ଏଭିବିପି...ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ |
ଏହା କେଉଁ ସଂଘଠନ ଜାଣିଛନ୍ତି |
ଏହା କୌଣସି ଏକ ରାଜନୈତିକ ସଂଘଠନ କି |
ହଁ ଦର୍ଶକବନ୍ଧୁ,
ଏହା କୌଣସି ଏକ ରାଜନୈତିକ ସଂଘଠନ ନୁହେଁ, ବରଂ ଏହା ଆମ ଭାରତର ଛାତ୍ରଛାତ୍ରୀଙ୍କୁ ନେଇ ବା ବିଦ୍ୟାର୍ଥୀ ମାନଙ୍କ ଦ୍ଵାରା ଗଠିତ ହୋଇଥିବା ଏକ ସଂଘଠନ | ଏହି ସଂଘଠନର ମୁଖ୍ଯ ଗୁଣ, ହେଉଛି ଜ୍ଞାନପୂର୍ଣ୍ଣ, ଶାନ୍ତିପୂର୍ଣ୍ଣ, ଏକତା ମନୋଭାବ ହେଲା ଏହାର ଲକ୍ଷ | ଏହାର ସ୍ଥାପନ ପ୍ରଥମେ ମୁମ୍ବାଇରେ ହୋଇଥିଲା | ତାହାପରେ ମହାରାଷ୍ଟ୍ର, ବିହାର ଓ ମଧ୍ୟପ୍ରଦେଶ ଏମିତି ସାରା ଦେଶରେ ପ୍ରଚଳିତ ହୋଇଥିଲା | ଏହି ସଙ୍ଘଠନରେ ବିଦ୍ୟାର୍ଥୀ ମାନେ ସାମିଲ ହୋଇ ଏକତାର ସହ ଶାନ୍ତି ଶୃଙ୍ଖଳା ରକ୍ଷା କରି ସାରା ଦେଶର ବିପତି ସମୟରେ ସହାୟତାର ହାତ ବଢାଇଥାନ୍ତି | ଏବଂ ଶାନ୍ତି ଶୃଙ୍ଖଳା ମନୟହବାକୁ ଲୋକଙ୍କ ମନରେ ଜାଗ୍ରତ ସୃଷ୍ଟି କରିଥାନ୍ତି ଓ ଅନ୍ୟାୟର ବିରୋଧ କରିଥାନ୍ତି | ଏହି ଏଭିବିପି ସଂଘଠନର ପ୍ରତିନିଧିତ୍ଯୁରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ରେ ହୋଇଥିଲା ଏକ ବଡଧରଣ ତ୍ରିରଙ୍ଗା ଶୋଭାଯାତ୍ରା | ସେହି ତ୍ରିରଙଙ୍ଗାର ଲମ୍ବ 300 ଫୁଟ ଥିଲା ,ଆଉ ସେଥିରେ ଯୋଗଦାନ କରିଥିଲେ ଏହି ଅଞ୍ଚଳର ସମସ୍ତ ସ୍କୁଲ, କଲେଜ, ଏବଂ ସ୍କାଉଟ, ଏନସିସୀ ବିଦ୍ୟାର୍ଥୀ ମାନଙ୍କ ସହ ସମସ୍ତ ଶିକ୍ଷକ ଏମିତିକି ଆଖ ପାଖର ଶିକ୍ଷଣୀୟ ଲୋକ ପ୍ରାୟ 200 ରୁ 300 ଲୋକ ସାମିଲ ହୋଇ, ଏହି ତ୍ରିରଙ୍ଗା ସଭାଯାତ୍ରାକୁ ସନମାନ ଓ ଆନନ୍ଦର ସହ ଉପସ୍ଥାପନ କରିଥିଲେ | ଏହା ଦିହପହଣ୍ଡି ନୂଆ ବସଷ୍ଟାଣ୍ଡରୁ ଆରମ୍ଭ କରି ପୁରା ସହରଟିକୁ ପଦଚାଳନ କରିବା ସହ ସ୍ଲୋଗାନ ଦେଇ ଆମ ତ୍ରିରଙ୍ଗାକୁ ସନମାନ ଜଣାଇଥିଲେ | ଆମ ସ୍ଵାଧୀନଭାରତ ଶସ୍ଯ ଶ୍ୟାମଳ ସୁଜଳା ସୁଫଳ ଭରା ସୁନା, ରୂପା, ହିରା, ମୋତି ମାଣୀକରେ ପରିପୂର୍ଣ୍ଣ | କେତେ ଯେ ବୀର ଆମ ଭାରତକୁ ସ୍ଵାଧୀନ କରିବାକୁ ଯାଇ ତାଙ୍କ ପ୍ରାଣ ହରାଇଛନ୍ତି | ଆଉ ତାର ପ୍ରତୀକ ଭାବେ ରଖିଦେଇଯାଇଛନ୍ତି ତ୍ରିରଙ୍ଗାକୁ | ଏହି ତ୍ରିରଙ୍ଗାଟି ତିନୋଟି ରଙ୍ଗ ଏବଂ ମଝରେ ରଖାଯାଇଥିବା ଏକ ଅଶୋକ ଚକ୍ରକୁ ନେଇ ଏହା ନିର୍ଦ୍ଧିଷ୍ଟ ଶୈଳୀରେ ନିର୍ମିତ | 1947 ନଭେମ୍ବର 21ରେ ସ୍ଵାଧୀନ ଭାରତର ପ୍ରଥମ ଷ୍ଟାମ୍ପ ଭାବେ ପ୍ରଚଳିତ | ସେଥିରେ ଥିବା ନାରଙ୍ଗି କଲର ଆମ ଦେଶ ବାସୀର ସାହସ ଆଉ ଅବିରତ୍ଯୁ, ଏବଂ ଧଳା କଲର ଆମ ଦେଶର ନ୍ୟାୟ ଓ ଶାନ୍ତି, ଆଉ ସବୁଜ ଭାତୃତ୍ୟୁ ଭାବକୁ ବୁଝାଏ | ହେଲେ ସେହି ମଧ୍ୟରେ ଥିବା ଅଶୋକ ଚକ୍ରଟି ଦେଶର ପ୍ରଗତିକୁ ସୁଚାଇଥାଏ | ଏହି ଅମୃତ ମହୋଛବଟି ପାଳନ କରି ଆମ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଏବେ ଉଛରୀକୃତ ହୋଇଅଛି |