Trending
Saturday , May 18 , 2024

ବାଚସ୍ପତି ପଦ ପାଇଁ ପ୍ରସନ୍ନ କୁମାର ଆଗରେ ଅଛନ୍ତି....!!
ନବୀନଙ୍କ ପସନ୍ଦର ନେତା ଯିଏ ସେ ହିଁ ହେବ ବାଚସ୍ପତି......!!
ସୌମ୍ୟଙ୍କୁ ନେଇ ଏବେ ଟିକେ ଚିନ୍ତାରେ ଅଛନ୍ତି ନବୀନ.....!!

"ହଁ ଦର୍ଶକ ବନ୍ଧୁ"
      
       କିଏ ହେବେ ଏଥର ବାଚସ୍ପତି କାହାକୁ ଦେବେ ନବୀନ ଗ୍ରୀନ୍ ସିଗନାଲ୍,ବାଚସ୍ପତି ପଦ ପାଇଁ ଏବେ ସମସ୍ତେ ଲାଇନ୍ ରେ, କିଏ ପାଇବ ଗ୍ରୀନ୍ ସିଗନାଲ୍ ତାକୁ ନେଇ ଚିନ୍ତାରେ ନେତା ! ନବୀନ ଙ୍କ ପସନ୍ଦ କିଏ, କାହା ଉପରେ ଭରସା କରିବେ ନବୀନ ପଟ୍ଟନାୟକ ! ଆସନ୍ତା ୨୧ ତାରିଖ ରେ ଓଡିଶା ବିଧାନ ସଭା ନିର୍ବାଚନ, କିଏ ହେବ ନୂଆ ବାଚସ୍ପତି ତାକୁ ନେଇ ଲାଗିରହିଛି କଳ୍ପନା ଜଳ୍ପନା ! ତେବେ ଅଭିଜ୍ଞତା ଆଧାର ରେ ପୁରୁଖା ନେତାଙ୍କୁ ମିଳିବ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ତ୍ୱ ! ସଂଖ୍ୟା ଗରିଷ୍ଠ ଦଳ ବିଜେଡି ର ପୋଖତ ନେତା ଙ୍କ ତାଲିକା ଲମ୍ବା ହେଲେ ଵି ବାଚସ୍ପତି ଦୌଡି ଆଗରେ ରହିଛନ୍ତି ପ୍ରସନ୍ନ କୁମାର ପାଟଶାଣୀ ! ପ୍ରସନ୍ନ କୁମାର ପାଟଶାଣୀ ବଡମ୍ବା ରୁ ଲଗାତାର ଛଅ ଛଅ ଥର ବିଧାୟକ !

        ୧୯୯୫ ରେ ବିଜୁ ଜନତା ଦଳ ଟିକେଟ୍ ରେ ପ୍ରଥମ କରି ବିଧାନ ସଭାକୁ ଆସନ୍ତି ପ୍ରସନ୍ନ ! ପରବର୍ତ୍ତୀ ସମୟରେ ଆଉ ତାଙ୍କୁ କେହି ହରାଇ ପାରନ୍ତି ନାହିଁ ! ୨୦୦୦ ମସିହା ରୁ ବିଜେଡି ଟିକେଟ୍ ରେ ନିରନ୍ତର ବଡ଼ମ୍ବା ଆସନକୁ ନିଜ ପାଇଁ ସୁରକ୍ଷିତ ରଖିଛନ୍ତି ପ୍ରସନ୍ନ କୁମାର ! ବିଜୁ ଜନତା ଦଳ ପାଇଁ ସମର୍ପିତ ଏହି ନେତା ଜଣକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଗୁଡ୍ ବୁକ୍ ରେ ଆରମ୍ଭ ରୁ ରହି ଆସୁଛନ୍ତି ! ସେଥିପାଇଁ ୨୦୦୦ ରୁ ୨୦୧୪ ମସିହାରେ ଭିତରେ ନବୀନ ଙ୍କ ମନ୍ତ୍ର ମଣ୍ଡଳ ରେ ପ୍ରସନ୍ନ ୧୪ ଥର ମନ୍ତ୍ରୀ ହୋଇଛନ୍ତି ! ପ୍ରଥମ ପାଳି ସରକାରରେ ପ୍ରସନ୍ନ ଙ୍କ ହାତରେ ନବୀନ ଧରାଇଥିଲେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ! 


      ପରେ ଅବକାରି,ପର୍ଯ୍ୟଟନ,
ଉଚ୍ଚଶିକ୍ଷା,ସଂସ୍କୃତି,ଜଙ୍ଗଲ ଏବଂ ପରିବେଶ ବିଭାଗ ! କୃଷି ପଶୁ ସମ୍ପଦ, ଗୃହ ଏବଂ ନଗର ଉନ୍ନୟନ, ଶିଳ୍ପ ଏବଂ ସ୍କୁଲ ଗଣ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ମିଳିଛି ପ୍ରସନ୍ନଙ୍କୁ ! ଯଦି ଓ ପଞ୍ଚମ ପାଳି ସରକାରରେ ତାଙ୍କୁ ମନ୍ତ୍ରୀ ପଦ ମିଳିନି କିନ୍ତୁ ଦଳର ବହୁତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ତ୍ୱ ନବୀନ ଧରାଇ ଦେଇଛନ୍ତି ପ୍ରସନ୍ନ କୁମାର ପାଟଶାଣୀ ଙ୍କୁ ! ବିଜେଡି ରେ ଯେଉଁ କେତେ ଜଣ ପୁରୁଖା ଏବଂ ପୋଖତ ଖେଳାଳି ଅଛନ୍ତି, ସେହି ତାଲିକାରେ ପ୍ରସନ୍ନ କୁମାର ଙ୍କ ନାଁ ଵି ରହିଛି !

   ବିରୋଧୀ ଙ୍କୁ ଧୂଳି ଚଟାଉଥିବା ବିଜେଡି ର ଟାଣୁଆ ନେତା ଦଳ ପାଇଁ, ସମର୍ପିତ ଥିବାରୁ ନବୀନ ଙ୍କୁ ନିଜ ଟିମ୍ ରେ ନେଇଛନ୍ତି !  ବିରୋଧୀ ଙ୍କୁ ଧୂଳି ଚଟାଉ ଥିବା ବିଜେଡି ର ଟାଣୁଆ ନେତା ହେଉଛନ୍ତି ପ୍ରସନ୍ନ କୁମାର ପାଟଶାଣୀ ! ଦଳର ବରିଷ୍ଠ ଉପସଭାପତି ପଦ ରେ ରହି ସଂଗଠନ ସମ୍ଭାଳୁଥିବା ପ୍ରସନ୍ନ ଙ୍କ ଉପରେ ବାରମ୍ବାର ଭରସା କରୁଥିବା ନବୀନ, ଏଥର ବାଚସ୍ପତି ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ଦେଉଛନ୍ତି କି ନାହିଁ  ତାହା ଦେଖିବା ପାଇଁ ବାକି ଥିଲା !

ବ୍ୟୁର ରିପୋର୍ଟ Tvp News9

Tags :- # news # tvp news9 # tvp # tvpnews

Share With