ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବା ପାଇଁ ଭାରତ ଆସିଥିଲା ସୀମା
* ମୋଦୀଙ୍କୁ ମାରିବା ପାଇଁ ସୀମାକୁ ପଠାଇଥିଲା ପାକିସ୍ଥାନ ଆର୍ମି
* ଯୁଦ୍ଧରେ ତ ପାରିବନି ତେଣୁ ସୀମା କୁ ନେଇ ରଚିଥିଲା ଷଡ଼ଯନ୍ତ୍ର
* ସର୍ଜିକାଲ ଷ୍ଟ୍ରାଇକ୍ ପାଇଁ ମୋଦିଙ୍କ ଠୁ ପ୍ରତିଶୋଧ ନେବାକୁ ଚାହୁଁଛି ପାକିସ୍ଥାନ
ଭାରତର ଜସସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହତ୍ୟା କରିବା ପାଇଁ ଭାରତକୁ ଆସିଛି ଏହି ସୀମା ହାଇଦର। ସେ ଭାରତ ଆସିବା ପଛରେ ରହିଛି କେବଳ ହିଁ କେବଳ ଗୋଟିଏ ମନ୍ଦ ଉଦେଶ୍ୟ। ଆଉ ତାହା ହେଉଛି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହତ୍ୟା। ଏମିତି ଏକ ବିରାଟ ଷଡ଼ଯନ୍ତ୍ର ରେ ସାମିଲ ହୋଇ ଭାରତକୁ ଆସି ପ୍ରେମରେ ନାଟକ କରୁଛି ଏହି ସୀମା ହାଇଦର। ଭାରତର ବୋହୂ ଭାବରେ ରହି ମିଠା ମିଠା କଥା କହି ବିଶ୍ଵାସ ଜନ୍ମାଇ ଥାନ୍ତା। ତା ପରେ ପାକିସ୍ଥାନ ପାଇଁ ଗୁଇନ୍ଦା ସାଜି ଭାରତର ସବୁ ଗୁପ୍ତ ଖବର ପାକିସ୍ଥାନ କୁ ପଠାଇ ଥାନ୍ତା ଏହି ସୀମା ହାଇଦର। ଆଉ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯିବା ଆସିବା ବେଳର ସମୟକୁ ପାକିସ୍ଥାନ କୁ ଜଣାଇ ଥାନ୍ତା ସୀମା। ଆଉ ତା ପରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହତ୍ୟା କରିବା ପାଇଁ ରଚନା କରିଥାନ୍ତା ଚକ୍ରବ୍ୟୁହ। ଏମିତି ଅନେକ କଥା ଏବେ ସମ୍ନାକୁ ଆସୁଛି। ସୀମା ହାଇଦର ର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି। ଯାହାକୁ ନେଇ ଏବେ ସାରା ଭାରତରେ ହଇଚଇ ସୃଷ୍ଟି ହୋଇଛି।
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ କାହିଁ କେବେଠାରୁ ରାଗି ରହିଛି ପାକିସ୍ଥାନ। ମୋଦୀଙ୍କ ନାଁ ଶୁଣିବା ମାତ୍ରେ ରାଗରେ ରକ୍ତ ଚାଉଳ ଚୋବାଉଛି ପାକିସ୍ଥାନ ଆର୍ମି। ପାକିସ୍ଥାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରି ସହ ସହ ପାକିସ୍ଥାନୀ ଯବାନ ଙ୍କୁ ହତ୍ୟା କରି ଥିବାରୁ ନରେନ୍ଦ୍ର ମୋଦୀଙ୍କ ଠାରୁ ପ୍ରତିଶୋଧ ନେବାକୁ ଚାହିଁ ବସିଛି ପାକିସ୍ଥାନ। କିନ୍ତୁ ପାକିସ୍ଥାନ ଭଲ ଭାବରେ ଜାଣିଛି , ଯେତେ ଯାହା କଲେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାରିବା ପାକିସ୍ଥାନ ପାଇଁ ସାତ ଜନ୍ମରେ ବି ସମ୍ଭବ ନୁହେଁ। ଏମିତିକି ଭାରତ ସହ ଯୁଦ୍ଧ କଲେ ମଧ୍ୟ ହାରିଯିବ ସାରା ପାକିସ୍ଥାନ। ତେଣୁ କଳେ ବଳେ କୌଶଳେ ନରେନ୍ଦ୍ର ମୋଦୀଙ୍କ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲା ପାକିସ୍ଥାନ ଆର୍ମି। ତେଣୁ ହାତରେ ନହେଲେ ଭାତରେ ମାରିବା ପାଇଁ, ସୁନ୍ଦରୀ ସୀମା ହାଇଦର କୁ ମୋହରା କରିଥିଲା ପାକିସ୍ଥାନ ଆର୍ମି। ଆଉ ସୀମାକୁ ଭାରତ ପଠାଇ ପ୍ରେମ କରିବାର ମିଛ ନାଟକ କରିବାକୁ ଯୋଜନା କରିଥିଲା। ତେଣୁ ନିଜ ଦେଶର ଜଣେ ନାଗରିକ ହିସାବରେ ପାକିସ୍ଥାନ ସେନାର ଷଡ଼ଯନ୍ତ୍ର ରେ ସାମିଲ ହୋଇଥିଲା ଏହି ସୀମା ହାଇଦର।
କେହି ଯେମିତି ତାର ଷଡ଼ଯନ୍ତ୍ର ବିଷୟରେ ଜାଣି ନପାରିବେ, ସେଥିପାଇଁ ଜଣେ ନୀରିହ ଯୁବକକୁ ଭଲ ପାଇବାର ନାଟକ କରି , ତାକୁ ବୋକା ବନାଇ, ଭାରତର ବୋହୂ ହେବାର ଅଭିନୟ କରିଥିଲା ସୀମା। ଆଉ ତାର ଷଡ଼ଯନ୍ତ୍ର କୁ ସାକାର କରିବା ପାଇଁ ସୁଯୋଗ ଖୋଜୁଥିଲା ନାଗୁଣୀ ସୀମା।
କିନ୍ତୁ ତାର ସବୁ ଗୁମର ଏବେ ଖୋଲୁଛି ଆଉ ତାର ସବୁ ଚାଲ୍ ଧରା ପଡ଼ି ଯାଇଛି। ତେଣୁ ତାକୁ ଅତି ଶୀଘ୍ର ତାର ଦେଶ ପାକିସ୍ଥାନ କୁ ପଠାଇବା ପାଇଁ ବ୍ୟବସ୍ଥା କରୁଛି ଭାରତ। ତେବେ ଆଗକୁ ତାର ଆଉ କେଉଁ ସବୁ ଗୁମର ଖୋଲୁଛି ତାହା ଜାଣିବା ପାଇଁ ସାରା ଭାରତ ଅପେକ୍ଷା କରିଛି।