Trending
Saturday , May 18 , 2024

** ଧରମ ଭାଇକୁ ରାକ୍ଷୀ ବାନ୍ଧିଲେ ସ୍ତ୍ରୀ .........!!
** ରାକ୍ଷୀ ବାନ୍ଧିବି କହି oyo  ଚାଲିଗଲା ସ୍ତ୍ରୀ .......!!
** ଧରମ ଭାଇ ସହିତ ସ୍ତ୍ରୀ କୁ ଧରିଲେ ସ୍ଵାମୀ  oyo  ହୋଟେଲରେ  .......!!

    “ ହଁ ଆଜ୍ଞା ”........!
 
ଏପରି କିଛି ଦେଖିବା ପାଇଁ ମିଳିଛି ପୁରୀ ଜିଲ୍ଲା ରେ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ  ଲାଗିଲେ ବି ସତ । ପୁରୀ ହୋଟେଲରେ ଘଟିଛି ଏମିତି କିଛି ଘଟଣା । ଧରମ ଭାଇ ସହିତ ସ୍ତ୍ରୀ କୁ ଧରିଲେ ସ୍ଵାମୀ ତାହା ପୁଣି  oyo  ହୋଟେଲରୁ ।   ରାକ୍ଷୀ ପୂର୍ଣ୍ଣିମା ରେ ସ୍ତ୍ରୀ କହିଥିଲା ସ୍ଵାମୀଙ୍କୁ ଭାଇଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ଘରକୁ ଯିବି । ଏହା ଶୁଣିବା ପରେ ସ୍ଵାମୀ ମଧ୍ୟ୍ୟ ସ୍ତ୍ରୀ କୁ ଅନୁମତି ଦେଇଥିଲେ । କିନ୍ତୁ ସ୍ତ୍ରୀ ଧରମ ଭାଇ ସହ ଯାଇଥିଲା  oye  ହୋଟେଲ୍ ।

 ଆଉ କିଛି ସମୟ ବିତାଇ ଥିଲା ଧରମ ଭାଇସହିତ । ତା ପରେ ପୋଲିସ୍ ର ସହଯୋଗରେ  ସ୍ଵାମୀ ତାର ନିଖୋଜ୍ ସ୍ତ୍ରୀ ଆଉ ଧରମ ଭାଇକୁ ପୁରୀର oye ହୋଟେଲ୍ ରୁ ଧରିଥିଲେ । ଏହାକୁ ଦେଖିବା ପରେ ସ୍ଵାମୀ ମଧ୍ୟ ଆଶ୍ଚର୍ଯ୍ୟ  ହୋଇଯାଇଥିଲା । ଏବଂ ରାକ୍ଷୀ ପୂର୍ଣ୍ଣିମାରେ ଏମିତି କିଛି ଘଟିବ ବୋଲି କେବେବି ଭାବିନ ଥିଲେ ସ୍ଵାମୀ । ଯାହାକୁ  ନେଇ ପୁରୀ ଅଞ୍ଚଳରେ ବହୁତ  ଚର୍ଚା ମଧ୍ୟ ହୋଇଥିଲା । 

ତେବେ ସେହି ଧରମ ଭାଇ ର ଘର ଭଦ୍ରକ ଜିଲ୍ଲା ,ତିହିଡି ଅଞ୍ଚଳରେ ଏବଂ ସେହି ସ୍ତ୍ରୀ ଲୋକର ଶାଶୁଘର କୁଆଡେ କଟକରେ ।ତାପରେ ସେହି ହୋଟେଲ୍ ରୁ ବାହାରି ମହିଳା ଜଣଙ୍କ ଚକଲେଟ୍ ଆଣିବି କହି ପୁରୀର ବଡ ଦାଣ୍ଡକୁ ଚାଲି ଆସିଥିଲେ । ତା ପରେ ଧରମ ଭାଇ ମଧ୍ୟ କିଛି ବୁଝି ନ ପାରି ସେହି ମହିଳାଙ୍କ ପଛେ ପଛେ ଚାଲିଆସିଥିଲେ । କିନ୍ତୁ ସେଠାରେ ସେ ମହିଳା ଜଣକୁ ନ ପାଇଁ ବହୁତ କାନ୍ଦିବାକୁ ଲାଗିଥିଲେ । ସେଠାକାର ଲୋକେ ଧରମ ଭାଇ କୁ କାନ୍ଦିବାର ଦେଖି ପଚାରିଥିଲେ କଣ ହେଲା ବୋଲି ।ଏବଂ ସେ କହିଥିଲେ  ସେହି ମହିଳାଙ୍କୁ ଧରମ ଭଉଣୀ ନ କହି ନିଜ ସ୍ତ୍ରୀ ବୋଲି କହିଥିଲେ ।ଏହି କଥା ଶୁଣିବା ପରେ ସେ ଲୋକ ମାନେ କିଛି ସାନ୍ତନା ମଧ୍ୟ୍ୟ ଦେଇଥିଲେ । ଏପଟେ ମହିଳା ଜଣକ ମଧ୍ୟ ହୋଟେଲ ରେ ଯାଇ ଦେଖିଲା ବେଳକୁ ସେଠାରେ ତାଙ୍କ ଧରମ ଭାଇ କୁ ନ ପାଇଁ ସେ ମଧ୍ୟ କାନ୍ଦି କାନ୍ଦି ବଡ ଦାଣ୍ଡରେ ପହଞ୍ଚିଥିଲେ । ତା ପରେ ନିଜ ସ୍ଵାମୀ ଙ୍କ ହାତରେ ଧରା ପଟିଥିଲେ ସ୍ତ୍ରୀ ।

 ତା ପରେ ଜଣାପଡ଼ିଥିଲେ ଯେ ସ୍ତ୍ରୀ ରାକ୍ଷୀ ବାନ୍ଧିବା ପାଇଁ ଭାଇ ପାଖକୁ ଯାଇ ନ ଥିଲେ ବରଂମ ଧରମ ଭାଇ ସହ ହୋଟେଲ୍ କୁ ଯାଇଥିଲେ କିଛି ସମୟ ବିତାଇବା ପାଇଁ  ।ଏହି ସବୁ ଦେଖିବା ପରେ ସ୍ଵାମିଟିଏ ମଧ୍ୟ ଆଶ୍ଚର୍ଯ୍ୟ  ହୋଇଯାଇଥିଲେ । ଏବଂ ଏହି ଘଟଣା ପରେ ସେଠାକାର ଲୋକେ ବହୁତ ନିନ୍ଦା କରିଛନ୍ତି । ଆଉ କହିଛନ୍ତି ଆଜି ପରି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ରେ ,ଭାଇ ଭଉଣୀ ଭଳି ପବିତ୍ର ସମ୍ପର୍କ । ଏଥିରେ ଭାଇ ଭଉଣୀଙ୍କ ସମ୍ପର୍କକୁ ସାରା ଦୁନିଆ ଦେଖେ କିନ୍ତୁ ଭାଇ କୁ ରାକ୍ଷୀ ବାନ୍ଧିବି କହି ସ୍ତ୍ରୀ ସ୍ଵାମୀକୁ ଠକି ନିଜ ଧରମ ଭାଇ ସହ ହୋଟେଲ୍ ରେ ସମୟ କଟିଲା । ଏହି ଘଟଣା ଟି ଘଟିଛି ପୁରୀ ଜିଲ୍ଲା ରେ । 

 ବ୍ୟୁର ରିପୋର୍ଟ tvp news9 ……!!

Tags :- # news # tvp news9 # tvp # tvpnews

Share With