Trending
Friday , January 17 , 2025

କେଉଁ ଦଳରୁ ପାର୍ଥୀ ହେବେ ଦ୍ରୌପତି ମୁର୍ମୁଙ୍କ ଝିଅ .......!!
ରାଷ୍ଟ୍ରପତିଙ୍କ ଝିଅକୁ ପାର୍ଥୀ କରିବା ପାଇଁ  ଚାହୁଁଛନ୍ତି  ବିଜେପି ଓ ବିଜେଡି......!! 
କାହାକୁ ପସନ୍ଦ କରିବେ ରାଷ୍ଟ୍ରପତିଙ୍କ ଝିଅ ଇତିଶ୍ରୀ ମୁର୍ମୁ.......!! 
ବିଶ୍ଵେଶ୍ଵର ଟୁଡୁଙ୍କୁ ବାହାର କରି ଇତିଶ୍ରୀ ହୋଇ ପାରନ୍ତି ପାର୍ଥୀ ........!!

ହଁ ଦର୍ଶକ ବନ୍ଧୁ ......!!!

ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପତି ମୁର୍ମୁଙ୍କ ଝିଅ ଇତିଶ୍ରୀ ମୁର୍ମୁକୁ ନେଇ ଚର୍ଚ୍ଛା ଅଲୋଚନ ଥମିବାର ନା ନେଉନି । ମଝିରେ ମଝିରେ ତାକୁ ନେଇ ଜୋର୍ ଦାର୍ ଚର୍ଚ୍ଛାହେଉଛି । ଆଉ ଏବେ ରାଷ୍ଟ୍ରପତି ଦ୍ରୌପତି ମୁର୍ମୁ ଓଡିଶା ଗ୍ରସ୍ତରେ ଆସି ଫେରିବା ପରେ ପୁଣି ଥରେ ତାଙ୍କୁ ନେଇ ଚର୍ଚ୍ଛା ଆରମ୍ଭ ହୋଇଛି । ତେଣୁ ରାଷ୍ଟ୍ରପତି ଦ୍ରୌପତି ମୁର୍ମୁଙ୍କ ଝିଅ ଏଥର ରାଜନୀତି ମଇଦାନ୍ କୁ ଓଲ୍ଲାଇବା ପକ୍କା ବୋଲି ସ୍ଵଷ୍ଟ ହେବାରେ ଲାଗିଛି । ତେବେ କେଉଁ ଦଳରେ  ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପତି ମୁର୍ମୁଙ୍କ ଝିଅ ଇତିଶ୍ରୀ ମୁର୍ମୁ ତାହା ଏ ଯାଏ ସ୍ଵଷ୍ଟ ହୋଇପାରୁନି । ମୟୂରଭଞ୍ଜ ଜିଲ୍ଲାର ରାଜନୀତି ଆଦିବାସୀ ବଉଳ ମତଦାତାଙ୍କୁ ନେଇ ସବୁ ବେଳେ ଚର୍ଚ୍ଛାରେ ରହିଛି । ତେଣୁ ରାଜ୍ୟରେ ରାଜନୀତିକ ଦଳ ଗୁଡିକ ଲୋକ ପ୍ରିୟ ଆଦିବାସୀ ନେତାଙ୍କୁ ନେଇ ନିଜର ଗୋଟି ଚାଳନା କରିଥାନ୍ତି । 

 ଏହି କ୍ରମରେ ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପତି ମୁର୍ମୁଙ୍କ କନ୍ୟା ଇତିଶ୍ରୀ ମୁର୍ମୁକୁ ନେଇ ଜିଲ୍ଲା ରାଜନୀତି ବେସ୍ ସରଗମ୍ ହୋଇ ଉଠିଛି । ଜିଲ୍ଲାର ଆଦିବାସୀ ନେତ୍ରୀ ଦ୍ରୌପତି ମୁର୍ମୁ ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହେବା ,ପରେ ତାଙ୍କ ପରିବାରର ସଦସ୍ୟ କହିଲେ ଝିଅ ଇତିଶ୍ରୀ ଏବେ ରାଜନୀତି ଦଳ ଗୁଡିକର ପ୍ରଥମ ପସନ୍ଦ ହୋଛନ୍ତି । କାରଣ ଇତିଶ୍ରୀ ଉଚ୍ଛ ଶିକ୍ଷିତ ହୋଇଥିବାରୁ ସେ ଲୋକ ମାନଙ୍କର ସମସ୍ୟାକୁ ତାଙ୍କ ମାଆଙ୍କ ଭଳି ପ୍ରାଥମିକତା ଦେଇ ସମାଧାନ କରିପାରିବେ । ମୟୂରଭଞ୍ଜ ଲୋକ ସଭା ଆସନ ଶାସକ ବିଜେଡି ପାଇଁ କେବେ ବି ସହଜ ହୋଇ ନାହିଁ । ଗତ ନିର୍ବାଚନରେ ଏଠାରେ ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ  ବିଶ୍ଵେଶ୍ଵର ଟୁଡୁ ବିଜେଡି ପାର୍ଥୀଙ୍କୁ ହରାଇ ନିର୍ବାଚିତ ହୋଇଛନ୍ତି । ତେଣୁ ଆଗାମୀ ନିର୍ବାଚନ ମୟୂରଭଞ୍ଜ ଲୋକ ସଭା ଆସନକୁ ହାତେଇବା ପାଇଁ ଶାସକ ବିଜେଡି ପକ୍ଷରୁ  ଇତିଶ୍ରୀକୁ ଦଳିୟ ପାର୍ଥୀ କରିବାକୁ ଜୋର୍ ଦାର୍ ଉଦ୍ୟମ ଆରମ୍ଭ ହୋଇଛି । କିନ୍ତୁ  ଇତିଶ୍ରୀ ବିଜେଡି ପଟକୁ ଢଳିଲା କି ନାହିଁ ତାହା ସନ୍ଦେଶ ଘେରରେ ରହିଛି ।

ଅପର ପକ୍ଷରେ ବିଜେପିରେ ମୁର୍ମୁଙ୍କ ପରିବା ରାଜନୀତି ଆରମ୍ଭ କରିଛନ୍ତି , ଇତିଶ୍ରୀଙ୍କ ମାଆ ତଥା ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପତି ମୁର୍ମୁ ବିଜେପିରୁ ତାଙ୍କ ରାଜନୀତିକ ଯାତ୍ରା କରିଥିଲେ । ମୋଦୀ ସରକାର ତାଙ୍କୁ ପ୍ରଥମ ଆଦିବାସୀ ରାଷ୍ଟ୍ରପାତି ଭାବରେ ନିର୍ବାଚିତ କରି ଦେଶର ଆଦିବାସୀ ମତ ଦାତାଙ୍କୁ ନିଜ ପଟକୁ  ଆଣିବାର ପ୍ରୟାସ  କରିଛନ୍ତି । 

ଯେହେତୁ ଦ୍ରୌପତି ମୁର୍ମୁଙ୍କ ରାଜନୀତିକ ଜୀବନ ବିଜେପିରେ କଟିଛି । ତେଣୁ ତାଙ୍କ ଝିଅ ବିଜେପି ସହିତ ରହିବାରେ କୌଣସି ଅସୁବିଧା ହେବ ନାହିଁ । ତେବେ ଏନେଇ ଉଭୟ ଇତିଶ୍ରୀ ଏବଂ ବିଜେପି ପକ୍ଷରୁ କୌଣସି ସୂଚନା ଦିଆଯାଇନଥିଲେ ମଧ୍ୟ ତାଙ୍କୁ ପାର୍ଥୀ କରିବା ପାଇଁ ଜୋର୍ ଦାର୍ ଆଲୋଚନା ହେଉଛି । ତେବେ ଇତିଶ୍ରୀ ଲୋକ ସଭା ପାର୍ଥୀ ହେଲେ ବିଶ୍ଵେଶ୍ଵର ଟୁଡୁଙ୍କୁ ବିଧାୟକ ପାର୍ଥୀ କରାଯିବ ବୋଲି ମୟୁରଭଞ୍ଜରେ ବେସ୍ ଚର୍ଚ୍ଛା ଚାଲିଛି ।   

       ଯଦି ଆପଣମାନେ ଏମିତି ଆହୁରି ନୁଆ ନୁଆ ଖବର ଜାଣିବାକୁ ଚାହୁଁଛନ୍ତି ତାହାଲେ ଆମ ଚାନେଲ୍ ସହିତ ଜଡ଼ି ହୋଇ ହୁହନ୍ତୁ, ଆଉ ଆମ ଚାନେଲ କୁ ଲାଇକ୍ , ଶେର୍ ସସ୍କ୍ରାଇବ କରନ୍ତୁ |

       ବ୍ୟୁରୋ ରିପୋର୍ଟ tvp news9....!!!

Tags :- # news # tvp news9 # tvp # tvpnews

Share With