ପ୍ରମିଳାଙ୍କୁ ମିଳିଲା ବଡ ଦାଇତ୍ଵ ...........!!
ଆଉ ଶେଷରେ ମନ୍ତ୍ରୀ ପଦ ରୁ ଇସ୍ତଫା ଦେଲେ ପ୍ରମିଳା …!!
ମନ୍ତ୍ରୀ ପଦ ଛାଡି ବାଚସ୍ପତି ଆସନରେ ଯୋଗ ଦେଲେ, ପ୍ରମିଳା ମଲ୍ଲିକ...!!
କିଏ ନିର୍ବାଚିତ କରାଇଲା ବିଧାନସଭାର ବାଚସ୍ପତି ରୂପେ ....!!
ହଁ ଦର୍ଶକ ବନ୍ଧୁ .......!!
ଓଡିଶା ପାଇଁ ନୂଆ ଇତିହାସ ରଚିଲେ ପ୍ରମିଳା ମଲ୍ଲିକ । ଓଡିଶା ଦେଖିବ ପ୍ରଥମ କରି ଜଣେ ମହିଳା ହେବ ବିଧାନ ସଭାର ନୂତନ ବାଚସ୍ପତି । ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି କରାଇଛନ୍ତି BJD ଦଳ । ବରିଷ୍ଟ ବିଧାୟକ ତଥା ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଆଜି ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ବାଚସ୍ପତି ପଦରେ ଯୋଗ ଦେଲେ । ରାଜ୍ୟରେ 2000 ମସିହାରୁ ଲଗାତାର 6 ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ପ୍ରମିଳା ମଲ୍ଲିକ ।
ବିଞ୍ଝାରପୁର ଆସନରୁ ଲଗତାର 6 ଥର ବିଜୟ ହୋଇଥିଲେ ପ୍ରମିଳା । ଲୋକଙ୍କ ମନରେ ପ୍ରଶ୍ନ ଉଠୁଥିଲା ଯେ ବିଧାନ ସଭାର ବାଚସ୍ପତି କିଏ ହେବେ ...? ଦେଶର ଗୋଟେ ପଟେ ମହିଳା ସଂଗଠନ କୁ ନେଇ ଚର୍ଚା ଚାଲିଥିବା ବେଳେ ଅନ୍ୟପଟେ ରାଜ୍ୟର ମହିଳା ବାଚସ୍ପତି ଙ୍କୁ ନେଇ ବହୁ ଚର୍ଚା ରେ ଅଛନ୍ତି ଲୋକେ ! ବିକ୍ରମ ଆରବଙ୍କ ପରେ ଏହି ପଦ ଟି ଖାଲି ରହିଥିଲା ।
ଏହାରି ଭିତରେ ଭେଟ୍ରାଇ ଙ୍କ ନାଁରେ ମଧ୍ୟ ଚର୍ଚା ହେଉଥିଲା ! କିନ୍ତୁ BJD ଦଳ ସବୁ ପାର୍ଥୀମିଶି ପ୍ରମିଳା ମଲ୍ଲିକ କୁ ବାଚସ୍ପତି କରାଇଥିଲେ । ପ୍ରଥମ ମହିଳା ବାଚସ୍ପତି ରୂପେ ପ୍ରମିଳା ଙ୍କୁ ଦେଖିବ ଓଡିଶା । BJDର ସଂଖ୍ୟା ଦେଖିଲେ ବାଚସ୍ପତି ହେବାର ସ୍ଵଷ୍ଟ ଜଣା ପଡୁଛି ଯେ, ପ୍ରମିଳା ହିଁ ଏକ ମାତ୍ର ଯିଏ କି ବିଧାନ ସଭାର ବାଚସ୍ପତି ହେବା ପାଇଁ ଉପଯୁକ୍ତ । ପ୍ରମିଳା କୁ ପାର୍ଥୀ କରି ଏହା ଚର୍ଚା ହେଉଛି ଯେ, ବିଜେଡି ହିଁ ଏକ ମାତ୍ର ମହିଳାଙ୍କୁ ସାଥ୍ ଦେଉଛି ଏବଂ ମହିଳା ମାନଙ୍କ ପାଇଁ ଲଢୁଛି !
ପ୍ରମିଳା ମଲ୍ଲିକ କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ଭଳି ଭାବରେ ବିଶ୍ବାସ କରି ମତେ ଏହି ବାଚସ୍ଵତି ପଦର ଗୁରୁଦ୍ୱାଇତ୍ଵ ଦେଇଛନ୍ତି, ସେହି ଆସନକୁ ମୁଁ ସୁଚାର ରୂପେ ତୁଲାଇବା ସହିତ ବାଚସ୍ଵତି ପଦକୁ ଠିକ୍ ଭାବରେ ଚଳାଇବି । ଆଉ ମୁଖ୍ୟ ମନ୍ତ୍ରୀଙ୍କ ଯେଉଁ ଆଶା ,ଭରସା ଓ ବିଶ୍ବାସ ସ୍ଵପ୍ନ ରହିଛି ତାକୁ ମୁଁ ଆଗକୁ ବଢାଇବି ।
ବ୍ୟୁର ରିପୋର୍ଟ Tvp News9