ଏଥର ମୋଦୀଙ୍କ ରାସ୍ତାରେ କଣ୍ଟା ସାଜିବେ କେଜରିୱାଲ, ହେବେ ପ୍ରଧାନମନ୍ତ୍ରୀ
* ଦରଦାମ ବୃଦ୍ଧି ସହ ଚାଉଳ କାଟିବାକୁ ନେଇ ବିଜେପି ଉପରେ ଅସନ୍ତୁଷ୍ଟ ଅଛନ୍ତି ଲୋକେ
* ବଢୁଛି ଆଞ୍ଚଳିକ ଦଳ ମାନଙ୍କର ଦବଦବା, ଚିନ୍ତାରେ ଭାରତୀୟ ଜନତା ପାର୍ଟି
* ଆଞ୍ଚଳିକ ଦଳ ମାନଙ୍କୁ ଏକାଠି କରିବେ କେଜରିୱାଲ , ଆପ୍ ନେବ ନେତୃତ୍ବ
ଏଥର ନରେନ୍ଦ୍ର ମୋଦିଙ୍କ ପାଇଁ ପ୍ରଧାନମନ୍ତ୍ରୀ ହେବା ଆଉ ସହଜ ହେବନି, ମୋଦୀଙ୍କ ପ୍ରଧାନମନ୍ତ୍ରୀ ହେବା ରାସ୍ତାରେ କଣ୍ଟା ବିଛେଇ ବସିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆଉ ସେଇ ରାସ୍ତାରେ ଅଧିକ କଣ୍ଟା ବିଛେଇବା ପାଇଁ ଅନ୍ୟ ଦଳ ମାନଙ୍କୁ ଏକାଠି କରିବାରେ ଲାଗିଛନ୍ତି କେଜରିୱାଲ । ଦରଦାମ ବୃଦ୍ଧି ସହ ୫ କେଜି ଚାଉଳ କାଟିବାକୁ ନେଇ ବିଜେପି ଉପରେ ଅସନ୍ତୁଷ୍ଟ ଅଛନ୍ତି ସାଧାରଣ ଲୋକେ। ପୁଣି LPG ଗ୍ୟାସର ଦରବୃଦ୍ଧି କୁ ନେଇ ରାଗିଛନ୍ତି ଖାଉଟି। ତେଣୁ ମୋଦୀଙ୍କ ହାତରୁ ପ୍ରଧାନମନ୍ତ୍ରୀ ପଦ ଛଡ଼ାଇ ନେବା ପାଇଁ ଏହା ହିଁ ସଠିକ୍ ସୁଯୋଗ ବୋଲି ବିଚାର କରୁଛନ୍ତି କେଜରିୱାଲ। ସେଥିପାଇଁ ଅନ୍ୟ ରାଜ୍ୟର ଆଞ୍ଚଳିକ ଦଳ ମାନଙ୍କୁ ଏକାଠି ହେବା ପାଇଁ ଆହ୍ବାନ ଦେଉଛନ୍ତି। ସାରା ଦେଶରେ ଏବେ ଆଞ୍ଚଳିକ ଦଳ ମାନଙ୍କର ପ୍ରଭାବ ବୃଦ୍ଧି ପାଉଥିବାରୁ, ସେମାନେ ଏକାଠି ହେଲେ ମୋଦିଙ୍କୁ ହରାଇବା ସହଜ ହେବ ବୋଲି ଅନୁମାନ କରୁଛନ୍ତି କେଜରିୱାଲ । ତେଣୁ ନଇଁ ପଡିଥିବ ଯେତିକି ବେଳେ, ବିଧାଏ ମାରିବ ସେତିକି ବେଳେ, ସେହି ନ୍ୟାୟ ରେ ରହିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ।
ମୋଦୀଙ୍କ ରାସ୍ତାରେ ପଡ଼ିଥିବା ପଦ୍ମଫୁଲ କୁ ସଫା କରିବା ପାଇଁ ଝାଡ଼ୁ ଧରି ବସିଛନ୍ତି ସେ। ସହଜେ ଆମ ଆଦମୀ ପାର୍ଟି ର ଲୋକପ୍ରିୟତା ବୃଦ୍ଧି ପାଉଥିବାରୁ, ତାହାର ଫାଇଦା ନେବା ମୁଡ ରେ ରହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ତେଣୁ ଏହି ମଉକା ରେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ନିଜର ପୁରୁଣା ଲକ୍ଷ୍ୟକୁ ପୂରା କରିବା ପାଇଁ ଗେମ୍ ପ୍ଲାନ ପ୍ରସ୍ତୁତ କରୁଛନ୍ତି।
ଗତ ବର୍ଷ ସରିଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ ଆପ ସରକାର ଗଠନ କରିଥିଲା। ଯାହା କେଜରିୱାଲ ଙ୍କ ମନରେ ଉତ୍ସାହ ଭରି ଦେଇଥିଲା। ତେଣୁ ଏଥର ପ୍ରଧାନମନ୍ତ୍ରୀ ହେବା ପାଇଁ ସୁବର୍ଣ୍ଣ ସୁଯୋଗ ଭାବୁଛନ୍ତି ସେ ।
ସହଜେ ଖୁଚୁରା ବଜାରରେ ଦିନକୁ ଦିନ ଦରଦାମ ବୃଦ୍ଧି ପାଉଛି। ଆଉ ଗରୀବ ଲୋକଙ୍କ ପାଇଁ ଆସୁଥିବା ଚାଉଳ ରୁ ୫ କେଜି ଚାଉଳ କାଟି ଦେଇଛନ୍ତି କେନ୍ଦ୍ର ସରକାର। ତା ସହ LPG ଗ୍ୟାସର ମୂଲ୍ୟ ମଧ୍ୟ ହୁ ହୁ ହୋଇ ବଢୁଛି। ଯାହାକୁ ନେଇ ବିଜେପି ଉପରେ ଜନ ଅସନ୍ତୋଷ ଦେଖିବାକୁ ମିଳୁଛି । ଆଉ ଯାହାର ପ୍ରମାଣ ଅନ୍ୟ ରାଜ୍ୟରେ ହୋଇଥିବା ନିର୍ବାଚନରେ ଦେଖିବାକୁ ମିଳିଛି । ସେଥିପାଇଁ କେଜରିୱାଲ ଏବେ ଦିଲ୍ଲୀ ଦଖଲ କରିବାର ଯୋଜନାରେ ରହିଛନ୍ତି। ଅନ୍ୟ ରାଜ୍ୟ ଗୁଡ଼ିକରେ ନିଜର ଦଳକୁ ମଜବୁତ୍ କରିବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛନ୍ତି କେଜରିୱାଲ। ଅନ୍ୟ ଦଳରେ ଥିବା ଅସନ୍ତୁଷ୍ଟ ନେତା ମାନଙ୍କୁ ଆଣି ନିଜ ଦଳରେ ସାମିଲ କରୁଛନ୍ତି। ଆଉ ଯାହାକୁ ନେଇ ଏବେ BJP ର ନିଦ ହଜି ଯାଇଛି। ମୋଦୀଙ୍କ ପ୍ରଧାନମନ୍ତ୍ରୀ ଆସନ ପ୍ରତି କେଜରିୱାଲ ବିପଦ ସୃଷ୍ଟି କରି ପାରନ୍ତି ବୋଲି ଲୋକେ ଆଲୋଚନା କରୁଛନ୍ତି। ତେବେ ଆଗମୀ ସାଧାରଣ ନିର୍ବାଚନକୁ ସମସ୍ତଙ୍କର ଅପେକ୍ଷା ରହିଛି।