Trending
Thursday , April 30 , 2026

ଭଙ୍ଗା ଘରେ ରହୁଛନ୍ତି ବ୍ରହ୍ମାଣ୍ଡ ଠାକୁର

* ଶ୍ରୀମନ୍ଦିର କୁ ପଡ଼ିଛି କି ବିପଦ

* ପୁଣି ବଡ଼ ଦେଉଳରୁ ଖସିବ କି ପଥର

* ନୀଳଗିରି ବଢେଇ ଙ୍କ ଘର କିଏ ଦବ ଗଢେଇ

  ଏତିକି ଗୁହାରି କରୁଛି ମଣିମା
ଗୁହାରି ଶୁଣିବା ହେଉ
ମନ୍ଦୀର କୁ ମୋର ନକହିବା ପାଇଁ
ବଂଶ ମୋର ବୁଡି ଯାଉ  🙏

     ଶ୍ରୀମନ୍ଦିର କୁ ପ୍ରତିଷ୍ଠା କରି ଦିନେ ଏମିତି ବର ମାଗିଥିଲେ ରାଜା ଇନ୍ଦ୍ରଦ୍ୟୁମ୍ନ । ଶ୍ରୀମନ୍ଦିର ତାଙ୍କ ବାପାଙ୍କ ସମ୍ପତ୍ତି ବୋଲି କାଳେ ତାଙ୍କ ପୁଅ ମାନେ କହିବେ, ସେଥିପାଇଁ ନିଜ ବଂଶ ବୁଡ଼ିଯାଉ ବୋଲି କରିଥିଲେ ପ୍ରାର୍ଥନା। 
 ହେଲେ ଏ କଳିଯୁଗର ମଣିଷଙ୍କ ପାଇଁ କାଳିଆ ଶାଆନ୍ତ ଆଜି ଭଙ୍ଗା ଘରେ ରହୁଛନ୍ତି। ଶ୍ରୀମନ୍ଦିର କୁ ନିଜ ସମ୍ପତି ଭାବୁଥିବା ମଣିଷଙ୍କ ପାଇଁ ଆଜି ଶ୍ରୀମନ୍ଦିର ବିପଦରେ ପଡ଼ିଛି। 

ଯୋଉ ମହାପ୍ରଭୁ ଜଗନ୍ନାଥଙ୍କ ଇସାରାରେ ସୂର୍ଯ୍ୟ ଚନ୍ଦ୍ର ଆତଯାତ ହେଉଛନ୍ତି , ଯେଉଁ ପ୍ରଭୁ ଙ୍କ ଅନୁମତି ନେଇ ଇନ୍ଦ୍ର ବର୍ଷା କରୁଛନ୍ତି , ଯେଉଁ ଜଗା ର କୃପା ବଳରେ ପୃଥିବୀ ବୁଲୁଛି, ସେଇ ଜଗତର ନାଥ ଜଗନ୍ନାଥଙ୍କ ମନ୍ଦୀର ଏବେ ବିପଦରେ ଅଛି। 
 ଯେଉଁ ପ୍ରଭୁଙ୍କ ଆଶୀର୍ବାଦରେ ଦଶ ଦିଗପାଳ ତିଷ୍ଠି ରହିଛନ୍ତି , ଯାହାର ନିର୍ଦ୍ଦେଶରେ ଯମ ଦେବତା ବିଚାର କରୁଛନ୍ତି, ଯାହା ଆଜ୍ଞାରେ ନବଗ୍ରହ ପରିଚାଳିତ ହେଉଛନ୍ତି , ସେଇ ଜଗାର ଶ୍ରୀମନ୍ଦିରରେ ଫାଟ ସୃଷ୍ଟି ହୋଇଛି।
  କଣ ସତରେ ବଡ଼ ଦେଉଳରୁ ପଥର ଖସି ଯିବ କି, କଣ ସତରେ ମାଳିକା ବଚନ ସତ ହେଇଯିବ କି? 
ଏମିତି କେତେ ଆଲୋଚନା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି।

ହଁ ଦର୍ଶକ ବନ୍ଧୁ, ଶ୍ରୀମନ୍ଦିର ଗୁମୁଟ ରେ ଏବେ ଫାଟ ସୃଷ୍ଟି ହୋଇଛି। ଗୁମୁଟ ଫାଟି ସତେ ଯେମିତି ଆଁ କରିଛି। ସେଠାରେ ଥିବା ପ୍ରାଚୀନ ମୂର୍ତ୍ତି ଭାଙ୍ଗି ଯାଇଛି। 
  ଶ୍ରୀମନ୍ଦିର ରକ୍ଷଣ ବେକ୍ଷଣ ଦାୟିତ୍ୱରେ ଥିବା ପ୍ରତ୍ନତତ୍ତ୍ଵ ବିଭାଗର ଅବହେଳା ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ସେବାୟତ ଓ ସାଧାରଣ ଭକ୍ତ ମାନେ ଏ ନେଇ ପ୍ରତ୍ନତତ୍ତ୍ଵ ବିଭାଗ କୁ ଯଥାଶୀଘ୍ର ମରାମତି କରିବାକୁ ଅନୁରୋଧ କରିଛନ୍ତି।

ତେବେ ପ୍ରତ୍ନତତ୍ତ୍ଵ ବିଭାଗ କେବେ ଏଥିପ୍ରତି ଧ୍ୟାନ ଦେଇ ଫାଟ ସଜାଡୁଛି , ତାହା ଦେଖିବାକୁ ବାକି ରହିଛି।
  ବିୟୁରୋ ରିପୋର୍ଟ Tvp News9

Tags :- # news # tvp news9 # tvp # tvpnews

Share With