Trending
Friday , January 17 , 2025

କୁଶଭଦ୍ରା ନଦୀରେ ରାଜ୍ କରୁଛି ମଣିଷଖିଆ କୁମ୍ଭୀର....!!!
କେନ୍ଦ୍ରାପଡା ପରେ ଏବେ ନିମାପଡାରେ ତାଣ୍ଡବ ରଚୁଛି ନରରାକ୍ଷସ କୁମ୍ଭୀର...!!!
ମଣିଷମାଂସ ମିଳିଲାଣି ବୋଲି ଘୁଷୁରୀକୁ ଗୋଟାରେ ଗିଳିଲା ନରମାଂସସି କୁମ୍ଭୀର...!!!
 ଗାଈ ପରେ ପଡିଲା ଘୁଷୁରୀ ପାଳି ....!!!
 “ ହଁ ଦର୍ଶକ ବନ୍ଧୁ “.....!!!
                ପୁଣି ଥରେ ତାଣ୍ଡବ ରଚୁଛି ସେହି ନରମାଂସସି ମଣିଷଖିଆ କୁମ୍ଭୀର ! କେନ୍ଦ୍ରପଡାରୁ ଆସି ନିମାପଡାରେ ଆତଙ୍କ ଖେଳାଉଛି ଏହି ବିଶାଳକାୟ ମଣିଷଖିଆ କୁମ୍ଭୀର ! କୁଶଭଦ୍ରା ନଦୀରେ ରାଜ୍ କରୁଛି ଆଉ ଖୋଜୁଛି ମଣିଷମାଂସ  ! ସେହି କୁମ୍ଭୀରଟି ନଦୀକୂଳକୁ ଆସି ମଣିଷମାନଙ୍କୁ ଅପେକ୍ଷା କରିଥିଲା ! ସେହି ସମୟରେ ଗୋଟିଏ ଘୁଷୁରୀ ନଦୀ କୂଳକୁ ଆସି ପାଣି ପିଉଥିଲା ବେଳେ ସେହି ଘୁଷୁରୀକୁ ଝାମ୍ପ ମାରି ପାଣି ଭିତରକୁ ଟାଣି ନେଇଥିଲା ଏହି ନରରାକ୍ଷସ କୁମ୍ଭୀର ! ଆଉ ତାପରେ ପାଣିକୁ ନେଇ ଘୁଷୁରୀକୁ ପାଣି ଭିତରେ ହିଁ ଓଲଟ ପାଲଟ କରି ଗୋଟାରେ ଗିଳିଲା ଏହି ମଣିଷମାଂସ ଖିଆ କୁମ୍ଭୀର ! ସଙ୍ଗେ ସଙ୍କେ କୁମ୍ଭୀର ପାଟିରେ ଜୀବନ ଚାଲିଗଲା ସେହି ଘୁଷୁରୀର ! 
                ଏହିପରି ଦୃଶ୍ୟ ଦେଖିବାକୁ ମିଳିଥିଲା  ପୁରୀ ଜିଲ୍ଲା  ନିକଟସ୍ଥ ନିମାପଡା କୁଶଭଦ୍ରା ନଦୀରେ ! ଏବେ କେନ୍ଦ୍ରାପଡାରେ ନୁହେଁ ବର୍ତ୍ତମାନ ପୁରୀ ଜିଲ୍ଲାରେ ରାଜ୍ କରିବ ଏହି ବିଶାଳକାୟ ବଉଳା କୁମ୍ଭୀର ! ଏହି ନଦୀ ଭିତରେ ଛପି ରହି ଖୋଜୁଛି ମଣିଷମାଂସ ଆଉ ମଣିଷମାଂସ ନପାଇବାରୁ ଗୋଟେ ଘୁଷୁରୀକୁ ଝାମ୍ପ ମାରି ଗୋଟାରେ ଗିଳିଲା ଏହି କୁମ୍ଭୀର ! ଗତ କାଲି ବୈତରଣୀ ନଦୀ ପାଖରେ କିଛି ଲୋକମାନେ ଗାଈ ଚରାଇବା ବେଳେ ଗୋଟିଏ ଗାଈକୁ ଟାଣି ନେଇ ଝୁଣିକି ଖାଇଲା ଏହି କୁମ୍ଭୀର ! ଆଉ ଏହାର ଗୋଟେ ଦିନପରେ ନିମାପଡାରେ ଏକ ଘୁଷୁରୀକୁ  ଛିନ୍ ଛତ୍ର କରି ଖାଇଲା ସେହି କୁମ୍ଭୀର ! 
           କେନ୍ଦ୍ରାପଡାପରେ ଏବେ ପୁରୀରେ ମାତିଛି ମଣିଷମାଂସ ଖିଆ କୁମ୍ଭୀର ! ପ୍ରଥମେ ବୈତରଣୀ ନଦୀ ପରେ ବିରୂପା ନଦୀ ଆଉ ଏବେ ବର୍ତ୍ତମାନ ତାଣ୍ଡବ ଦେଖାଉଛୁ କୁଶଭଦ୍ରା ନଦୀରେ ! ମଣିଷମାଂସ ଖାଇବା ପାଗଳରେ ପଶୁମାନଙ୍କକୁ ମଧ୍ୟ  ଛାଡୁଣୀ ସେହି ରାକ୍ଷସ କୁମ୍ଭୀର ! ଗତ ଏକମାସ ଧରି ଛୋଟ ନଦୀ ହେଉ କି ବଡ ନଦୀ ସବୁ ନଦୀରେ ଆତଙ୍କ ଖେଳାଉଛି ଏହି ବଉଳା କୁମ୍ଭୀର ! ପୁଣି ଭୋକରେ ଏହି ନଦୀ ସେହି ନଦୀକୁ ଘୁରି ବୁଲୁଛି ଏହି କୁମ୍ଭୀର ! କିନ୍ତୁ ସାମ୍ନାରେ ଯାହାକୁ ପାଉଛି ତାହାକୁ ଛିନ୍ ଭିନ୍ କରି ମାରିଖାଉଛି ! ଏବେ କୁଶଭଦ୍ରାରେ ନଦୀରେ ଘୁଷୁରୀକୁ ଗୋଟା ଗିଳିବାରୁ ଏବେ ଭୟର ଛାୟା ଖେଳି ଯାଇଛି ସାରା ଅଞ୍ଚଳରେ ! ବର୍ତ୍ତମାନ ଭୟ ଓ ଆତଙ୍କରେ ଆଗପରି କୌଣସି ଲୋକ ନଦୀକୁ ଆଉ ଯାଉନାହାନ୍ତି !  

ବ୍ୟୁର ରିପୋର୍ଟ TVPNEWS9….!!!!

Tags :- # news # tvp news9 # tvp # tvpnews

Share With