5 T ସଚିବ  ବିବାଦ ପାଇଁ ବିଧାନସଭାରେ ନବୀନ ରଖିଲେ ଉତ୍ତର ...!!!
5 T ସଚିବ ଗସ୍ତ ର ହେଲିକପ୍ଟର ଖର୍ଛର ହିସାବ ଦେଲେ ମୁଖ୍ୟମନ୍ତ୍ରୀ ...!!!
ହେଲିକପ୍ଟର ଖର୍ଚ କୁ ନେଇ ବିରୋଧୀ ଙ୍କ ମନରେ ଜାଗିଉଠିଥିଲା ପ୍ରଶ୍ନବାଜି ...!!

ମାସକୁ କେତେ ଟଙ୍କା ଅଟେ ମୁଖ୍ୟମନ୍ତ୍ରୀ ଙ୍କ ହେଲିକପ୍ଟର ଗସ୍ତ ! ଆଉ ଏହା କୁ ନେଇ ସାଧାରଣତରେ ଅନେକ କିଛି ବିବ୍ରାନ୍ତି କର ତଥ୍ୟ ଦିଆଯିବାପରେ , ଏ ନେଇ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ! ସେ କହିଛନ୍ତି 10 ରୁ 3 ଟା ଭିତରେ ଦିନକରେ 3 ରୁ 5 ଟି ମିଟ୍ଟିଙ୍ଗ କରିବା ଅସମ୍ଭବ , ଯଦି ସଡକ ପଥରେ ଯାଇ ଏ ସବୁ କରାଯାଇଥାନ୍ତା ଦେଢବର୍ଷ ସମୟ ଲାଗିଯାଇଥାନ୍ତା ! ବିଗତ ସାଢେ 3ବର୍ଷ ରେ ହେଲିକପ୍ଟର ବାବଦରେ 40 କୋଟି ଟଙ୍କା ବ୍ୟୟ ହୋଇଛି ! ଯଦି ଆକଳନ କରାଯାଏ ମାସକୁ ଏକ କୋଟି ରୁ ଦେଢ କୋଟି ଟଙ୍କା ଖର୍ଚ ହୋଇଛି ! ହେଲିକପ୍ଟର ଅତ୍ୟାଧିକ ଖର୍ଚ ହେବାକଥା ଯାହା କୁହାଯାଉଛି ତାହା ମିଥ୍ୟା ! 

ଅନ୍ୟ ପଟେ ମୁଖ୍ୟମନ୍ତ୍ରୀ ମଧ୍ୟ ଆଜି ବିଧାନସଭା ରେ ମୌସୁମୀ ଅଧିବେଶନରେ ମୁଖ୍ୟମନ୍ତ୍ରୀ ରଖିଛନ୍ତି ବିବୃତି ! ବିରୋଧୀ ର ସବୁ ପ୍ରଶ୍ନ ର ଉତାର ରଖିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ କହିଛନ୍ତି ଲୋକଙ୍କ ସରକାର ସମସ୍ୟା ର ସମାଧାନ ପାଇଁ ମୋ ସରକାର ସବୁବେଳେ ଏହାକୁ ପ୍ରାଥମିକ ଦେଇଆସୁଛି !କୋଭିଡ ପରେ ଦୁଇ ବର୍ଷ ପାଇଁ ପ୍ରତିବନ୍ଧକ ହେତୁ C.M ଅଭିଯୋଗ ସେଲ ବନ୍ଦ ହୋଇଗଲା !ତେବେ ଏହା ସ୍ଵାଭାବିକ ଅବସ୍ଥାକୁ ଫେରିବା ପରେ ପୂର୍ଣ୍ଣବାର ଆରମ୍ଭ କରଜିଥିଲା ! ତେବେ ଛଅ ମାସ ମଧ୍ୟରେ 190 ରୁ ଅଧିକ ସ୍ଥାନରେ CMO ପହଞ୍ଚି ଥଲା !ପ୍ରତି ଦିନ CMO 3 ରୁ 5 ସ୍ତାନ ଆବୃତ କରଯାଇଥିଲା ! ଆଉ ଏହି ପ୍ରକ୍ରିୟାରେ ଲୋକଙ୍କ ଠାରୁ 57.442 ଟି ଆବେଦନ ସଂଗ୍ରହ କରଜିଥିବାବେଳେ ସେଥି ମଧ୍ୟରୁ 43.536 ଟି ଆବେଦନର ସମାଧାନ ସରିଛି ! ଆବେଦନ କାରୀଙ୍କୁ ଲିଖିତ ଉତ୍ତର ମଧ୍ୟ ଦିଅ ଯାଇଛି ! ତା ସହିତ ମୋ ସରକାର ମାଧ୍ୟମରେ ଫୋନ କଲ ଗୁଡିକର ମତାମତ ମଧ୍ୟ ଦିଅ ଯାଏ 

ସୃନ୍ୟ କାଳ ଆରମ୍ଭ ହେବା ମାତ୍ରେ ମୁଖ୍ୟମନ୍ତ୍ରୀ ନିଜ ଆଡୁ CMO ଅଭିଯୋଗ ଶୁଣାନି ନେଇ ରଖିଥିଲେ ବିବୃତି ! 5T ସଚିବ ଙ୍କ ଗସ୍ତକୁ ଯଥାର୍ଥ ଦର୍ଶାଇ ବିରୋଧୀ ଉଠାଇ ଆସିଥିବା ଗୋଟି ଗୋଟି ପ୍ରଶ୍ନର ରଖିଥିଲେ ନବୀନ ! ଗତ କିଛି ମାସ ହେଲା ବିରୋଧୀ କେଉଁ କେଉଁ ପ୍ରଶ୍ନ ସବୁ ଉଠାଇ ଥିଲେ ଆଉ ଏହାର କଣ ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ! ବିରୋଧୀଙ୍କ ବଡ ପ୍ରଶ୍ନ ଥିଲା କାହା ନିର୍ଦ୍ଧେଶ୍ଵରେ 5T ସଚିବ ଜିଲ୍ଲା ରୁ ଜିଲ୍ଲା ବୁଲୁଛନ୍ତି ! ଅଭିଯୋଗ ଶୁଣାନି ପାଇଁ ଅନେକ ବ୍ୟବସ୍ତା ଥିବା ସ୍ଵତେ , କାହିଁକି ସଚିବ ଙ୍କ ଅଭିଯୋଗ ଶୁଣାନି ପାଇଁ ଆଡମ୍ବର ପୁର୍ଣ୍ଣ ଆୟଯୋନ କରାଯାଉଛି ! ମୁଖ୍ୟମନ୍ତ୍ରୀ କହିଛନ୍ତି ତାଙ୍କ ନିର୍ଦ୍ଧେଶ ରେ ହିଁ ଅଭିଯୋଗ ଶୁଣାନି ପାଇଁ ଡୋରଷ୍ଟେପ କୁ ଯାଇଛି CMO ! କୋଭିଡ ପରେ ଅଭିଯୋଗ ଆସିଥିବା କମିଥିବାରୁ ଏହି ନିସ୍ପତି ନିଆଯାଇଥିଲା !ବିରୋଧୀଙ୍କ ଆଉ ଏକ ପ୍ରଶ୍ନ ଥିଲା ସବୁସ୍ତାନ କୁ ଯାଇ ରାଜନେତାଙ୍କ ଭଳି ସଭା କରୁଛନ୍ତି ସଚିବ , ଅଭିଯୋଗର ସମାଧାନ କେତେଦୂର ହେଉଛି !ନବୀନ କହିଛନ୍ତି ଛଅ ମାସରେ 190 ଟି ସ୍ଥାନରେ ଅଭିଯୋଗ ଶୁଣାନି ହୋଇଛି , 57. ହଜାର 442 ଅଭିଯୋଗ ସଂଗ୍ରହ କରାଯାଇଛି ,ତା ମଧ୍ୟରୁ 43 ହଜାର 536 ଅଭିଯୋଗର ସମାଧାନ କରାଯାଇଛି ! ଏହାକୁ ବିଶ୍ଵ ର ସବୁଠାରୁ ବଡ ଅଭିଯୋଗ ଶୁଣାନି ବୋଲି ଉଲେଖ କରିଛନ୍ତି ନବୀନ !ବିରୋଧୀଙ୍କ ଆଉ ଏକ ଗୁରୁତ୍ଵପୂର୍ଣ ପ୍ରଶ୍ନ ଥିଲା ମନ୍ତ୍ରୀ ବଡ ନା ସଚିବ ବଡ , ମନ୍ତ୍ରୀ- ବିଧାୟକ ମାନଙ୍କୁ ଗୌଣ କରାଯାଇ ସଚିବ ଙ୍କୁ ସର୍ବେସର୍ବା କରାଯିବା କେତେଦୂର ଠିକ ! ନବୀନ କହିଛନ୍ତି ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ସେଲ୍  ସବୁବେଳେ CMO ଙ୍କ ଦ୍ଵାରା ପରିଚାଳିତ ହୁଏ , ଅଭିଯୋଗ ପାଇବାପରେ ବିଭାଗ କୁ ପଠାଯାଏ , ତାପରେ ମନ୍ତ୍ରୀ ମାନେ ପଦକ୍ଷେପ ନିଅନ୍ତି , ଏହା ଏକ ଟିମୱାର୍କ ! ବିରୋଧୀ ଅଭିଯୋଗ କରିଥିଲେ ସଚିବଙ୍କ ହେଲିକପ୍ଟର ଖର୍ଚ୍ଛ 300 କୋଟିରୁ ଅଧିକ , ଜନଶୁଣାନି ନାଁରେ ଏକ ପ୍ରକାର ନିର୍ବାଚନୀ ପ୍ରଚାର କରାଯାଉଛି !ଉତ୍ତର ଦେଇଛନ୍ତି ନବୀନ ସାଢେ 3 ବର୍ଷ ରେ ଚପର ବାବଦରେ 40 କୋଟି ଖର୍ଛ ହୋଇଛି   ! ସେହି ହିସାବରେ ଦେଖିବାକୁ ଗଲେ ପ୍ରତି ମାସରେ କୋଟିଏ ରୁ ଦେଢକୋଟି ଟଙ୍କା ଖର୍ଛ ହୋଇଛି , ଅଧିକ ଖର୍ଛ ନେଇ ବିରୋଧୀ ଙ୍କ ଅଭିଯୋଗ ମିଥ୍ୟା , ଅଭିଯୋଗ ଶୁଣାନୀ କୁ ସମାଲୋଚନା କରିବା ଜନବିରୋଧୀ !

Tags :- # news # tvp news9 # tvp # tvpnews

Share With