Trending
Friday , January 17 , 2025

*ଇମ୍ରାନଙ୍କୁ ଗିରଫ ପରେ ପାକିସ୍ତାନରେ ଆରମ୍ଭ ହୋଇଗଲା ଗୃହଯୁଦ୍ଧ

* ଏଥର ବିଶ୍ଵ ମାନଚିତ୍ରରୁ ଲୋପ ପାଇଯିବ ସମ୍ପୂର୍ଣ୍ଣ ପାକିସ୍ଥାନ

* କେତେ ଲୋକ ମରିବେ ତାର ସୀମା ନାହିଁ, ପାକ୍ ହେବ ମଶାଣି ଭୂଇଁ

* ଭାରତ ପାଇଁ ଗାତ ଖୋଲୁଥିଲା ହେଲେ ନିଜେ ପଡ଼ିଗଲା 


କଥାରେ ଅଛି ଯେ ପାଞ୍ଚେ ପର ମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ। ଭାରତକୁ ଆତଙ୍କବାଦୀ ପଠାଇ ସବୁବେଳେ ଅଶାନ୍ତି ସୃଷ୍ଟି କରୁଥିବା ପାକିସ୍ଥାନ ଏବେ ନିଜେ ସେହି ଆତଙ୍କବାଦୀ ଙ୍କ ଶିକାର ହେଉଛି। ପାକିସ୍ଥାନ ସାରା ବିଛେଇ ହୋଇ ରହିଛନ୍ତି ଏହି ଆତଙ୍କବାଦୀ। ଆଉ ଆଉ ସମୟ ସୁବିଧା ଦେଖି ପାଳି ପୋଷି ରଖିଥିବା ପାକିସ୍ଥାନ ଉପରେ ବି କରୁଛନ୍ତି ଆକ୍ରମଣ। ଆଉ ଏବେ ସେହି ଆକ୍ରମଣ ଆହୁରି ଅଧିକ ହେବାକୁ ଯାଉଛି। ଇମ୍ରାନ ଖାନଙ୍କ ଗିରଫ ପରେ ପାକିସ୍ତାନରେ ଗୃହଯୁଦ୍ଧ ଆରମ୍ଭ ହୋଇଛି। ଏଥର ବିଶ୍ଵ ମାନଚିତ୍ରରୁ ଲୋପ ପାଇଯିବ ସମ୍ପୂର୍ଣ୍ଣ ପାକିସ୍ଥାନ ଦେଶ। ମାରିବେ ଲକ୍ଷ ଲକ୍ଷ ଲୋକ, ଆଉ ଶବ ଗୋଟାଇ ରଖିବା ପାଇଁ ବି ଜାଗାର ଅଭାବ ପଡ଼ିଯିବ। 
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଗିରଫ କରାଯିବା ପରେ ସେଠାକାର ରାଜନୈତିକ ପାଣିପାଗ ହଠାତ୍ ସରଗରମ ହୋଇଯାଇଛି । ଦେଶରେ ପୁଣି ହିଂସା ଆରମ୍ଭ ହେବାର ଆଶଙ୍କା ଦେଖାଦେଇଛି । ସବୁଠାରୁ ଅଧିକ ଚିନ୍ତା ବଢାଇଛି ନିଜର ଦଳୀୟ କର୍ମୀ ଓ ସମର୍ଥକ ମାନଙ୍କୁ ଇମ୍ରାନ ଖାନ ଦେଇଥିବା ବାର୍ତ୍ତା । ସେଥିରେ ସେ ରାସ୍ତାକୁ ଓହ୍ଲାଇ ଲଢେଇ କରିବାକୁ କର୍ମୀମାନଙ୍କୁ ଆହ୍ବାନ କରୁଛନ୍ତି ।

ଗିରଫଦାରି ପରେ ଇମ୍ରାନଙ୍କ ଟୁଇଟର ରେ ଏକ ଭିଡିଓ ସେୟାର କରାଯାଇଛି । ସେଥିରେ ଇମ୍ରାନ କହୁଛନ୍ତି “ଏହି ଗିରଫଦାରି ସମ୍ପର୍କରେ ସେ ପୂର୍ବରୁ ଜାଣିଥିଲେ । ଏଣୁ ଏହି ଭିଡିଓକୁ ପ୍ରସ୍ତୁତ ରଖାଯାଇଥିଲା । ଯେ ପର୍ଯ୍ୟନ୍ତ ଆପଣମାନଙ୍କ ପାଖକୁ ଏହି ଭିଡିଓ ପହଞ୍ଚିବ ସେତେବେଳକୁ ବୋଧହୁଏ ଗିରଫଦାରି ହୋଇଯାଇଥିବ । ଏଣୁ ମୋର ଅନୁରୋଧ ଯେ ଆପଣମାନେ ଘରେ ଲୁଚି ବସିବେ ନାହିଁ । କାରଣ ଏହି ଲଢେଇ ମୁଁ ମୋ ନିଜ ପାଇଁ କରୁନାହିଁ, ବରଂ ଦେଶ ପାଇଁ,ଆପଣମାନଙ୍କ ପାଇଁ ଓ ଆପଣମାନଙ୍କ ପିଲାମାନଙ୍କ ପାଇଁ କରୁଛି । ଯଦି ଆପଣମାନେ ନିଜ ଅଧିକାର ପାଇଁ ଲଢିବେନି, ଆପଣ ଦାସତ୍ବର ଜୀବନ ବଞ୍ଚିବେ ଓ ଗୋଲାମ ମାନଙ୍କ କୌଣସି ଜୀବନ ନଥାଏ । ଏଣୁ ଆପଣମାନଙ୍କୁ ଲଢେଇ କରିବାକୁ ପଡ଼ିବ କାରଣ କେହି ଏକ ପ୍ଲେଟରେ ରଖି ଆପଣଙ୍କୁ ସ୍ବାଧୀନତା ଦେବନି ।“

ଇମ୍ରାନଙ୍କ ଏହି ବୟାନ ପରେ ଦେଶରେ ପୁଣି ହିଂସା ଆରମ୍ଭ ହେବାର ଆଶଙ୍କା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ସାରା ପାକିସ୍ତାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଗତ ମେ ମାସରେ ଇମ୍ରାନଙ୍କ ଗିରଫଦାରି ପରେ ବ୍ୟାପକ ହିଂସା ହୋଇଥିଲା। ଆଉ ଏବେ ପୁଣିଥରେ ସେହି ଘଟଣା ଘଟିବାକୁ ଯାଉଛି।

Tags :- # news # tvp news9 # tvp # tvpnews

Share With