Trending
Saturday , May 18 , 2024

ପାକିସ୍ତାନ ମୁର୍ଦାବାଦ ବୋଲି କହିଲେ ପାକିସ୍ଥାନୀ ଭାଉଜ ସୀମା

* ଏବେ ପକ୍କା ଭାରତୀୟ ହୋଇ ଗଲେଣି ସୀମା ହାଇଦର

* ହିନ୍ଦୁସ୍ଥାନ ଜିନ୍ଦାବାଦ କହି ଉଡ଼ାଇଲେ ତ୍ରିରଙ୍ଗା ପତାକା

* ପାକିସ୍ଥାନୀ ଭାଉଜଙ୍କୁ ଭଲ ପାଇବାକୁ ଆରମ୍ଭ କଲେଣି ଲୋକେ 


ପାକିସ୍ତାନ ମୁର୍ଦାବାଦ ବୋଲି କହି ହିନ୍ଦୁସ୍ଥାନର ଜିନ୍ଦାବାଦ କଲେ ପାକିସ୍ଥାନୀ ଭାଉଜ ସୀମା ହାଇଦର। ତେଣୁ ସେ ଏବେ ପୁରା ପକ୍କା ଭାରତୀୟ ହୋଇ ଗଲେଣି। ଆଉ ନିଜ ଦେଶ ପାକିସ୍ଥାନ କୁ ଶତ୍ରୁ ବୋଲି ବିଚାର କରି ସାରିଲେଣି। ତେଣୁ ତାଙ୍କର ଭାରତୀୟ ଦିଅର ମାନେ ମଧ୍ୟ ପାକିସ୍ଥାନୀ ଭାଉଜଙ୍କୁ ଭଲ ପାଇବାକୁ ଲାଗିଲେଣି । 
ଭାରତୀୟ ପ୍ରେମିକ ସଚିନ ମୀନାଙ୍କ ସହ ପ୍ରେମ ଏବଂ ବିବାହର ଯାତ୍ରା ଆରମ୍ଭ କରିଥିବା ପାକିସ୍ତାନୀ ମହିଳା ସୀମା ହାଇଦର, ଭାରତ ୭୭ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଥିବା ବେଳେ ଭାବପ୍ରବଣ ପାଲଟିଛନ୍ତି।
ଭାରତରେ ସେ “ପାକିସ୍ତାନୀ ଭାଉଜ” ଭାବରେ ଜଣାଶୁଣା। ସୀମା ହାଇଦର ନିକଟରେ ସଚିନଙ୍କ ନୋଇଡା ବାସଭବନରେ ‘ହର ଘର ତ୍ରିରଙ୍ଗା’ ଉତ୍ସବରେ ଅଂଶଗ୍ରହଣ କରି  ଉଭୟ “ପାକିସ୍ତାନ ମୁର୍ଦାବାଦ” ଏବଂ “ହିନ୍ଦୁସ୍ତାନ ଜିନ୍ଦାବାଦ” ସ୍ଲୋଗାନ ଦେଇଥିଲେ। ଏହି ମୁହୂର୍ତ୍ତର ଭିଡିଓରେ ସୀମା ହାଇଦର ଧାର୍ମିକ ସ୍କାର୍ଫ ପିନ୍ଧିଥିବା ନଜର ଆସିଛନ୍ତି ଏବଂ ତାଙ୍କର ଚାରି ପିଲାଙ୍କ ମଧ୍ୟରୁ ସୀମା ଜଣଙ୍କୁ କୋଳରେ ବସାଇଛନ୍ତି।
ଏହା ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ସୀମା ହାଇଦର, ସଚିନ୍ ଏବଂ ସେମାନଙ୍କ ଓକିଲ ଏପି ସିଂ ଉତ୍ସାହର ସହ “ଜୟ ଭାରତ ମାତା” ଏବଂ “ହିନ୍ଦୁସ୍ତାନ ଜିନ୍ଦାବାଦ” ସ୍ଲୋଗାନ ଦେଇଛନ୍ତି, ଯାହାକି ସୀମା ଓ ସଚିନଙ୍କ ଦୃଢ଼ ବନ୍ଧନ କୁ ସୂଚିତ କରୁଛି। ତେଣୁ ସୀମା ଏବେ ନିଜକୁ ଭାରତୀୟ ନାରୀ ହିସାବରେ ଗ୍ରହଣ କରି ନେଇଛନ୍ତି। 

ପ୍ରେମିକ ସଚିନଙ୍କ ସହ ଜୀବନ କାଟିବାକୁ ନିଜ ଦେଶ ଛାଡ଼ି ଭାରତ ପଳାଇ ଆସିଥିବା ସୀମାଙ୍କୁ ନିକଟ ଅତୀତରେ ଭାରତୀୟ ସିନେନିର୍ଦ୍ଦେଶକ ତଥା ପ୍ରଯୋଜକ ଅମିତ ଜାନୀ ଫିଲ୍ମ ପାଇଁ ଅଫର୍‌ ଦେଇଥିବା କଥା ଆପଣ ଜ‌ାଣନ୍ତି। ସେ ସୀମାଙ୍କୁ ଫିଲ୍ମ ଅଫର୍‌ ଦେବା ପରେ କ‌େହି କେହି ତାଙ୍କୁ ଦେଶଦ୍ରୋହୀ ତ ପୁଣି କେହି ତାଙ୍କୁ ହିନ୍ଦୁ, ମୁସ୍‌ଲମାନଙ୍କ ମଧ୍ୟରେ ଦଙ୍ଗା ସୃଷ୍ଟିକାରୀ ବୋଲି କହି ଅଭିଯୋଗ ଆଣିଥିଲେ। ସେ କେବଳ ସୀମାଙ୍କୁ ଫିଲ୍ମ ଅଫର୍‌ ନୁହେଁ, ବରଂ ତାଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ‘କରାଚି ଟୁ ମୁମ୍ବାଇ’ ଫିଲ୍ମ ନିର୍ମାଣ କରିବାକୁ ବି ଘୋଷଣା କରିଥିଲେ। 
ଆଉ ଏବେ ସୀମା ହାଇଦର ଙ୍କ ନାରା କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
 
 ବିୟୁରୋ ରିପୋର୍ଟ Tvp news9

Tags :- # news # tvp news9 # tvp # tvpnews

Share With