Trending
Saturday , May 18 , 2024

ଧର୍ମେନ୍ଦ୍ର ଙ୍କୁ କିଏ ଦେଉଛି ବିଜେଡି ର ଭିତିରି ଖବର 

* ବିଜେଡି ର କିଏ ସେହି ଗୃହଶତ୍ରୁ ବିଭୀଷଣ

* ବିଜେଡିରେ ଥାଇ ବିଜେଡିର ଖାଇ, ବିଜେପି ପାଇଁ କାମ କରୁଛି କିଏ

* ଧର୍ମେନ୍ଦ୍ର କେମିତି ଜାଣୁଛନ୍ତି ବିଜେଡି ଅନ୍ଦରମହଲ ର କଥା

       ବିଜେଡି ଏମିତି ଗୋଟିଏ ସାପକୁ ପାଳି ପୋଷି ରଖିଛି, ଯିଏ ସବୁଦିନ BJD କୁ ଦଂଶନ କରୁଛି। କିନ୍ତୁ ସହିବାର ଶକ୍ତି ଅଧିକ ଥିବାରୁ ସେ କଷ୍ଟକୁ ଅନୁଭବ କରି ପାରୁନି ବିଜେଡି। କିନ୍ତୁ ବିଷ ଗଦା ହୋଇ ଚାଲିଛି, ଯାହା ଭବିଷ୍ୟତରେ ବିପଦ ସୃଷ୍ଟି କରିପାରେ । 
        ବିଜେଡିରେ ରହି ପୁଣି ବିଜେଡିର ଖାଇ, ବିଜେପି ପାଇଁ କାମ କରୁଥିବା ସେ ନେତା ଜଣକ କିଏ? ଧର୍ମେନ୍ଦ୍ର ପ୍ରଧାନଙ୍କୁ କିଏସେ ବିଜେଡିର ଗୁମର କଥା ସବୁ ଖୋଲି କହୁଛି। ବିଜେଡି ଦଳର ଘରର କଥା କିଏସେ ଧର୍ମେନ୍ଦ୍ର ଙ୍କୁ ଜନୋଊଛି । କିଏ ସାଜିଛି ବିଜେଡି ର ଗୃହଶତ୍ରୁ ବିଭୀଷଣ। ଘର ଢ଼ିଙ୍କି କୁମ୍ଭୀର ପରି କିଏ ବିଜେଡି କୁ ଖାଇ ଚାଲିଛି। 

ରାଜ୍ୟରେ ହେବ ଆଗୁଆ ନିର୍ବାଚନ , ସମୟ ସରିବା ଆଗରୁ ବିଧାନସଭା ଭାଙ୍ଗି ନିର୍ବାଚନ କରିବା ପାଇଁ ନବୀନ ପଟ୍ଟନାୟକ ଚିନ୍ତା କରୁଛନ୍ତି। ଜାତୀୟ ନିର୍ବାଚନ କମିଶନର ନିର୍ବାଚନ ପାଇଁ ଚିନ୍ତା କରିବା ଆଗରୁ, ଏପରି ନିଷ୍ପତି ନେଇ ପାରନ୍ତି ବାବୁ ନବୀନ। ଆଉ ଏହି କଥା ଖୋଦ ବିଜେଡି ଦଳରୁ ଜାଣିବାକୁ ପାଇଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେଡି ର ଜଣେ ନେତା ଏନେଇ ତାଙ୍କୁ ସୂଚନା ଦେଇଥିବା ପ୍ରକାଶ କରିଛନ୍ତି ଧର୍ମେନ୍ଦ୍ର। 
ଆଉ ଯାହାକୁ ନେଇ ଏବେ ରାଜନୈତିକ ଆଲୋଚନା ଜୋର ଧରିଛି। 
ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଧର୍ମେନ୍ଦ୍ର କହିଛନ୍ତି ଯେ, ରାଜ୍ୟରେ ଏଥର ଆଗୁଆ ନିର୍ବାଚନ ହେବ।  ଆଉ ଏ କଥା ସେ ଖୋଦ ବିଜେଡି ଶିବିରରୁ ହିଁ ଜାଣିବାକୁ ପାଇଛନ୍ତି ବୋଲି କହିଥିଲେ ଧର୍ମେନ୍ଦ୍ର। ଆଉ ଯାହାକୁ ନେଇ ଏବେ ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଛି।
ପଦ୍ମପୁର ଉପନିର୍ବାଚନ ପରେ ପରେ ବିଜେଡି କୁଆଡେ଼ ଆଗୁଆ ନିର୍ବାଚନ ପାଇଁ ସଜ ହେଉଥିଲା, ଏକଥା ବିଜେଡି ର ଗୁରୁ ଦାୟିତ୍ବ ନେଇଥିବା ଜଣେ ନେତା କହିଥିଲେ। କିନ୍ତୁ ଏହାକୁ ସେତେ ଗୁରୁତ୍ଵ ଦେଇ ନଥିଲା ବିଜେପି। କିନ୍ତୁ BJD ଶିବିରରୁ ଗୁପ୍ତଚର ଖବର ପାଇବା ପରେ ଏହାକୁ ବିଶ୍ୱାସ କରିଛନ୍ତି ଧର୍ମେନ୍ଦ୍ର। ତେବେ କିଏ ସେହି ବେଇମାନ ନେତା। ଯିଏ ବିଜେଡି ର ଲୁଣ ଖାଇ ବିଜେପି ପାଇଁ କାମ କରୁଛନ୍ତି। କିଏ ସେହି ବିଭୀଷଣ ଯିଏ ଧର୍ମେନ୍ଦ୍ର ଙ୍କ ପାଖରେ ଏହି ଖବର ପହଞ୍ଚାଇଥିଲା। 

ତେବେ ଏସବୁ କଥା ବାହାରେ ପ୍ରକାଶ କରି, ବାବୁ ଧର୍ମେନ୍ଦ୍ର ପ୍ରଧାନ ଏକ ଚାଲ୍ ଖେଳିଛନ୍ତି । ବିଜେଡି ଭିତରେ ତାଙ୍କ ଲୋକ ଅଛି ବୋଲି ଜଣାଇ ଦେବା ସହ, ବିଜେଡି ନେତାଙ୍କ ଭିତରେ ସନ୍ଦେହର ବାତାବରଣ ସୃଷ୍ଟି କରିଛନ୍ତି। ବିଜେଡି ରେ ବିଷ ମଞ୍ଜି ବୁଣି ବିଜେଡି ନେତାଙ୍କୁ ଅକଳ ରେ ପକାଇ ଦେଇଛନ୍ତି ଧର୍ମେନ୍ଦ୍ର। ଏମିତି କରି ସେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି। 

ଏବେ ସେଇ ଗୃହ ଶତ୍ରୁ ବିଭିଷଣକୁ ଖୋଜୁଛି BJD। ତେବେ କେବେ ସେ ବିଭୀଷଣ ଧରା ପଡୁଛି, ତାହା ଦେଖିବାକୁ ବାକି ରହିଛି।

Tags :- # news # tvp news9 # tvp # tvpnews

Share With