Trending
Saturday , May 18 , 2024

ବିଜେଡିର ଟାଣୁଆ ନେତାଙ୍କୁ ଏକାଠି କରୁଛନ୍ତି ପ୍ରଦୀପ ପାଣିଗ୍ରାହୀ !
ବିଜେଡି ବିରୁଦ୍ଧରେ 18 ଟି  ନେତାଙ୍କୁ ନେଇ ଏକ ଲଢ଼ିବେ ପାଣିଗ୍ରାହୀ !
ସୌମ୍ୟ ପରେ ବବିଙ୍କୁ ଦଳକୁ ଆଣି ମଇଦାନକୁ ଓଲ୍ହେଇବେ ପ୍ରଦୀପ ପାଣିଗ୍ରାହୀ !

ହଁ ଦର୍ଶକ ବନ୍ଧୁ 

ରାଜ୍ୟ ରାଜନୀତିରେ ଦେଖିବାକୁ ମିଳୁଛି ବିଚିତ୍ର ପରିସ୍ଥିତ, ନିଜ ସୁଶାସନ ପାଇଁ 24 ବର୍ଷ ହେଲା କ୍ଷମତା ରେ ଥିବା ବିଜୁ ଜନତା ଦଳର ଅଭ୍ୟନ୍ତରଣ କନ୍ଦଳ ଦଳକୁ ହିଁ ଅଡୁଆ ରେ ପକାଇଲାଣି ଖାସ୍ କରି ଏହି ଦୁଇକ ସନ୍ଧିରେ ଉର୍ଦ୍ଧ ରାଜନୌତିକ ଯାତ୍ରା ଭିତରେ !  ପ୍ରଥମ ଥର ପାଇଁ ଶାସକ ଦଳ ଏମିତି ଅଡୁଆ ପରିସ୍ଥିତି ର ସାମ୍ନା କରୁଛି ଆଗରୁ ଯିଏ ସବୁ ଦଳରୁ ବିଦା ହୋଇଛନ୍ତି, ସେମାନେ ଆଉ ଉର୍ଦ୍ଧ୍ୱ  ହୋଇ ନାହାନ୍ତି ! ଏମିତିକି ରାଜ୍ୟ ରାଜନୀତିର ବହୁ ମହାରଥି ବି ନବୀନା ଅସ୍ତ୍ରରେ ରାଜନୌତିକ ରେ ନିହତ ହୋଇଥିବାର ଇତିହାସ ପ୍ରମାଣ ରହିଛି ! କିନ୍ତୁ ସବୁଠାରୁ ବଡ କଥା ହେଲା ଆଗରୁ ଏମିତି ମେଳି ହୋଇ ବିରୋଧ କରିବା ଦେଖିବାକୁ ମିଳୁନଥିଲା  !
    
       ଖାସ୍ କରି ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଙ୍କ  ବିରୋଧ କରି ଖୋଲା ଖୋଲି ମଇଦାନ କୁ ଓଲ୍ହାଇ  ଥିଲେ ବିଜେଡିରୁ ନିର୍ଲମ୍ବିତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ! ଏହା ପରେ ଖଣ୍ଡପଡା ବିଧାୟକ ତଥା ବିଜେଡି ଉପସଭାପତି ସୋମ୍ୟ ରଞ୍ଜନ ପଟ୍ଟନାୟକ 5T ସଚିବଙ୍କୁ ଖୋଲା ଖୋଲି ବିରୋଧ କଲେ ! ଏପରିକି ତାଙ୍କ ଖବର କାଗଜରେ ସମ୍ପାଦକ୍ୟ ଲେଖି 5T  ସଚିବଙ୍କୁ ତିଖ୍ନ ସମାଲୋଚନା କରିଥିଲେ !

           ଏହା ପରେ ତାଙ୍କୁ ଦଳରୁ ଉପସଭାପତି ପଦରୁ ନିର୍ଲମ୍ବନ କରାଗଲା ! ଏହା ପରେ ସୋମ୍ୟ ଙ୍କୁ ଋଣ  ଭୂମିକୁ ଓଲ୍ହାଇବା ପାଇଁ ଆହ୍ୱାନ ଦେଇଥିଲେ ପ୍ରଦୀପ ଙ୍କୁ ! 
ଆଉ ଏହା ପରଠାରୁ ପ୍ରଦୀପ ନିୟମିତ ଭାବରେ ମିଡ଼ିଆ ସାମ୍ନା କୁ ଆସି ଜଣ ଜଣ ଅସନ୍ତୋସ୍ଟ ଙ୍କ ନାଁ ନେଇ ବିଜେଡି ର କଟା ଘାଆ ରେ ଚୂନ ମାରୁଛନ୍ତି ! ପ୍ରଥମେ ତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ନାଁ ନେଇ ତାଙ୍କୁ ପରୋକ୍ଷ ରେ ମୈଦାନ କୁ ଓଲ୍ହାଇ  ଦେଇଥିଲେ ! ଖାଲି ସେତିକି ନୁହେଁ ଚମ୍ପର ହେବି ୱାଏର୍ଡ ସନାତନ ମହାଙ୍କୁଡ କୁ ବି ପ୍ରଦୀପ ଆଣିଥିଲେ ଏହି ଲଢେଇ ଭିତରକୁ ! ଶୁଣା ଯାଉଛି କାଳେ ସନା  ମହାଙ୍କୁଡ ବି ଏବେ ବିଜେଡି ଉପରେ ଅସନ୍ତୋସ୍ଟ, ଆଉ ସେ ବି ଆଗାମୀ ନିର୍ବାଚନରେ ମୈଦାନ କୁ ଓଲ୍ହାଇ ବେ ଆଉ ପରୋକ୍ଷ ରେ ପ୍ରଦୀପ ଜଣାଇ ଦେଇଛନ୍ତି ସନା ମହାଙ୍କୁଡ ଙ୍କୁ ! 

         କେନ୍ଦୁଝର ରୁ ବିପ୍ଳବ ର ବାନା ଧରୁଛନ୍ତି ଏମିତିକି ଅସନ୍ତୋସ୍ଟ  କୁହାଯାଉଥିବା ସଞ୍ଜୟ ଦାସ ବର୍ମାଙ୍କୁ ବି ପ୍ରଦୀପ ଏହି ମହାମାରି ଭିତରକୁ ଟାଣି ଆଣିଥିବା ଚର୍ଚ୍ଚା ହେଉଛି ! 
 ଵିଭକ୍ତ ପୁରୀରେ ବିଦ୍ରହ କରିବା ପାଇଁ ସଞ୍ଜୟ  ଙ୍କୁ ମଙ୍ଗୁଆ ରଖିବା ପାଇଁ ଆହ୍ୱାନ ଦେଲେଣି  ଗୋପାଳପୁର ବିଧାୟକ !ଖାଲି ସେତିକି ନୁହେଁ ବୋରୀ ର ପୂର୍ବତ୍ତନ ବିଧାୟକ ଦେବାଶିଶ୍ ନାୟକ ସିଧା ସଳଖ ନ ହେଲେ ପରୋକ୍ଷ  ଭାବରେ ବିଜେଡି ରକ୍ତ ଚାଳିତ ଋଣ ନୀତି କୁ ପୁରାପୁରୀ ବିରୋଧ କରୁଛନ୍ତି ! ତେବେ ବର୍ତ୍ତମାନ ଯାହା ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି କାଳେ ବାବୁ ପ୍ରଦୀପ ପାଣିଗ୍ରାହୀ ସବୁ ଅସନ୍ତୋସ୍ଟ  କୁ କୁଆଡେ ମେଳି କରିବାକୁ ଲାଗିପଡିଛନ୍ତି ! ଏପରିକି ଦଳର ସାଙ୍ଗଠିନକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁ ବି ସେହି ମେଳି ଭିତରକୁ ଟାଣି ଆଣିଲେଣି ସତରେ ପ୍ରଦୀପ ଅସନ୍ତୋସ୍ଟ ନା ନାହିଁ ! 
     
        ସେ କଥା ସେ ନିଜେ ହିଁ ଜାଣିଥିବେ ! କିନ୍ତୁ ପ୍ରଦୀପ ତାଙ୍କୁ ଅସନ୍ତୋସ୍ଟ ଙ୍କ ତାଲିକାରେ ତାଲିକା ରେ ରଖି ସାରିଲେଣି ! ଅସନ୍ତୋସ୍ଟ ବୋଲି ବିଧାୟକ ମାନେ ନିଜେ ନ କହିବା ପୂର୍ବରୁ ପ୍ରଦୀପ ତାଙ୍କ ନାଁ କୁ ଖୋଲା ଖୋଲି ଘୋଷଣା କରିଦେଉଛନ୍ତି ! କାରଣ ପାଗ ଅନୁକୂଳ ଦେଖି ପ୍ରଦୀପ ବି ପୁରାଣ ରାଗ ସୁଝାଇବାକୁ ଗୋଡ଼ ଟେକୀକି ବସିଛନ୍ତି, ଏଭଳି ଦିନକୁ ଦିନ ଦଳ ଭିତରେ ବିରୋଧ ବଢି ଚାଲିଛି ! ତେଣୁ ଦେଖିବାକୁ ବାକି ରହିଲା ବିଜେଡି ତା ଘରେ ଭିତରେ ଉପୁଜୁଥିବା କୁ କେମିତି ପସମିତ କରୁଛି

Tags :- # news # tvp news9 # tvp # tvpnews

Share With