* ପ୍ରଧାନମନ୍ତ୍ରୀ ହେବେ ମମତା ବାନାର୍ଜୀ

* ଇନ୍ଦିରା ଗାନ୍ଧୀଙ୍କ ପରେ ମମତା ହେବେ ଦେଶର ଦିତୀୟ ମହିଳା ପ୍ରଧାନମନ୍ତ୍ରୀ

* ନରେନ୍ଦ୍ର ମୋଦୀଙ୍କ ସହ ଏକା ଲଢ଼ିବେ ମମତା , ଦେବେ କଡ଼ା ଟକ୍କର

* ବିରୋଧୀ ହେଲେଣି ଏକାଠି, ଗଢିବେ ମେଣ୍ଟ ସରକାର

        ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ହେବେ ଜଣେ ମହିଳା, ସେ ହେଲେ ପଶ୍ଚିମବଙ୍ଗ ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ହେବାକୁ ଯାଉଛନ୍ତି ଦେଶର ଦ୍ୱିତୀୟ ମହିଳା ପ୍ରଧାନମନ୍ତ୍ରୀ । ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରେ ମମତା ବାନାର୍ଜୀ ହେବେ ଦ୍ୱିତୀୟ ମହିଳା ପ୍ରଧାନମନ୍ତ୍ରୀ। ଭାରତରେ ପୁଣି ଚାଲିବ ଜଣେ ମହିଳାଙ୍କ ଶାସନ। କିନ୍ତୁ ଏଥର କୌଣସି ଗୋଟିଏ ଦଳ ନୁହେଁ, କେନ୍ଦ୍ରରେ ଗଠନ ହେବ ମେଣ୍ଟ ସରକାର। ଆଉ ଏହି ମେଣ୍ଟର ନେତୃତ୍ବ ନେବେ ମମତା ବାନାର୍ଜୀ। 

ଏକାଠି ହେବେ ବାଘ ସହ ଠେକୁଆ, ଗୋଟିଏ ଘାଟରେ ପାଣି ପିଇବେ ହରିଣ ଓ ସିଂହ। ଶତ୍ରୁ ର ଶତ୍ରୁ ସବୁବେଳେ ମିତ୍ର ହୋଇଥାଏ। ସେଇ ନ୍ୟାୟରେ ପରସ୍ପରର ଶତ୍ରୁ ଦଳ ଏବେ ଏକାଠି ହୋଇଛନ୍ତି। ନରେନ୍ଦ୍ର ମୋଦୀ ଙ୍କୁ ହରାଇବା ପାଇଁ ନିଜ ନିଜର ବଳ ଏକାଠି କରୁଛନ୍ତି । 

ମହିଷାସୁର କୁ ହରାଇବା ପାଇଁ ଦେବତା ମାନେ ଏକତ୍ର ହୋଇ ନିଜ ନିଜର ଅସ୍ତ୍ର କୁ ମା ଙ୍କ ହାତରେ ଦେଇଥିଲେ। ଆଉ ସବୁ ଅସ୍ତ୍ରକୁ ଏକାଠି କରି ମା ମହିଷାସୁର କୁ ବଧ କରିଥିଲେ। ଠିକ୍ ସେମିତି, ମୋଦୀଙ୍କୁ ହରାଇବା ପାଇଁ ବିରୋଧୀ ମାନେ ଏକାଠି ହୋଇ, ମମତା ବାନାର୍ଜୀ ଙ୍କୁ ନିଜ ବଳ ଦେଇଛନ୍ତି । ୫ ଟି ମନର ୨୫ ପ୍ରକୃତି କୁ ଏକାଠି କରି, ଗୋଟିଏ ମୋଦି ସହ ଲଢ଼ିବା ପାଇଁ ବାହାରିଛନ୍ତି ମମତା। 
ଭାରତର ରାଜନୀତିରେ ମମତା ବାନାର୍ଜୀ ଜଣେ ସିଂହୀ ନେତ୍ରୀ ଭାବରେ ଜଣାଶୁଣା, ସେ ଜନ୍ମରୁ ବିଦ୍ରୋହୀ। ସଂଗ୍ରାମ କରି ନିଜ ବଳରେ ନିଜ ଅଧିକାର ସାବ୍ୟସ୍ତ କରନ୍ତି ସେ। ନିଜ ଦମ୍ଭ ରେ ସେ ପଶ୍ଚିମବଙ୍ଗ ର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ୩୦ ବର୍ଷର କମ୍ୟୁନିଷ୍ଟ ଶାସନ କୁ ସମୁଦ୍ରରେ ଫୋପାଡ଼ି ନିଜେ ସରକାର ଗଠନ କରିଛନ୍ତି । ଏବେ ତାଙ୍କର ଆଖି ରହିଛି ଦେଶର ପ୍ରଧାନମନ୍ତ୍ରୀ ଆସନ ଉପରେ। ସେଥିପାଇଁ ସେ ପୁରା ଦମ୍ ରେ ଉଦ୍ୟମ କରୁଛନ୍ତି । ମମତା ଥରେ ଯାହା ଉପରେ ଆଖି ପକାନ୍ତି, ତାକୁ ନିଜର କରନ୍ତି, ନାଇଁ ତ ବରବାଦ୍। ତେଣୁ ଯେ କୌଣସି ଉପାୟରେ ପ୍ରଧାନମନ୍ତ୍ରୀ ହେବା ପାଇଁ ସେ ଲାଗି ପଡିଛନ୍ତି। 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହରାଇବା ପାଇଁ ହେଲେ, ଗୋଟିଏ ଦଳ ନୁହେଁ, ବରଂ ସବୁ ଦଳକୁ ଏକାଠି ହେବାକୁ ପଡ଼ିବ। ସେଥିପାଇଁ ସାରା ଦେଶର ଆଞ୍ଚଳିକ ଦଳ ମାନଙ୍କୁ ଏକାଠି ହେବା ପାଇଁ ଆହ୍ବାନ ଦେଉଛନ୍ତି। NDA ଓ UPA କୁ ଛାଡ଼ି ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଆଉ ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଚାଲିଛି।
ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ମମତା ନିଜ ଗୋଷ୍ଠୀରେ ସାମିଲ କରିବାକୁ ଡାକୁଥିଲେ ମଧ୍ୟ, ନବୀନ ବାବୁ କେବେ ଧରା ଛୁଆଁ ଦେଉ ନାହାନ୍ତି। 
କିନ୍ତୁ ଅନ୍ୟ ରାଜ୍ୟର ଆଞ୍ଚଳିକ ଦଳ ମାନେ ଏବେ ଏକାଠି ହେବାରେ ଲାଗିଛନ୍ତି । ତେଣୁ ଆଗମୀ ଲୋକସଭା ନିର୍ବାଚନରେ ଦେଶରେ ପ୍ରବଳ ପ୍ରତିଦ୍ବନ୍ଦୀତା ଦେଖିବାକୁ ମିଳିବ ନିଶ୍ଚୟ। 
ତେବେ ମମତା ବାନାର୍ଜୀ ଙ୍କ ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ ପୂରଣ ହେଉଛି କି ନାହିଁ, ତାହା ଦେଖିବାକୁ ବାକି ରହିଛି।

Tags :- # news # tvp news9 # tvp # tvpnews

Share With