Trending
Saturday , May 18 , 2024

ଗୋଟେ ପଟେ ଖୁସି ତ ଗୋଟେ ପଟେ ଦୁଃଖ...!!!
  ଗୋଟେ ପଟେ ବାପା ମା ଙ୍କ ସଂସ୍କାର ତ ଆଉ ଗୋଟେ ପଟେ ଭଲପାଇବା...!!!
   ଗୋଟେ ପଟେ ଘର ଲୋକଙ୍କ ନିରପେକ୍ଷତା କୁ ଆର ପଟେ ଭଲପାଇବାର ଦ୍ୱାହି...!!!!

ସବୁକୁ ଖାତିର ନକରି ଦୀପା ଆପଣେଇଲେ ନିଜ ମନ କଥା ଅଥବା ଭଲ ପାଇବା କୁ!!!!

"ହଁ,ଦର୍ଶକ ବନ୍ଧୁ ".......!!!!!!! 

                            ଏପଟେ ଝିଅର ଲଭ୍  ମ୍ଯାରେଜ୍  ସେପଟେ ତାର ସୁଦ୍ଧିକ୍ରିୟା l ଝିଅର, ବାପା ଘର ଲୋକେ ସୁଦ୍ଧି ହୋଇଥିଲେ l ଏପରି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଆଳି ନୂଆ ବଜାର ଅଞ୍ଚଳରେ l ଏହି ଘଟଣାଟି ବହୁତ ମାତ୍ରାରେ ଚର୍ଚ୍ଚା  ମଧ୍ୟ ହେଉଛି l ଗଡପାଟଣା ଗାଁର ରାଜେନ୍ଦ୍ର ନାମରେ ଗୋଟିଏ ପୁଅକୁ ଲଭ୍ କରୁଥିଲେ ଦୀପାଞ୍ଜଳି ,ଏହି ଦୁଇ ଜଣଙ୍କ ଲଭ୍ କୁ ଝିଅର ବାପା ଓ ପରିବାର ଲୋକେ ବିରୋଧ କରୁଥିଲେ କିନ୍ତୁ ପୁଅ ଘର ଲୋକେ ରାଜି ଥିଲେ l ଝିଅର ପରିବାର ଲୋକେ ବିରୋଧ କରିବା ପରେ ବି ଦୀପାଞ୍ଜଳି ରାଜେନ୍ଦ୍ରକୁ ଲଭ୍ କରୁଥିଲେ l ଯେତେବେଳେ ଦୀପାଞ୍ଜଳି ଘରେ କହିଥିଲେ ଯେ, ସେ ରାଜେନ୍ଦ୍ରକୁ ମ୍ଯାରେଜ୍ କରିବେ, ସେତେବେଳେ ଝିଅର ପରିବାର ଲୋକେ ଝିଅକୁ ବହୁତ ଗାଳି ମାଡ କରିଥିଲେ l ତା ପର ଦିନ ଦୀପାଞ୍ଜଳି ଆଉ ରାଜେନ୍ଦ୍ର ଫେରାର ହୋଇ ଗତ ସପ୍ତାହ ରେ ଗୋଟେ ମନ୍ଦିରରେ ମ୍ଯାରେଜ୍ କରିଥିଲେ l 

                                    ଯେତେବେଳେ ଝିଅ ଘର ଲୋକେ ଜାଣିଲେ ସଙ୍ଗେ ସଙ୍ଗେ ସେପଟେ ବାହାଘର ଚାଲିଥିବା ବେଳେ ଝିଅର ବାପା ଆଉ ସାରା ପରିବାର ଲୋକେ ସୁଦ୍ଧିକ୍ରିୟା ହୋଇଥିଲେ l ଏପରି କରି ଦୀପାଞ୍ଜଳି ସହ ସବୁ ସମ୍ପର୍କ ଟୁଟେଇ ଦେଇଥିଲେ l  ସୁଦ୍ଧିକ୍ରିୟା ସରିବା ପରେ ବି ଦୀପାଞ୍ଜଳିର ସାନ ଭାଇ ତାଙ୍କ ଶାଶୁ ଘରକୁ ଯାଇଥିଲେ ! ଏବଂ ଶଳା ଘରକୁ ଆସିଛି ବୋଲି ଭିଣେଇ ଶଳାଚର୍ଚ୍ଚା କରିଥିଲେ l କିନ୍ତୁ,ବାପା ଝିଅ ସହ ସମ୍ପର୍କ ଶେଷ କରିଲା ବେଳେ ଭାଇ ଭଉଣୀ ପ୍ରତି ବହୁତ ନିବିଡ ସମ୍ପର୍କ ରଖିଛନ୍ତି  l ଦୀପାଞ୍ଜଳିର ସାନ ଭାଇ ସତରେ କଣ ବାପା ଓ ସାରା ପରିବାରଙ୍କୁ ବୁଝାଇ ପୁଣି ଥରେ ନିଜ ଭଉଣୀଙ୍କୁ ସାରା ପରିବାର ସହ ସାମିଲ୍ କରେଇବା l କିନ୍ତୁ,ତାଙ୍କ କଥାକୁ ବର୍ତ୍ତମାନ ଯାଇ ତାଙ୍କ ବାପା ଆଉ ତାଙ୍କ ପରିବାର ଲୋକେ କିଏ ବି ଶୁଣିବାରେ ବା ବୁଝିବାରେ ନାରାଜ୍ ! 

                                ସତରେ କଣ ଦୀପାଞ୍ଜଳିଙ୍କ ସାନ ଭାଇ ସହ ପରିବାରରେ ପୁଣି ଥରେ ନିଜ ଭଉଣୀର ଜାଗା ଦେବାରେ ସଫଳ ହୋଇପାରିବେ କି?
                   କଣ ହେବ ପରର କଥାକୁ ସମସ୍ତଙ୍କ ନଜର ଲାଖି ରହିଛି  l

Tags :- # news # tvp news9 # tvp # tvpnews

Share With