Trending
Saturday , May 18 , 2024

ସୌମ୍ୟ ରଞ୍ଜନ ପଟ୍ଟନାୟକ ସଚିବଙ୍କୁ ଦେଲେ କଡା ଟକର  ....!!!
ପାଣ୍ଡିଆନଙ୍କ ଗସ୍ତ ଖର୍ଚ କୁ ଚନ୍ଦ୍ରୟାନର ଖର୍ଚ ସହ ତୁଳନା କଲେ ....!!!!
ସୌମ୍ୟ କହିଲେ ରାଜ୍ୟରେ ଲୁଣ୍ଠନ ହେଉଛି ଜଳ , ଜଙ୍ଗଲ ଆଉ ଜମି..!!! 
ପ୍ରଶ୍ନ କଲେ ମନ୍ତ୍ରୀ ବଡ ନା ସଚିବ ବଡ ...!!!
ଖବର କାଗଜରେ ବାହାରିଲା ଗୋଟେ ପରେ ଗୋଟେ ଆମ ଘରର ହାଲଚାଲ ! ରାଜ୍ୟରେ ଚାଲିଥିବା ଶାସନ ତନ୍ତ୍ର କୁ ନାଦି ଦେଇ ଚାଲିଲେ ସୌମ୍ୟ ! ଆମର ଚନ୍ଦ୍ରୟାନ ପାଇଁ ଯେତିକି ଖର୍ଚ ହୋଇଛି ସଚିବଙ୍କ ଗସ୍ତ ସରିଲା ବେଳକୁ ସେତିକି ହୋଇଯାଇଥିବ ବୋଲି କହିଲେ ସୌମ୍ୟ ବାବୁ  ! ମୁଖ୍ୟମନ୍ତ୍ରୀ କାହିଁକି କେବଳ ଜଣେ ସଚିବ ଙ୍କୁ ହିଁ ସବୁଆଡେ ପଠାଉଛନ୍ତି ! ସଚିବ ଯାହା କରୁଛନ୍ତି ତାହା ମୁଖ୍ୟମନ୍ତ୍ରୀ ଜାଣୁଛନ୍ତି ତ ବୋଲିପ୍ରଶ୍ନ କଲେ !

ହଠାତ ସୌମ୍ୟ ବାବୁ ଙ୍କ ନାରେ EOW ରେ କୋମ୍ପ୍ଲେନ ! EOW ର ଅଧିକାରୀ ମାନେ ସମ୍ବାଦ ଭବନରେ ପ
ବସି ସୌମ୍ୟ  ବିରୋଧରେ ଆସିଥିବା ଅଭିଯୋଗର ଯାଞ୍ଚ କଲେ ! କର୍ମଚାରୀଙ୍କ ଋଣ ଠକେଇ ମାମଲାରେ ଛାନବିନ କରିଛି EOW ଟିମ ! ଋଣ ମାମଲା ରେ ସମ୍ବାଦ HR ମୁଖ୍ୟ ବୌଜୟନ୍ତୀ କର ଙ୍କୁ ହାଜର କରିବା ପାଇଁ ପୂର୍ବରୁ ନୋଟିସ ହୋଇଥିଲା..!! ତେବେ ସେ ହାଜର ହୋଇନଥିଲେ ! ତାପରେ ସମ୍ବାଦ ଅଫିସରେ 12 ଜଣିଆ EOW ଟିମ ପହଞ୍ଚିଥିଲେ ! 4 ଜଣ DSP 6 ଜଣ ଇନ୍ସପ୍ଟର ଙ୍କୁ ମିଶାଇ 12 ଜଣ ଅଧିକାରୀ ଏହି ଚଢାଉରେ ସାମିଲ ହୋଇଥିଲେ ! 
ସମ୍ବାଦର HR ମୁଖ୍ୟଙ୍କ ନାରେ ଅଭିଯୋଗ କରିଥିଲେ ,ତାଙ୍କ ବିରୋଧରେ ଧାରା 419 , 420 , 467 ,468 ଓ 471 ରେ ରୁଜୁ ହୋଇଛି ମାମଲା ! ସମ୍ବାଦ ର ଜଣେ ପୂର୍ବତ୍ତନ କର୍ମଚାରି  ଅଶୋକ ପାତ୍ର ଜାଲ କାଗଜ ପତ୍ରରେ ଦସ୍ତକତ କରାଇ ଋଣ ନେବାକୁ ବାଧ୍ୟ କରୁଥିଲେ ବୋଲି ଏତଲା ଦେଇଛନ୍ତି ..!! ଏଭଳି 300 ରୁ ଅଧିକ କର୍ମଚାରୀ ଙ୍କ ଠାରୁ ପ୍ରାୟ 50 କୋଟି ଟଙ୍କା ଠକେଇ ହୋଇଥିବା ର ଅଭିଯୋଗ ହୋଇଛି ! ଶେଷରେ ସତ ମାନିଲେ HR ମୁଖ୍ୟ ବୌଜୟନ୍ତୀ ! HR ମୁଖ୍ୟ ଙ୍କ ପରେ ସ୍କାମ ମାଷ୍ଟର ସୋମ୍ୟ ରଞ୍ଜନ ପଟ୍ଟନାୟକ ଙ୍କ ପଡିପାରେ ପାଳି !
କେଉଁଠି ତିଆରି ହୋଇଥିଲା ଜାଲ କାଗଜପତ୍ର ? କର୍ମଚାରୀଙ୍କୁ କେମିତି ଧମକେଇ ନେଉଥିଲେ ଲୋନ ? 
ଲୋନ ନନେଲେ ଚାକିରି ନେଇଯିବାର ଭୟ କାହିଁକି ଦେଖାଉଥିଲେ ?
ସାମ୍ରାଜ୍ୟ ବିସ୍ତାର କରିବା ପାଇଁ ଲୋକକୁ ଋଣି କରିଥିଲେ ସୋମ୍ୟ ରଞ୍ଜନ ପଟ୍ଟନାୟକ ! କାହାକୁ ଲୋଭ ଦେଖାଇ ଆଉ କାହାକୁ ଧମକ ଦେଖାଇ ରଣ କରାଉଥିଲେ ସମ୍ବାଦ କତୃପକ୍ଷ ! ସମ୍ବାଦ ର ସଂପାଦକ ସୋମ୍ୟରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଧେଶରେ ହେଉଥିଲା ପୁରା ଲୋନ ର ମାଷ୍ଟର ପ୍ଳାନ ! ସମ୍ବାଦ ଅଫିସ ରେ ଚାଲିଥିଲା ଏହି ଭଳି କାରବାର !
ବୁରୋରିପୋର୍ଟ TVP NEWS 9

 

Tags :- # news # tvp news9 # tvp # tvpnews

Share With