Trending
Tuesday , February 11 , 2025

ଭାରତ ପାଇଁ ଗୁଇନ୍ଦାଗିରି କରିବ ସୀମା ହାଇଦର

* ନିଜ ଦେଶ ପାକିସ୍ଥାନକୁ ଯାଇ ଭାରତକୁ ଦେବ ଗୁପ୍ତ ଖବର

* ଭାରତ ପାଇଁ ସୀମା ହେବ ସୁନା ଅଣ୍ଡା ଦିଆ କୁକୁଡ଼ା

* ଭାରତର ଚତୁର ଚାଲ୍ ଦେଖି ଡରି ଗଲାଣି ପାକିସ୍ଥାନ 

ଏବେ ସୀମାକୁ ପାଇ ଭାରତର ଖାଲି ଲାଭ ହିଁ ଲାଭ। ସୀମାକୁ ନେଇ ଯାହା ସନ୍ଦେହ କରା ଯାଉଥିଲା ତାହା ସତ ହୋଇଛି। କିନ୍ତୁ ବାଜି ପାଲଟି ଯାଇଛି। ପାକିସ୍ଥାନ ନୁହେଁ ବରଂ ଭାରତ ପାଇଁ ଗୁଇନ୍ଦାଗିରି କରିବ ସୀମା ହାଇଦର। ଆଉ ନିଜ ଦେଶ ପାକିସ୍ଥାନକୁ ଯାଇ ଭାରତକୁ ଦେବ ଗୁପ୍ତ ଖବର । ଏମିତିକି ପାକିସ୍ଥାନ ବିଷୟରେ ଆଗରୁ ଜାଣିଥିବା କଥା ସବୁ ଗୋଟି ଗୋଟି କରି ଖୋଲି କହିବ ସୀମା ହାଇଦର। ତେଣୁ ସୀମା ଏବେ ଭାରତ ପାଇଁ ସୁନା ଅଣ୍ଡା ଦିଆ କୁକୁଡ଼ା ସାଜିବ ବୋଲି ଲୋକେ ଆଲୋଚନା କରୁଛନ୍ତି। 
ସୀମା ହାଇଦର ଏବଂ ସଚିନଙ୍କ ପ୍ରେମ କାହାଣୀ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛି । କାରଣ ସୀମା ଭାରତର ଶତ୍ରୁ ଦେଶ ପାକିସ୍ତାନର ଝିଅ । ସେ ପବ୍‌ଜି ଖେଳୁ ଖେଳୁ ଭାରତର ସଚିନ ବୋଲି ଜଣେ ଯୁବକଙ୍କୁ ପ୍ରେମ କରିଥିଲେ, ଆଉ ତାଙ୍କ ପାଇଁ ସେ  ଭାରତ ଆସିଥିଲେ । ଏଠାରେ ପହଞ୍ଚିବା ପରେ ତାଙ୍କୁ ନେଇ ବିଭିନ୍ନ କଥା ଆଲୋଚନା ହୋଇଥିଲା । ଏମିତିକି ଏବେ ବି ସନ୍ଦେହ କରାଯାଉଛି ଯେ, ସୀମା କୌଣସି ସାଧାରଣ ମହିଳା ନୁହେଁ ବରଂ ସେ ଜଣେ ପାକିସ୍ତାନୀ ଗୁପ୍ତଚର । ଏନେଇ ତଦନ୍ତ ମଧ୍ୟ ଚାଲିଛି ।
ଆଉ ଏବେ ସୀମାଙ୍କୁ ନେଇ ଆଉ ଏକ ନୂଆ ଚର୍ଚ୍ଚା ହେଲା, ସେ ହିରୋଇନ୍‌ ହେବେ । ଫିଲ୍ମରେ ଅଭିନୟ କରିବେ । ଖାଲି ସେତିକି ନୁହେଁ ଫିଲ୍ମରେ ସେ ଜଣେ ଗୁପ୍ତଚର ଭୂମିକାରେ ନଜର ଆସିବେ । ତାହା ପୁଣି ଭାରତର ଗୁପ୍ତଚର । ଅର୍ଥାତ୍ ଫିଲ୍ମରେ ସୀମାଙ୍କ ଭୂମିକା ରହିବ ର’ ଏଜେଣ୍ଟ । ଅନ୍ୟପଟେ ସୀମାଙ୍କ କାହାଣୀ ବି କୌଣସି ଫିଲ୍ମ ଠାରୁ କମ ନୁହେଁ।
ତେବେ କହିବାକୁ ଗଲେ ସୀମା ପାକିସ୍ତାନରୁ ଭାରତ ଆସିବା ମାତ୍ରେ ତାଙ୍କ ଭାଗ୍ୟ ବଦଳିଯାଇଛି। ସୀମା ତାଙ୍କ ସ୍ୱପ୍ନରେ ବି ଯାହା କେବେ ଭାବି ନଥିଲେ, ବର୍ତ୍ତମାନ ତାହା ସତ ହେବାକୁ ଯାଉଛି। ସୀମା ବଲିଉଡର ହିରୋଇନ୍ ହେବାର ସୁଯୋଗ ପାଇଛନ୍ତି । ସୀମା ହାଇଦର ଆର୍ଥିକ ସଂକଟ ଦେଇ ଗତିକରୁଥିବା ଖବର ଭାଇରାଲ ହେବା ପରେ ଫିଲ୍ମ ନିର୍ମାତା ଅମିତ ଜାନୀ ତାଙ୍କୁ ସହଯୋଗର ହାତ ବଢ଼ାଇଥିଲେ । ସେ ସୀମାଙ୍କୁ ଫିଲ୍ମରେ ହିରୋଇନ୍ ହେବାର ଅଫର୍ ଦେଇଥିଲେ। 
ଫିଲ୍ମର ଟାଇଟଲ୍ ହେଉଛି 'ଏ ଟେଲର ମର୍ଡର ଷ୍ଟୋରୀ' । ଏହି ଫିଲ୍ମରେ କାମ କରିବାକୁ ସୀମାଙ୍କୁ ଅଫର ଦେଇଛନ୍ତି ଅମିତ ।

ଅମିତ ଉଭୟ ସୀମା ଏବଂ ସଚିନଙ୍କୁ ଏହି ଅଫର ଦେଇଥିଲେ ଯେ,  ଯଦି ସେମାନେ ତାଙ୍କ ପ୍ରଡକ୍ସନରେ କାମ କରନ୍ତି, ତେବେ ସେ କାମ ପାଇଁ ସେମାନଙ୍କୁ ଟଙ୍କା ଦେବେ । ନିଜ ତରଫରୁ ଏକ ଭିଡିଓ ରିଲିଜ୍ କରି ଅମିତ କହିଛନ୍ତି ଯେ ସୀମା ହାଇଦର ଭାରତରେ ପ୍ରବେଶ କରିଥିବା ତରିକାକୁ ସେ ସମର୍ଥନ କରୁନାହାଁନ୍ତି। କିନ୍ତୁ ସେମାନଙ୍କର ଆର୍ଥିକ ପ୍ରତିବନ୍ଧକ ଦେଖି ଜଣେ ଭାରତୀୟ ହୋଇ ସେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଆଉ ତାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଚାଲିଛି।

Tags :- # news # tvp news9 # tvp # tvpnews

Share With