ଓଡ଼ିଶାରେ ଲାଗୁ ହେବ ରାଷ୍ଟ୍ରପତି ଶାସନ
* ଓଡ଼ିଶାକୁ ଶାସନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
* ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତରେ ଆରମ୍ଭ ହେଲା ଚର୍ଚ୍ଚା
* ତାହାଲେ ସତରେ କଣ ଓଡ଼ିଶାରେ ବଦଳିଯିବ କି ସରକାର
ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବେ ଓଡ଼ିଶା ଗସ୍ତରେ ରହିଛନ୍ତି । ଏମିତିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଓଡିଶାର ଝିଅ ପୁଣି ଓଡ଼ିଶାର ବୋହୂ। ଓଡ଼ିଶା ତାଙ୍କର ଜନ୍ମମାଟି ଆଉ ଓଡ଼ିଶା ସହ ତାଙ୍କର ନିବିଡ଼ ସଂପର୍କ ରହିଛି। କିନ୍ତୁ ତାଙ୍କ ଗସ୍ତ କାର୍ଯ୍ୟକ୍ରମ କୁ କିଛି ଅଲଗା ନଜର ରେ ଦେଖୁଛନ୍ତି ଓଡିଶାର ବିରୋଧୀ ଦଳ ମାନଙ୍କର କିଛି ନେତା ଓ କର୍ମୀ। ଓଡ଼ିଶାରେ କୁଆଡେ଼ ଆଗକୁ ରାଷ୍ଟ୍ରପତି ଶାସନ ହେବାର ସମ୍ଭାବନା ରହିଛି। ଆଉ ନିଜେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଶାସନ ଭାର ହାତକୁ ନେବାକୁ ଯାଉଛନ୍ତି। କିନ୍ତୁ ଏମିତି ଚର୍ଚ୍ଚା ଆଲୋଚନା ରେ କେତେ ସତ୍ୟତା ରହିଛି ତାହା ବି ସନ୍ଦେହ ସୃଷ୍ଟି କରିଛି। କାରଣ ଯେଉଁ କଥାକୁ ନେଇ ଓଡିଶାରେ ରାଷ୍ଟ୍ରପତି ଶାସନ ଲାଗୁ ହେ ବୋଲି କହୁଛନ୍ତି, ତାହା ଏକ ପ୍ରକାରର ଭିତ୍ତି ହିନ।
ସେମାନଙ୍କ କହିବା କଥା ହେଲା-
କଣ ପାଇଁ ଓଡ଼ିଶା ଆସିଛନ୍ତି ରାଷ୍ଟ୍ରପତି? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଚଳନ୍ତି ପ୍ରତିମା କୁହା ଯାଉଥିବା ପାଣ୍ଡିଆନଙ୍କ ସଂପର୍କରେ ଏଭଳି କିଛି ଅଭିଯୋଗ ମହାମହିମ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଂଚିଛି। ଯାହା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସିଛନ୍ତି। ଆଉ ଓଡ଼ିଶାରେ ସବୁ କିଛି ଠିକ ଠାକ୍ ଚାଲିଛି କି ନାହିଁ ତଦାରଖ କରିବେ ବୋଲି ଆଲୋଚନା କରୁଛନ୍ତି।
କାରଣ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଓ ତାଙ୍କ ସଚିବ ପାଣ୍ଡିଆନଙ୍କ କାର୍ଯ୍ୟକଳାପ ପ୍ରତି କେନ୍ଦ୍ର ସରକାର ସନ୍ଦେହ କରୁଛନ୍ତି । ତେଣୁ ଆଗାମୀ ଦିନରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରାଯିବ ବୋଲି ସମ୍ଭାବନା ରହିଛି।
ଏମିତି ଅନେକ କଥା ଏବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁୁଙ୍କ ଓଡ଼ିଶା ଗସ୍ତ ଉପରେ ଚର୍ଚ୍ଚା ଚାଲିଛି। ବିଜେପିର କିଛି ବରିଷ୍ଠ ନେତାଙ୍କ ମତରେ ରାଷ୍ଟ୍ରପତିଙ୍କ ଶାସନ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନମୁଖି ଶାସନରେ ବ୍ରେକ୍ ଲଗାଇ ଦିଆଯିବା ଦରକାର । ପାଣ୍ଡିଆନଙ୍କ ରାଜକୀୟ ଗସ୍ତ ଉପରେ ବ୍ରେକ ଲଗାଯିବା ଦରକାର । ତା' ନହେଲେ ଓଡ଼ିଶାକୁ ବିଜେଡି କବଳରୁ ମୁକ୍ତ କରିବା ମୁସ୍କିଲ ବୋଲି ସେମାନେ କୁଆଡେ଼ କହି ବୁଲୁଛନ୍ତି।
କିନ୍ତୁ ସେମାନଙ୍କ କଥାରେ କୌଣସି ଦମ୍ ନାହିଁ। କେବଳ ବିରୋଧ କରିବା ଆଳରେ ସେମାନେ ଏମିତି କହୁଛନ୍ତି ବୋଲି ସ୍ପଷ୍ଟ ଜଣା ପଡ଼ୁଛି। କାରଣ vk ପାଣ୍ଡିଆନ ଙ୍କୁ ସାରା ଓଡ଼ିଶାର ଲୋକେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦେଇ ସ୍ଵାଗତ କରୁଛନ୍ତି। ତେଣୁ ଏହା ଉପରେ କିଛି କାର୍ଯ୍ୟନୁଷ୍ଠାନ ହେବାର ସମ୍ଭାବନା ନାହିଁ।