Trending
Friday , January 17 , 2025

ଓଡିଶାରେ ଜାତି ଗଣନା କରିବେ କି ରାଜ୍ୟ ସରକାର .......!!
କଣ ରାଜନୀତି ପାଇଁ ଜାତି ନିହାତି ଜରୁରି କି ........!!
ପଛୁଆ ବର୍ଗକୁ ଅବେହେଲା ଅଭିଯୋଗ କଲା ବିଜେପି ........!!

ହଁ ଦର୍ଶକ ବନ୍ଧୁ ..........!!!
               ବିହାରର  ନିତେଶ କୁମାର ଭୋଟ୍ ରାଜନୀତିକୁ ଆଖି ଆଗରେ ରଖି ଜାତି ଗଣନା କରୁଛନ୍ତି । ଯାହା ଫଳରେ କି ବିହାରରେ ଦେଖିବାକୁ ମିଳିଛି ଅସନ୍ତୁଷ୍ଟ ଏବଂ ଘମା ଘମ୍ ଯୁଦ୍ଧ ମଧ୍ୟ ଆରମ୍ଭ ହୋଇଛି ।  କଣ ଓଡିଶାରେ ଜାତି ଗଣନା ପାଇଁ ଅନୁମତି ଦେବେକି ରାଜ୍ୟ ସରକାର । ଏହି ଜାତି ଗଣନା ପାଇଁ ଅନେକ ନେତା ମାନଙ୍କ ମଧ୍ୟରେ ବି ବାଦ ବିବାଦ ଦେଖିବାକୁ ମିଳୁଛି । ବିରୋଧୀ ଦଳ ମଧ୍ୟ ଏହାର ଫାଇଦା ଉଠାଇ ବିଜେଡ଼ି ଦଳକୁ ଟାର୍ଗେଟ କରିଛି । ବିହାରେ ଜାତି ଗଣନା ରିପୋର୍ଟ ପ୍ରକାଶ ପାଇବା ପରେ ଓଡିଶାରେ ଏହା ବହୁତ ପ୍ରଭାବ ପକାଇଛି, ଯାହା ଦ୍ଵାରା ବିଜେପି ବିଜେଡ଼ିକୁ ଟାର୍ଗେଟ କରିଥିବା ବେଳେ ସମସ୍ତ ଦୋଷକୁ ଲଦିଦେଇଛି  ରାଜ୍ୟ ସରକାରଙ୍କ ଉପରେ । ବିଜେପି ରାଜ୍ୟ ସରକାରଙ୍କୁ କହିଛନ୍ତି ଯେ ଓବିସିଙ୍କ ମନଭାବ ଆଗରୁ ହିଁ ଠିକ୍ ନଥିଲା ,ସେଥିପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଓବିସିଙ୍କ ଉନ୍ନତି କେବେ ହେଲେ ମଧ୍ୟ ଚାହିଁ ନାହାନ୍ତି । ଏପଟେ ବିଜେଡି କହିଛିନ୍ତି ଓବିସି ମାନଙ୍କ ଗଣନା କୁ ନେଇ କମିଶନ ଜାରି ରଖିଛି । ଭୋଟ୍ ରାଜନୀତି ପାଇଁ ବିହାରରେ ଦେଖିବାକୁ ମିଳିଛି ଜାତି ଗଣନା । କୁହା ଯାଇଛି ଯେ OBC ତାଲିକାରେ ଥିବା ଜାତିକୁ SEBCରେ ଅନ୍ତର୍ଭୁକ୍ତ କରିବେ ରାଜ୍ୟ ସରକାର । କ୍ୟାବିନେଟର ନିଶ୍ଵତି ଫଳରେ 22ଟି ଜାତିର ବିକାଶ ହେବ ! ଓଡିଶାରେ ୨୨ଟି ଜାତି ଓ ସମ୍ପ୍ରଦାୟକୁ କେନ୍ଦ୍ର OBC ତାଲିକାରେ ଅନ୍ତରଭୁକ୍ତ କରିଛନ୍ତି । 

        SEBCରେ ମିଶିବା ପରେ ସରକାରଙ୍କ ପକ୍ଷରୁ ମିଳୁଥିବା ସୁବିଧା ପାଇପାରିବେ ୨୨ଟି ଜାତି । ନିଯୁକ୍ତି କ୍ଷେତ୍ରରେ ମିଳୁଥିବା ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ତାରେ ସାମିଲ୍ ହେବେ ଏହି ୨୨ଟି ଜାତି । SEBCରେ ପୂର୍ବରୁ ୨୦୯ଟି ଜାତି ଥିବା ବେଳେ ଏବେ ପହଞ୍ଛି ୨୩୧ରେ । ଠିକ୍ ସେହି ପରି ବଢେଇ ,ବିନ୍ଧାଣି ,ବିନ୍ଦାନି ,ବରୋଇ ,ଶଙ୍ଖୁଆ ତନ୍ତି ,ଗୋଲା ତନ୍ତି , ଲଜ୍ୟା ନିବାରଣ ,ହଁସି ତନ୍ତି ,କାପାଡିଆ,ଗନ୍ଧମାଳି ,ଥାନପତି ,ପାଣ୍ଡରା ମାଳି ,ପନିଅର ମାଳି ,ପାଣ୍ଡାରିଆ ,ଓଡା ଖଣ୍ଡାୟତ ବୟାଳିଶି ଓଡା ,ଓଡା ପାଇକ ,ଓଡା ପାଇକୋ ହଳଦିଆ ତେଲି ,କାଳନ୍ଦି ଭଳି ୨୨ଗୋଟି ଜାତି ସାମିଲ ହୋଇଛି ।  
ସର୍ଭେ ଟିମ୍ କରିବା ପରେ ଜଣା ପଡିଛି ଯେ ବିହାରର 63% ଲୋକ ପଛୁଆ ବର୍ଗର ସେଥି ମଧ୍ୟରୁ ୧୯.୭% SC  ଓ ୧.୭% ST ବର୍ଗର ଏବଂ ସାଧାରଣ ବର୍ଗର ଲୋକ ହେଉଛନ୍ତି ୧୫.୫% ।   
ଯଦି ଆପଣମାନେ ଏମିତି ଆହୁରି ନୁଆ ନୁଆ ଖବର ଜାଣିବାକୁ ଚାହୁଁଛନ୍ତି ତାହାଲେ ଆମ ଚାନେଲ୍ ସହିତ ଜଡ଼ି ହୋଇ ରୁହନ୍ତୁ , ଆଉ ଆମ ଚାନେଲ କୁ ଲାଇକ୍ , ଶେର୍ ସସ୍କ୍ରାଇବ କରିବା ସହିତ କମେଣ୍ଟ  ମଧ୍ୟମରେ ନିଶ୍ଚିତ ଜଣାନ୍ତୁ  |
    ବ୍ୟୁର ରିପୋର୍ଟ TVP NEWS9 ..........!!

Tags :- # news # tvp news9 # tvp # tvpnews

Share With