Trending
Monday , December 2 , 2024

କଂଗ୍ରେସର ରାଜଦୂତ ସାଜିଛନ୍ତି ବିଜୟ ପଟ୍ଟନାୟକ

* ଅବୁଝା ନେତାଙ୍କୁ ବୁଝାଇବାର ଦାୟିତ୍ବ ନେଇଛନ୍ତି ବିଜୟ ପଟ୍ଟନାୟକ

* ରାଜନୀତିରେ ପ୍ରୟୋଗ କରୁଛନ୍ତି IAS ବୁଦ୍ଧି

* କଂଗ୍ରେସକୁ ସଜାଡି ପାରିବ ତ ବିଜୟଙ୍କ ପ୍ରୟାସ

        ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, କଂଗ୍ରେସ ଦଳରେ ଯୋଗ ଦେବା ପରେ ଭାରି ସକ୍ରିୟ ଲାଗୁଛନ୍ତି । ନିଜର IAS ବୁଦ୍ଧି ପ୍ରୟୋଗ କରି ରାଜନୀତିରେ ପତିଆରା ପ୍ରଦର୍ଶନ କରିବା ପାଇଁ ଅଣ୍ଟା ଭିଡ଼ିଚନ୍ତି। ନିଜର କଳା କୌଶଳ ରେ କଂଗ୍ରେସକୁ ଉଠାଇବା ପାଇଁ ପ୍ରୟାସ କରୁଛନ୍ତି ବିଜୟ। 
ବିଜୟ ପଟ୍ଟନାୟକ ଏବେ କଂଗ୍ରେସ ପାଇଁ ସାଜିଛନ୍ତି ରାଜଦୂତ ବା ମେସେଞ୍ଜର। ଦଳର ବାର୍ତ୍ତା ନେଇ ସେ ଅବୁଝା ନେତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି। ଆଉ ଅସନ୍ତୁଷ୍ଠ ନେତା ମାନଙ୍କ ମାନଭଞ୍ଜନ କରିବା ପାଇଁ ଚାହୁଁଛନ୍ତି। ଘରକୁ ଘର ବୁଲି ଅସନ୍ତୋଷ ର କାରଣ ଖୋଜୁଛନ୍ତି ଆଉ ସମାଧାନ କରିବାରେ ସାହାର୍ଯ୍ୟ କରୁଛନ୍ତି। ଆଉ ବିଜୟ ପଟ୍ଟନାୟକଙ୍କ ଏହି ନୂଆ ରୂପ କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ଅନ୍ୟ ନେତା। ଯାହାକୁ ନେଇ ଏବେ ଆଲୋଚନା ଜୋର ଧରିଛି। 
ତେବେ ବିଜୟ କଣ କଂଗ୍ରେସକୁ ଉଠାଇ ପାରିବେ?
ବିଜୟ କଣ କଂଗ୍ରେସକୁ ଆଗକୁ ନେବାରେ ସକ୍ଷମ ହେବେ? 
ବିଜୟ କଣ ଅସନ୍ତୁଷ୍ଟ ନେତା ମାନଙ୍କୁ ଏକାଠି କରି ପାରିବେ?
କଂଗ୍ରେସର ଭାଙ୍ଗି ପଡିଥିବା ମନକୁ କଣ ଆଶା ଭରସାରେ ଭରି ଦେଇ ପାରିବେ? 
ଏମିତି ମାଳ ମାଳ ପ୍ରଶ୍ନ ସହ ଉତ୍ତର ଖୋଜୁଛନ୍ତି ଅନ୍ୟ କଂଗ୍ରେସ ନେତା। 
ତୃଣମୂଳ ସ୍ତରରୁ ଦଳକୁ ମଜବୁତ୍ କରିବା ପାଇଁ ବରିଷ୍ଠ ନେତା ମାନଙ୍କ ଘରେ କରୁଛନ୍ତି ଆଲୋଚନା। ଦଳର ଦୁର୍ବଳତା ଖୋଜିବା ସହ ତାକୁ ସବଳ କରିବା ପାଇଁ ଲାଗି ପଡିଛନ୍ତି ବିଜୟ। ଦଳରେ ଯୋଗ ଦେବା ପରଠୁ ଗୋଟିଏ ଦିନ ବି ରେଷ୍ଟ ନନେଇ, ପ୍ରଚୁର ପରିଶ୍ରମ କରୁଛନ୍ତି ବିଜୟ। 
କଂଗ୍ରେସର ରାଜଦୂତ ସାଜିଛନ୍ତି ବିଜୟ। ପ୍ରଥମେ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟଙ୍କୁ ଭେଟି ଆଲୋଚନା କରିଥିଲେ। ତା ପରେ ଭେଟିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁତ୍ର ପୃଥିବୀ ବଲ୍ଲଭ ପଟ୍ଟନାୟକଙ୍କୁ । ପୃଥିବୀ ବଲ୍ଲଭ ଙ୍କ ବାସଭବନରେ ତାଙ୍କୁ ସାକ୍ଷାତ କରି ଦଳକୁ ମଜବୁତ୍ କରିବା ପାଇଁ ଆଲୋଚନା କରିଥିଲେ। କାହିଁକି କଂଗ୍ରେସ ଲୋକଙ୍କ ପାଖରେ ପହଞ୍ଚି ପାରୁନି, କୋଉଠି ଦଳର ଅସୁବିଧା ରହିଛି, ସେ ନେଇ କଥା ହୋଇଥିଲେ ବିଜୟ। ଆଉ ତା ପରେ ଏବେ ପାଳି ପଡ଼ିଛି, ଚିରଞ୍ଜିବୀ ବିଶ୍ବାଳଙ୍କର। ଚିରଞ୍ଜିବୀ ବିଶ୍ବାଳଙ୍କ ବାସଭବନକୁ ଆସି ତାଙ୍କ ସହ ଆଲୋଚନା କରିଛନ୍ତି ବିଜୟ ପଟ୍ଟନାୟକ। ରାଜ୍ୟ କଂଗ୍ରେସର ସମ୍ପ୍ରତିକ ସ୍ଥିତି ସହ ଆନୁସଙ୍ଗିକ ପ୍ରସଙ୍ଗରେ ଆଲୋଚନା ହୋଇଛି। ଚିରଞ୍ଜିବୀ ବିଶ୍ବାଳଙ୍କ ଅସନ୍ତୋଷ କମାଇବାକୁ ଆଉ ମାନ ଭଞ୍ଜନ କରିବାକୁ ଉଦ୍ୟମ କରିଛନ୍ତି ବିଜୟ। ଚିରଞ୍ଜିବୀ ବିଶ୍ବାଳ ମଧ୍ୟ ତାଙ୍କ ସହ ହସ ହସ ମୁହଁରେ ଆଲୋଚନା କରିଥିବା ଜଣା ପଡିଛି। 
ତେବେ ବିଜୟ ପଟ୍ଟନାୟକ ଙ୍କ ଏହି ନୂଆ ରୂପ କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି। 
ତେବେ ବିଜୟଙ୍କ ଏହି ରାଜଦୂତ ବେଶ, ଆଉ କଂଗ୍ରେସକୁ ଉଠାଇ ବାର ଉଦ୍ୟମ କେତେ ସଫଳ ହେବ , ତାହା ଆଗାମୀ ଦିନରେ ଜଣା ପଡ଼ିବ।

Tags :- # news # tvp news9 # tvp # tvpnews

Share With