Trending
Thursday , April 30 , 2026
32

ଖୋର୍ଦ୍ଦା ରେ ପୁଣିଥରେ କୁମ୍ଭୀର ଆତଙ୍କ ...!!!
ଭୟଭୀତର ଆତଙ୍କ ଖେଳାଇଛି କୁମ୍ଭୀର ....!!!
କୁମ୍ଭୀର ଭୟରେ ପୋଖରୀକୁ ଯାଉନାହାନ୍ତି ଲୋକେ ...!!
ପୋଖରୀରେ ବୁଲୁଛି ମାଂସାହାରୀ କୁମ୍ଭୀର ...!!!

      ପଟିଆ ନିକଟସ୍ତ ରମ୍ପା ସାହି ପୋଖରୀରେ ମହିଳାଙ୍କୁ ଟାଣିନେଲା କୁମ୍ଭୀର ! ଏବେ ସବୁଆଡେ କୁମ୍ଭୀର ଭୟ ଲାଗିଥିବା ବେଳେ କେହି ମଧ୍ୟ ନଈ ନାଳକୁ ଯିବା ଆସିବା କରୁନାହାନ୍ତି...!! ବିଲରୁ କାମ ସାରି ଫେରୁଥିବା ବେଳେ ଗୋଡ ଧୋଉଥିବା ସମୟରେ ପୋଖରୀକୁ ଟାଣିନେଇଗଲା କୁମ୍ଭୀର ! ମହିଳା ଜଣକ ନାମ ଦେବଲକ୍ଷ୍ମୀ ମାଝି , ବୟସ 25 ବର୍ଷ !  ସେ ବିଲରୁ କାମ ସାରି ଫେରିବା ବେଳେ ଗୋଡ ଧୋଇବା ପାଇଁ ପୋଖରୀ ତୋଠକୁ ପାଦ ଦେଉ ଦେଉ ପଙ୍କ ତଳେ ଲୁଚି ରହିଥିଲା ରାକ୍ଷସ ରୂପ ଧରି ଆତଙ୍କ ଖେଳାଉଥିବା ମଣିଷ ମାଂସ ଖିଆ ମାଂସାହାରୀ କୁମ୍ଭୀର...!! ପାଣିରେ ପାଦ ଦେଉ ଦେଉ ଝାମ୍ପି ନେଇଗଲା ସେହି ପଙ୍କ ଲଟିକୁ...!! ସେହି ମହିଳା ଜଣକ ପାଟି ଚିତ୍କାର କରୁଥିବା ବେଳେ ପାଖ ବିଲରେ କାମ କରୁଥିବା ଆଉ କିଛି ଲୋକ ଆସି ତାକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ,,, କିନ୍ତୁ ସେ ସେହି ପୋଖରୀରେ ଥିବା ମଧ୍ୟ  ଭାଗ ସମତଳ ସ୍ଥାନକୁ ନେଇଗଲା ! ସେହି ସମୟରେ ମହିଳାଟି ପ୍ରାଣବିକଳ ରେ ଛୋଟପଟ ହୋଇ କୁମ୍ଭୀର ପାଟିରୁ ଗୋଡ ବାହାର କରିବାକୁ ଚେଷ୍ଟା କରି ଖସି ଯାଉଥିବା ବେଳେ ଗୋଟା ଗିଳିଦେଲା ସେହି ମହିଳାଙ୍କୁ ! ଲୋକମାନେ ବାରମ୍ବାର ପାଟି କରୁଥିଲେ ମଧ୍ୟ ସେ ତାକୁ ରକ୍ତ ଯୁଡ଼ବୁଡ଼ କରି ଖାଉଥିଲା...!! ଏତେ ଭୟଙ୍କର ଦୃଶ୍ୟ ଥିଲା ଯେ ସେହି ମହିଳାଙ୍କ ରକ୍ତରେ ପୋଖରୀର ପାଣି ଲାଲ ହୋଇ ଯାଇଥିଲା...!!

    ସେହି ସ୍ଥାନରେ କିଛି ସମୟ ପାଇଁ ଲୋକ ମାନଙ୍କର ଭିଡ ଲାଗିରହିଥିଲା ! ସେଠିକାର  ଲୋକମାନେ ତୁରନ୍ତ ସ୍ଥାନୀୟ ଅଗ୍ନିସମ ବାହିନୀକୁ ଫୋନ କଲେ !ଅଗ୍ନିସମ ବାହିନୀ ଆସି ପୋଖରୀର ପାଣି କାଟିବା ମହିଳାଟିର ମୁଣ୍ଡ ନଥିବା ଆଉ ହାଡ ଦେଖା ଯାଉଥିବା ମୃତ ଦେହ ଘାସ ଲାଟିରୁ ପାଇଲେ... ! ଆଉ ସେହି ମଣିଷ ଖିଆ କୁମ୍ଭୀର ତାର ବାକି ଅଂଶ କୁ ଛିନ ଭିନ କରି ଖାଇଦେଇଥିଲା..!! 

ଏଭଳି ଘଟଣା ଦେଖି ଲୋକମାନେ ଚକିତ ହୋଇପଡିଲେ !  ବାରମ୍ବାର ଏଭଳି ଅଭାବନୀୟ ଘଟଣା ଦେଖି ଚାରିଆଡେ ଶୋକର ଛାୟା ଖେଳିଯାଇଛି ! ଏହି ଦୃଶ୍ୟ ସେହି ଆଖପାଖରେ କେଉଁଠି ମଧ୍ୟ ଘଟିନଥିଲା !  ଆପଣ ମାନେବି ସତର୍କ ହୋଇଯାନ୍ତୁ, ନଚେତ ସେହି ନରଭଖି ଖୁମ୍ଭୀର ପାଟିରେ ଆପଣମାନେ ବି କେତେବେଳେ ଶିକାର ହୋଇପାରିବେ...!!!

ବ୍ୟୁରୋ ରିପୋର୍ଟ TVP NEWS 9

Tags :- # news # tvp news9 # tvp # tvpnews

Share With