Trending
Tuesday , March 18 , 2025

ନିଜ ଦଳ ଗୋଡ଼ରେ କୁରାଡୀ ମାରିଦେଲେ ବିଜେପିର ଚାଣକ୍ୟ ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହା l

ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ଆଜିବି ଲୋକସଭା ଭବନ ରେ ଶାହା ନବୀନଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ l

ରାଜ୍ୟରେ ସେ ବହୁତ ଭଲ କାମ କରିଛନ୍ତି l
ନକ୍ସଳ ଉପଦ୍ରଵକୁ ନିୟନ୍ତ୍ରଣ କୁ ଆଣିଛନ୍ତି l 
ପୁଲିସ କର୍ମଚାରୀଙ୍କ ଜୀବନ ହାନୀ କମିଛି l ଅନେକ କାମ କରିଛନ୍ତି ନବୀନ l ବିପର୍ଯ୍ୟର ମୁକାବିଲା ବି ଭଲରେ ଚାଲିଛି l
ଏମିତି ସାର୍ଟିପିକେଟ ଦେଇଛନ୍ତି ଶାହା l
କେବେଳ ସେତିକି ନୁହେଁ..... l
 ନବୀନଙ୍କ ସହ ଶାହା ୧୦ମିନିଟ ଧରି ରୁଦ୍ଧଦ୍ୱାର ବୈଠକ କରିଥିଲେ l
ଏକାନ୍ତ ଆଲୋଚନା ରେ କାଳେ ବଡ ଡିଲ ହୋଇଥିବା ଚର୍ଚ୍ଚା ହେଉଛି l
ଲୋକସଭା ଭବନରେ ଆଜି ରାଜ୍ୟରେ ନକ୍ସଳ ନିୟନ୍ତ୍ରଣ ଓ ବିପର୍ଯ୍ୟର ପରିଚାଳନା ଉପରେ ସମୀକ୍ଷା କରିଥିଲେ ଶାହା l
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତିରେ  ଏହି  ସମୀକ୍ଷା ହୋଇଥିଲା l
ସମୀକ୍ଷା କାଳରେ ରାଜ୍ୟ ସରକାରଙ୍କୁ ବେସ ପ୍ରଶଂସା କରିଥିଲେ ଶାହା... l
କେନ୍ଦ୍ରମନ୍ତ୍ରୀ ଚାଣକ୍ୟ ଅମିତ ଶାହାଙ୍କ ଓଡିଶାଗ୍ରସ୍ତ ଉପରେ ଥିଲା ସମସ୍ତଙ୍କ ନଜର l

ବିଶେଷ କରି ଶାହା ନବୀନ ଲିଙ୍କାଡ଼ ଓ ସରକାରୀ କାର୍ଯ୍ୟକ୍ରମ ରେ  ସେମାନଙ୍କ କର୍ଯ୍ୟ କଳାପ ଓ ମନ୍ତବ୍ୟ ଉପରେ ବିଜେପି ରାଜ୍ୟକର୍ମୀ ଓ ନେତା ନଜର ଦେଇ ବସିଥିଲେ l

 ଅବେଳ ରେ ଏପରି କର୍ଯ୍ୟକ୍ରମ ଦଳୀୟ କର୍ମୀଙ୍କ ମନରେ ଅନେକ ପ୍ରଶ୍ନ ଆଣିଥିବା ବେଳେ l
କର୍ଯ୍ୟକ୍ରମ ରେ ଶାହା ନବୀନଙ୍କ ଦୋଷ କାଡ଼ୁଛନ୍ତି ନା ସାର୍ଟିପିକେଟ ଦଉଛନ୍ତି l
ତାହା ଉପରେ ଥିଲା ସମସ୍ତଙ୍କ ଆଖି lପୂର୍ବରୁ ଯେପରି ବିଜେପି ସରକାର ନବୀନଙ୍କୁ ସାର୍ଟିପିକେଟ ଦେଇଆସିଛି ଆଜି ମଧ୍ୟ ନବୀନଙ୍କ କର୍ଯ୍ୟକୁ ପ୍ରଶଂସା କରିଥିଲେ ଶାହା l

ରାଜ୍ୟ ସରକାରଙ୍କର ଅନେକ ତ୍ରୁଟି ଥିଲେ ମଧ୍ୟ କୌଣସି ଗୋଟିଏ ତ୍ରୁଟି ଶାହାଙ୍କ ନଜରକୁ ଆସିଲା ନାହିଁ l

ସବୁଥିରେ ନବୀନ ପାସ ବୋଲି କହିଲେ l ଯେତେବେଳେ ବିଜପିର କେନ୍ଦ୍ର ନେତୁତ୍ୱ ନବୀନଙ୍କୁ ସାର୍ଟିପିକେଟ    ଦେଉଛନ୍ତି l

ସେଟି ଦଳର କର୍ମୀମାନେ କେମିତି କାଉଣ୍ଟର କେମିତି କରିବେ ବୋଲି ପ୍ରଶ୍ନ କରିଛନ୍ତି l

କର୍ମୀ ମାନେ ନିଜ ନିଜ ଅଞ୍ଚଳରେ କିପରି ବିରୋଧ କରିବେ ସେ ନେଇ ସନ୍ଦେହ ରେ ଅଛନ୍ତି l
ଆଗକୁ ନିର୍ବାଚନ ଆସୁଥିବାରୁ l
କର୍ମୀ ଏବେ ବିଜେଡି ସହ ଲେଢ଼ିବେ ନା ବିଜେଡି ସହ ସେମାନଙ୍କୁ ତଡିବେ ସେହି ଚିନ୍ତାରେ ପଡିଛନ୍ତି l

ଟିକେ ନଜର ପକେଇବା ଆଜି ଲୋକସଭା ଭବନ ରେ ହୋଇଥିବା କର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅମିତ ଶାହାଙ୍କ କର୍ଯ୍ୟକ୍ରମ ଉପରେ l

 କେମିତି ଅମିତ ଶାହା ନବୀନଙ୍କୁ ଗୁରୁତ୍ୱ ଦେଉଛନ୍ତି... l

 

ତାହା ସାରା ରାଜ୍ୟ ଦେଖିବା ପରେ ବିଜେଡି କେମିତି ବିଜେଡିକୁ ବିରୋଧ କରିବା ସେହି ଚିନ୍ତାରେ ସମସ୍ତେ ଲୋକ ବିଜେପିକୁ କେମିତି ବିଶ୍ୱାସ କରିବେ...?

ଏଟି ମାନେ ପାକାଇ ଦେଉଛୁ ଉପା ସରକାରଙ୍କ ସମୟର କଥା କୁ ଉପା ସରକାର ଏହି ପରି ନବୀନଙ୍କୁ ପ୍ରଶଂସା ପତ୍ର ଦେଇଚାଲିଥିଲା l

ଯାହାର ପରିଣାମ ଆଜି ରାଜ୍ୟରେ କଂଗ୍ରେସକୁ ଖୋଜିଲେ ବି ମିଳୁନାହିଁ l

ବିଜେପି ସେହି ଦିଗକୁ ଯାଉନାହାନ୍ତି ତ ଏହି ପ୍ରଶ୍ନ ଏବେ ବିଜେପି କର୍ମୀଙ୍କ ମନରେ ଉଙ୍କି ମାରୁଛି l

Tags :- # news # tvp news9 # tvp # tvpnews

Share With