ମାତିଛି ସ୍କ୍ରବ ଟାଇଫସ ....!!!
ପ୍ରଥମରେ ଶୋଷୁଛି ରକ୍ତ ଆଉ ଦୂତୀୟରେ ନେଉଛି ଜୀବନ ...!!!
ଜୂର ଲାଗିରହିଲେ ଶରୀର ପାଇଁ ହୋଇପାରେ ଘାତକ !
ସାରାରାଜ୍ୟରେ ଏବେ ଏକ ନୂଆ ଜୂର ସ୍କ୍ରବ ଟାଇଫସ ସାମ୍ନା କୁ ଆସିଛି ! ଓଡିଶା ସମେତ ସାରା ଦେଶରେ ଏହି ଜୂର ବ୍ୟାପିଛି ! ସାଧାରଣ ତହ ଗାଁ ଗଣ୍ଡାରେ ଏହି ଜୂର ଅଧିକ ବ୍ୟାପୁଥିବା ଦେଖିବାକୁ ମିଳିଛି ! ବରଗଡ ,ନବରଙ୍ଗପୁର ଓ ସୁନ୍ଦରଗଡ ରେ ମଧ୍ୟ ଏହି ରୋଗ ବ୍ୟାପୁଛି !ଏହି କୀଟ ଦ୍ଵାର ଆକ୍ରାନ୍ତ ହୋଇ 5 ଜଣ ରୋଗୀଙ୍କ ମୃତୁ ହେବାର ସୂଚନା ମିଳିଛି !
ବରଗଡ ଜିଲ୍ଲାରେ ଦୁଇ ସପ୍ତାହରେ 5 ଜଣଙ୍କ ମୂତୁ ହୋଇଗଲାଣି !ଏହାର ପରୀକ୍ଷା ଚିକିସା ବ୍ୟବସ୍ତା ସବୁ ଜିଲ୍ଲା ଡାକ୍ଟରଖାନା ରେ ଉପଲବ୍ଧ ହେବ ବୋଲି ଜନସ୍ଵାସ୍ତ୍ୟ ନିର୍ଦ୍ଧେଶକ ନିରଞ୍ଜନ ମିଶ୍ର କହିଛନ୍ତି ! ଏଥିରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ବରଗଡ ଜିଲ୍ଲା ! ବରଗଡ ଜିଲ୍ଲା ଅତାବିରା ଭେଡେନ୍ ବରପାଲି ବ୍ଲକରୁ ଜଣେ ଲେଖାଏଁ ଏବଂ ସୋହେଲା ବ୍ଲକରୁ ଦୁଇଜଣ ଆକ୍ରାନ୍ତଏଥିରେ ମୃତୁମରଣ କଲେଣି ! ଗତ ଅଗଷ୍ଟରେ ମୋଟ 168 ଜଙ୍କ ରକ୍ତ ପରୀକ୍ଷା ହୋଇଥିଲେ ବି କାହାରି ରିପୋର୍ଟ ପଜେଟିଭ ଆସିନଥିଲା !ହେଲେ ସେପ୍ଟେମ୍ବର ରେ ହୋଇଥିବା 142 ନମୁନା ରୁ 4 ଜଣଙ୍କ ରିପୋର୍ଟ ପଜେଟିଭ ଆସିଥିବାରୁ ଏହା ଚିନ୍ତା ବଢାଇଛି !
ଚିଗର୍ସ ନାମକ କୀଟ କାମୁଡିଲେ ହୋଇଥାଏ ସ୍କ୍ରବ ଟାଇଫସ !ବର୍ଷା ହେଲେ ଚିଗର୍ସ କୀଟ ଅଧିକ ବ୍ୟାପିଥାନ୍ତି !ବିଲ ବା ଜଙ୍ଗଲକୁ ଗଲେ ସ୍କ୍ରବ ଟାଇଫସ ସମ୍ଭାବନା ଅଧିକ !ସ୍କ୍ରବ ଟାଇଫସର ପ୍ରଭାବ ଶରୀରରେ 10 ରୁ 12 ଦିନ ଯାଏଁ ରହିଥାଏ ! ଦେହରେ ଜୂର ଅଧିକ ଦିନ ରହିଲେ ଶରୀରରେ ଗମ୍ଭୀର ଲକ୍ଷଣ ଦେଖାଦେଇପାରେ ! ଚିଗାର୍ସ ଶରୀରକୁ କାମୁଡିଲେ ତାହା ଜଣାପଡିନଥାଏ କିନ୍ତୁ ପରେ ଏହା ମାରାତ୍ମକ ହୋଇଥାଏ !
ସ୍କ୍ରବ ଟାଇଫସର ମୁଖ୍ୟ ଲକ୍ଷଣ ହେଲା ମୁଣ୍ଡବ୍ୟଥା , ଥଣ୍ଡା ହେବା , ମାନସିକ ପରିବର୍ତ୍ତନ , ଶରୀର ଓ ଆଣ୍ଠଗଣ୍ଠି ବିନ୍ଧା ହବା ! ଏହି ବ୍ୟକ୍ଟେରିୟା ଶରୀରରେ ପ୍ରବେଶ କଲା ମାତ୍ରେ 4 ରୁ 5 ଦିନ ମଧ୍ୟରେ ଶରୀରରେ ବିଭିନ୍ନ ଲକ୍ଷଣ ଦେଖା ଦେଇଥାଏ ! ଆଉ ଠିକ ସମୟରେ ଏହାର ଚିକିସା ନକଲେ ଏହା ଘାତକ ବି ହୋଇପାରେ ! ଏହି ଭଳି ଲକ୍ଷଣ ଦେଖା ଗଲେ ତୁରନ୍ତ ଡାକ୍ଟରଙ୍କୁ ପରାମର୍ଶ କରନ୍ତୁ !
ସାଧାରଣ ବର୍ଷା ଦିନରେ ହିଁ ସ୍କ୍ରବ ଟାଇଫସ ହେବାର ସମ୍ଭାବନା ଅଧିକ ! କାରଣ ଗରମ କିମ୍ବା ଶୀତ ଦିନରେ ଲାର୍ଭା ଜୀବିତ ରହିନଥାନ୍ତି ! ତେଣୁ ବର୍ଷା ଦିନରେ ବାହାରକୁ ଗଲାବେଳେ ସାବଧାନ ରୁହନ୍ତୁ ! ଜଣେ ବ୍ୟକ୍ତି ଙ୍କ ପାଖରୁ ଅନ୍ୟଜଣଙ୍କ ପାଖକୁ ଖୁବଶୀଘ୍ର ସଂକ୍ରମଣ ହୋଇଥାଏ ! ଶରୀରର କୋମଳ ଅଂଶକୁ ଏହି ଚିଗର୍ସ କୀଟ କାମୁଡିଥାଏ ! 1899 ମସିହା ରେ ଏହା ପ୍ରଥମେ ଜାପାନରେ ଦେଇଥିଲା !