍ୟ ରେ ନିର୍ମିତ କୋଣାର୍କ ଚକ୍ର ! ସ୍ଵାଗତ କରାଯାଉଥିବା ସ୍ଥଳ ରେ ସଯେଇ ହୋଇ ରହିଛି କୋଣାର୍କ ଚକ୍ର !
ଏହି କୋଣାର୍କ ଚକ୍ର ଆଗରେ ଛିଡାହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ଵ ନେତାଙ୍କୁ ସ୍ଵାଗତ କରିଛନ୍ତି ! ସାରା ବିଶ୍ଵର ନେତାମାନଙ୍କର ଦିଲ୍ଲୀରେ ଭିଡ ଲାଗିଛି । ଆଉ ସେତେବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି କୋଣାର୍କ ଚକ୍ର ! ଏହି କୋଣାର୍କ ଚକ୍ର ବିଷୟରେ ଜାଣିବା ପାଇଁ ସମସ୍ତ ନେତା ଇଛା ପ୍ରକାଶ କରିଥିଲେ !ଏହା ତ୍ରୟଦଶ ଶତାଦ୍ଧୀ ରେ ରାଜା ପ୍ରଥମ ନରସିଂହ ଦେବଙ୍କ ଶାସନ କାଳରେ ଏହା ନିର୍ମିତ ! ଏହା ପଛରେ ରହିଥିବା ସହଷ୍ର ବର୍ଷ ପୁରୁଣା ଜ୍ଞାନ କୌଶଳ କୁ ମଧ୍ୟ ଲୋକ ଲୋଚନକୁ ଆଣିଥାଏ !
ଏହି ଚକ୍ର ବିଷୟରେ ଜାଣିବା ପାଇଁ ରାଷ୍ଟ୍ରପତି ବ୍ରିଟେନ ବହୁତ ଇଛା ପ୍ରକାଶ କରୁଥିଲେ ! ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କୁ ଏ ସମ୍ପର୍କ ରେ ଅବଗତ କରାଇଥିଲେ !ସମସ୍ତଙ୍କୁ ସ୍ଵାଗତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ! ବ୍ରିଟେନ ପ୍ରଧାନମନ୍ତ୍ରୀ- ରିଷି ସୁନକ, ଜାପାନ ପ୍ରଧାନମନ୍ତ୍ରୀ-ଫୁମିଓ କୀଶିଦା, ଦକ୍ଷିଣକୋରିଆ ରାଷ୍ଟ୍ରପତି, ଦକ୍ଷିଣଆଫ୍ରିକା ରାଷ୍ଟ୍ରପତି ମାନଙ୍କୁ ଏମିତି ବହୁ ଜଣକୁ ସ୍ଵାଗତ କରିଥିଲେ P.M ମୋଦୀ !
ସେତେବେଳେ ଚର୍ଚାର କେନ୍ଦ୍ରବିନ୍ଧୁ ପାଲଟି ଯାଇଥିଲା ଓଡିଶାର କୋଣାର୍କ ଚକ୍ର ! ଧର୍ମର ମୂଳତତ୍ତ୍ଵ ହେଉଛନ୍ତି ସୂର୍ଯ୍ୟ ତେଣୁ ସୂର୍ଯ୍ୟଙ୍କ ଏହି ରଥକୁ ଏପରି ଭାବେ ନିର୍ମାଣ କରାଯାଇଛି ଯେ , ଯାହାକି 24ଟି ଚକ 7ଟି ଘୋଡା ଦ୍ଵାରା ନିର୍ମିତ ହୋଇଛି ! ଭାରତର ନୂଆ ଆକର୍ଷଣ ସାଜିଛି ନୂଆ ସାଂସଦ ଭବନ ଏହିଠାରେ ପ୍ରଣୟନ କରାଯିବ ସବୁ ନୀତି ନିୟମ ଓ ଆଇନ କାନୁନ ! ତେଣୁ ସାଂସଦ ଭବନ ପରିସରରେ ପ୍ରମୁଖ ସ୍ଥାନରେ ସ୍ଥାନିତ ହୋଇଛି କୋଣାର୍କ ଚକ୍ର !