ବୁଲୁଛି ବାଘ ବଢୁଛି ଭୟ ........!!
ଗାଁରେ ଦେଖାଗଲା ମହାବଳ ବାଘର ଆତଙ୍କ .........!!!
ରାସ୍ତା ଘାଟରେ ବୁଲୁଛି ଜଙ୍ଗଲର ରାଜା ..........!!
ହଁ ଦର୍ଶକ ବନ୍ଧୁ ............!!
ରାସ୍ତା ଘାଟରେ ବୁଲୁଛି ଜଙ୍ଗଲର ମହାବଳ ବାଘ ,ଜଙ୍ଗଲକୁ ଛାଡି ରାସ୍ତାରେ ମାଂସ ପାଇଁ ଘୁରିବୁଲୁଛି ମହାବଳ ବାଘ । ଟିକିଏ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ କେମିତି ରାସ୍ତାରେ ମାଂସ ପାଇଁ ଘୁରି ବୁଲୁଛି ! ଏହି ଦୃଶ୍ୟଟି ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ କୁଶପଡା ଗ୍ରାମରେ । ଏହି ଦୃଶ୍ୟଟି ଏବେ ବହୁତ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି , । ସକାଳୁ ସ୍ଥାନୀୟ ଲୋକେ ବାଘକୁ ବୁଲିବାର ଦେଖି ଥିଲେ ଓ ପରେ ବନବିଭାଗ କାରୀଙ୍କୁ ସୂଚନା ଦେଇଥିଲେ । ଏହା କୁ ନେଇ ଆଖ ପାଖ ଗ୍ରାମ ଗୁଡିକରେ ଆତଙ୍କର ଛାୟା ଖେଳି ଯାଇଛି ଯାହା ଦ୍ଵାରା ଲୋକେ ଘରୁ ଗୋଡ଼ କାଡିବାକୁ ମଧ୍ୟ ଭୟ କରୁଛନ୍ତି । ଗତ କାଲି 5 ଜଣ ବ୍ୟକ୍ତି ରାସ୍ତାରେ ଯାଉଥିବା ସମୟରେ ମହାବଳ ବାଘର ଶିକାର ହୋଇଥିଲେ । ଏଥି ମଧ୍ୟରୁ 5 ଜଣ ଶିକାର ହୋଇଥିବା ବେଳେ 2 ଜଣ ଗୁରୁତ୍ବର ଅବସ୍ଥାରେ ଅଛନ୍ତି ଓ ସେମାନଙ୍କୁ ବମକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଘଟଣା ସ୍ତଳରେ ଲୋକେ ଉତେଜିତ ହୋଇ ବନ ବିଭାଗକାରୀକୁ ଖବର ଦେଇଥିଲେ ! ବାଘର ପାଦ ଚିହ୍ନ ମିଳିଥିବା ବେଳେ ସେହି ଅଞ୍ଚଳରେ ବାଘ ଥିବା କଥା କୁହାଯାଇଛି ! ଗାଁ ଠୁ ପ୍ରାୟ 40 କିଲୋମିଟର ପରିଧିରେ ବୁଲୁଛି ମହାବଳ ବାଘ , ଅଧିକାଂଶ ସ୍ଥାନରେ ମିଳିଥିବା ପାଦ ଚିହ୍ନ ଗୁଡିକୁ ପରୀକ୍ଷା କରିବା ପରେ ସମସ୍ତ ପାଦ ଚିହ୍ନ ସମାନ ଥିବାରୁ ସ୍ଵଷ୍ଟ ହୋଇଛି ଯେ ଏହା ମହାବଳ ବାଘର ପାଦ ଚିହ୍ନ ଅଟେ । ଏହାପରେ ଲୋକଙ୍କୁ ବହୁତ ସତର୍କତା ସହ ରହିବାକୁ କୁହାଯାଇଛି ! ଏହା ମଧ୍ୟ କୁହା ଯାଇଛି ଯେ ବିଶେଷ କରି ରାତ୍ର ସମୟରେ ପ୍ରୟାତ ବୁଲିବା ପାଇଁ ନିଷେଧ କରା ଯାଇଛି ।
ମହାବଳ ବାଘର ଗତି ବିଧିକୁ ଟ୍ରାକ୍ କରିବା ପାଇଁ ବିଭିନ୍ନ ଅଞ୍ଚଳରେ ସତର୍କତା ଅବଲମ୍ବନ କରିବା ପାଇଁ କୁହା ଯାଇଛି । ଗାଁଟି ଜଙ୍ଗଲ ଏରିଆ ପାଖରେ ଥିବା ଯୋଗୁ ବାଘଟି ରାସ୍ତାକୁ ଓଲ୍ଲାଇ ଆସିଛି ବୋଲି କହିଛନ୍ତି । ବାଘକୁ ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି କାଲେ ବାଘ ଗାଁ କୁ ଚାଲି ଆସିବ ,ସେ ନେଇ ଚିନ୍ତାରେ ଅଛନ୍ତି ଗ୍ରାମ ବାସୀ । ସନ୍ଧ୍ଯା ହେଲେ ଗାଁ ରେ କବାଟ ବାଡି ପଡିଯାଉଛି।
ବ୍ୟୁର ରିପୋର୍ଟ tvp news9 ………!!