* ମମତା ଦେଖାଇ ଦେଲେ କେମିତି ନିଆଯାଏ ପ୍ରତିଶୋଧ

*ମମତାଙ୍କ ଚୁଟି ଟାଣବାକୁ ଘୋଷାଡି ନେଇଥିଲା ପୋଲିସ , ଚିରି ଯାଇଥିଲା ଲୁଗା

* ସେଇଠି ମୁଖ୍ୟମନ୍ତ୍ରୀ ହୋଇ ପ୍ରତିଶୋଧ ନେବାକୁ କରିଥିଲେ ଶପଥ

* ଯୋଉ ଘରେ ଧକ୍କା ଖାଇଥିଲେ, ସେଇ ଘରେ ଏବେ ପାଉଛନ୍ତି ସାଲ୍ୟୁଟ


     ପ୍ରତିଶୋଧ କେମିତି ନିଆଯାଏ ଆଉ ସମ୍ମାନ କେମିତି ହାସଲ କରାଯାଏ, ତାହା କରି ଦେଖାଇ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କାହାଠୁ କେମିତି ବଦଲା ନିଆଯାଏ ଆଉ କେମିତି ଇଜ୍ଜତ କମାଯାଏ, ତାହା ସମସ୍ତଙ୍କୁ ଶିଖାଇ ଦେଇଛନ୍ତି ମମତା ବାନାର୍ଜୀ। 
ସ୍ଥାନ କାଳ ପାତ୍ର ସହ ତାଳ ଦେଇ କେମିତି ଆଗକୁ ବଢ଼ିବାକୁ ହୁଏ, ତାହା ମମତାଙ୍କ ଠାରୁ ଶିଖିବା ପାଇଁ ପଡ଼ିବ। ରାଜନୀତିରେ ସାମ୍ ଦାମ୍ ଦଣ୍ଡ ଭେଦ ନୀତିର କେମିତି ପ୍ରୟୋଗ କରିବାକୁ ହୁଏ, ତାହାର ଶ୍ରେଷ୍ଠ ଉଦାହରଣ ହେଉଛନ୍ତି ମମତା ବାନାର୍ଜୀ। 
ଆମ ଓଡ଼ିଶାର ପରମ ଶାସ୍ତ୍ର ଭାଗବତରେ ଗୋଟିଏ ଭଲ ପଦ ଟିଏ ରହିଛି, ଯୋଉ ପଦ ଅନ୍ୟ ମାନଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ଦିଏ। ସେହି ପଦଟି ହେଉଛି -
   
   " ସେବା କାର୍ପଣ୍ୟ କର୍ମ ବଳେ
      କିବା ଅସାଧ୍ୟା ମହି ତଳେ "
 
ଅର୍ଥାତ, ଏ ଦୁନିଆରେ ସବୁକିଛି ସମ୍ଭବ। ଯଦି ମନରେ ଦୃଢ଼ ଇଚ୍ଛାଶକ୍ତି ରହିଛି, ଆଉ କର୍ମ କରିବାର ଆଗ୍ରହ ଅଛି, ତାହେଲେ ସାରା ଦୁନିଆ ତମକୁ ସାଲ୍ୟୁଟ ମାରିବ। ଆଉ ଯାହା କରି ଦେଖାଇ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। 
ଏକଥା ହେଉଛି ୧୯୯୩ ମସିହାର କଥା, ସେତେବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଥାଆନ୍ତି ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ। ମମତା ବାନାର୍ଜୀ ସେତେବେଳେ ବିରୋଧୀ ଦଳ କଂଗ୍ରେସରେ ଥିଲେ। ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଙ୍କ ସରକାରଙ୍କୁ ବିରୋଧ କରି ଯୁବ କଂଗ୍ରେସ ଏକ ଶୋଭାଯାତ୍ରା କରିଥିଲା । ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ରହୁଥିବା ରୋଏଟର୍ସ ବିଲ୍ଡିଂ ଆଡ଼କୁ ମାଡ଼ି ଚାଲିଥାଏ କଂଗ୍ରେସର ଏହି ଶୋଭାଯାତ୍ରା । କଳେ ବଳେ କୌଶଳେ ଏହି ଶୋଭାଯାତ୍ରା କୁ ରୋକିବା ପାଇଁ, ପୋଲିସ କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ । ଆଉ ପୋଲିସ ମଧ୍ୟ ବଳ ପ୍ରିୟୋଗ କରି ଏହି ଆନ୍ଦୋଳନକୁ ଦବାଇ ଦେଲା। କିନ୍ତୁ ମମତା ବାନାର୍ଜୀ ସାହାସର ସହ ଆଗକୁ ଆଗକୁ ମାଡି ଚାଲିଲେ। 
ମୁଖ୍ୟମନ୍ତ୍ରୀ ରହୁଥିବା ରୋଏଟର୍ସ ବିଲ୍ଡିଂ ଭିତରକୁ ମଧ୍ୟ ପଶିଗଲେ। କଳ ବଳ ପ୍ରୟୋଗ କରି ମଧ୍ୟ ପୋଲିସ ତାଙ୍କୁ ରୋକି ପାରିଲା ନାହିଁ। ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଦାବିପତ୍ର ଦେବା ପାଇଁ ଚାହୁଁଥିଲେ ମମତା। କିନ୍ତୁ ଯେମିତି ହେଲେ ମମତାଙ୍କୁ ସେଠାରୁ ବାହାର କରିବା ପାଇଁ ପୋଲିସ କୁ କଡ଼ା ନିର୍ଦ୍ଦେଶ ଆସିଲା। ଆଉ ସେହି ରୋଏଟର୍ସ ବିଲ୍ଡିଂ ଭିତରେ ହିଁ ମମତାଙ୍କ ଚୁଟି ଟାଣି ଟାଣି ଆଉ ଭିଡ଼ି ଭିଡ଼ି ବାହାରକୁ ନେଇ ଆସିଲା ପୋଲିସ। ସମସ୍ତଙ୍କ ଆଗରେ ଘୋଷାଡି ଘୋଷାଡି ତାଙ୍କୁ ରୋଏଟର୍ସ ବିଲ୍ଡିଂ ରୁ ବାହାର କରି ଦିଆଗଲା। ସେଥିରେ ତାଙ୍କ ଲୁଗା ମଧ୍ୟ ଚିରି ଯାଇଥିଲା। ଶକ୍ତ ଆଘାତ ପାଇଥିଲେ ସେତେବେଳର ଯୁବ ନେତ୍ରୀ ମମତା ବାନାର୍ଜୀ। ଆଉ ସେଇଠି ହିଁ ସପଥ
କରିଥିଲେ, ରୋଏଟର୍ସ ବିଲ୍ଡିଂ କୁ ଆଉ କେବେ ଆସିବେନି। ଆସିବେ ତ ସମ୍ମାନର ସହ ଆସିବେ। ଆଉ ମୁଖ୍ୟମନ୍ତ୍ରୀ ଆସନରେ ବସିବେ। 
ବାସ, ସେବେଠାରୁ ନିଜ ଶପଥ କୁ ପୂର୍ଣ୍ଣ କରିବା ପାଇଁ ଲାଗି ପଡିଲେ ମମତା ବାନାର୍ଜୀ। ଆଉ ୨୦୧୧ ମସିହାରେ ଆସିଲା ସେଇ ସୁବର୍ଣ୍ଣ ମୁହୂର୍ତ୍ତ, ଯାହାକୁ ଦୀର୍ଘ ବର୍ଷ ଧରି ଅପେକ୍ଷା କରିଥିଲେ ମମତା। ୨୦୧୧  ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ମମତା ବାନାର୍ଜୀ। ଆଉ ମୁଖ୍ୟମନ୍ତ୍ରୀ ଭାବରେ ରୋଏଟର୍ସ ବିଲ୍ଡିଂ ରେ ପ୍ରବେଶ କଲେ। ଯୋଉଠି ଦିନେ ତାଙ୍କୁ ଅପମାନ ଦେଇ ଚୁଟି ଘୋଷାଡି ବାହାର କରା ଯାଇଥିଲା, ସେଇଠି ତାଙ୍କୁ ମିଳିଲା ସବୁଠାରୁ ବଡ଼ ସମ୍ମାନ।  ମୁଖ୍ୟମନ୍ତ୍ରୀ ଆସନରେ ବସି ସେ ପାଇଲେ ପୋଲିସ ମାନଙ୍କର ସାଲ୍ୟୁଟ୍। ଯୋଉଠି ଆଜି ବି ମମତା ବାନାର୍ଜୀ ବସି ରହିଛନ୍ତି ଆଉ ପୋଲିସ ମାନଙ୍କ ଠାରୁ ସମ୍ମାନ ପାଉଛନ୍ତି। 
ଦିନ ପରେ ଦିନ ବିତି ଚାଲିଛି, କିନ୍ତୁ ଭାରତର ରାଜନୈତିକ ଇତିହାସରେ ଏ ଘଟଣା ସବୁଦିନ ପାଇଁ ରହି ଯାଇଛି। ଆଉ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। 
ଆଶା କରୁଛୁ ଏ ଅଜଣା କାହାଣୀ ବିଷୟରେ ଜାଣିବା ପରେ ଆପଣଙ୍କୁ ଖୁସି ଲାଗିଥିବ।

Tags :- # news # tvp news9 # tvp # tvpnews

Share With