ବିବାହିତା ମହିଳାମାନେ କାହିଁକି ସ୍ୱାମୀଙ୍କୁ ଦିଅନ୍ତି ଧୋକା...!
କ'ଣ ରହିଛି ଏହା ପଛର ରହସ୍ୟ...!
ଘରୋଇ ହିଂସା ନା ଆଉକିଛି...?
ପ୍ରେମ କରିବା ଆଜିକାଲି ଅତି ସାଧାରଣ କଥା, କିନ୍ତୁ ଆଜିକାଲି ବାହାଘର ପରେ ଧୋକାଦେବା ଏକ ପ୍ରକାର ଟ୍ରେଣ୍ଡ ହୋଇଗଲାଣି...| ଯଦି ଆପଣ ଭାବୁଥିବେ ଯେ ବାହାଘର ପରେ ଆପଣଙ୍କ ପତ୍ନୀ ବା ପତୀ ଆପଣଙ୍କୁ ଧୋକା ଦେବେନି... ତେବେ ତାହା ଭାବିବା ଭୁଲ...! ବିବାହ ପୂର୍ବରୁ ବା ପରେ ଧୋକା ପାଇଁ ପ୍ରାୟତଃ ସ୍ୱାମୀଙ୍କୁ ଅପରାଧୀ ଭାବେ ଅଣାଯାଇଥାଏ...| କିନ୍ତୁ ସମୟ ବଦଳିବା ସହ ମହିଳା ମାନେ ବି ଧୋକା ଦେବାରେ ଲାଗିଛନ୍ତି...| ଯଦି କୌଣସି ବିବାହିତା ମହିଳାଙ୍କୁ ବାହାଘର ପରେ ମାନସିକ ଶାରୀରିକ ଶାନ୍ତି ନ ମିଳେ ତାହେଲେ ସେମାନେ ଅନ୍ୟତ୍ର ଚାଲିଯାନ୍ତି...| ପ୍ରେମିକ ସହ ମିଶି ସ୍ୱାମୀର ହତ୍ୟା କରିବା ଘଟଣା ତ ସବୁକିଛି ଶୁଣିବାକୁ ମିଳୁଛି, ତେବେ କୌଣସି ବି ବ୍ୟକ୍ତି କାହାକୁ ଜାଣିଶୁଣି ଧୋକା ଦେଇନଥାଏ... | ପ୍ରତେକ ମହିଳା ବା ପୁରୁଷ ନିଜ ସ୍ୱାମୀ ଓ ସ୍ତ୍ରୀଙ୍କୁ ଖୁସିରେ ରଖିବାକୁ ଚାହାଁନ୍ତି...|
ତେବେ ଆସନ୍ତୁ ଜାଣିବା ବିବାହିତ ମହିଳା କାହିଁକି ନିଜ ପାତୀମାନଙ୍କୁ ଧୋକା ଦେଇଥାନ୍ତି...! ପ୍ରଥମ ପ୍ରେମକୁ ଭୁଲିନପାରିବା, ବାହାଘର ପୂର୍ବରୁ କାହାସହ ପ୍ରେମ ସମ୍ପର୍କ ଥିବାରୁ ମହିଳା ମାନେ ପୁରୁଷମାନଙ୍କୁ ଧୋକା ଦେବା ଆରମ୍ଭ କରିଥାନ୍ତି...| ପ୍ରାୟତଃ ମହିଳାମାନେ ପ୍ରଥମ ପ୍ରେମକୁ ଭୁଲିପାରନ୍ତି ନାହିଁ, ଫଳରେ ସେମାନେ ଧୋକା ଦେବାକୁ ବାଧ୍ୟ ହୋଇଥାନ୍ତି...| ଘରୋଇ ହିଂସା, ବିବାହ ଏକ ନୂଆ ଜୀବନର ଆରମ୍ଭ ମନରେ ଅନେକ ସ୍ବପ୍ନ ନେଇ ଲୋକେ ଗୃହସ୍ତ ଜୀବନରେ ପ୍ରବେଶ କରିଥାନ୍ତି...| ବାହାଘର ଦୁଇଟି ମଣିଷକୁ ଗୋଟିଏ ଡୋରରେ ବାନ୍ଧିଥାଏ, କିନ୍ତୁ ବାହାଘର ପରେ ଘରେ ପ୍ରତିଦିନ ଝଗଡା ବା ହିଂସା ହୁଏ ତେବେ ଅନ୍ୟକେହି ଅତି ସହଜରେ ଆପଣଙ୍କ ଜୀବନରେ ପ୍ରବେଶ କରିଥାନ୍ତି...| ବିଶେଷ କରି ଘରୋଇ ହିଂସା ମହିଳାମାନଙ୍କ ଉପରେ ଅଧିକ ପ୍ରଭାବ ପକାଇଥାଏ, ଯଉଥିପାଇଁ ସେମାନେ ନିଜ ପରିବାର ଉପରେ ବିଶ୍ୱାସ ହରାଇଥାନ୍ତି ଏବଂ ଅନ୍ୟ ପାର୍ଟନର ଖୋଜିଥାନ୍ତି...!ଯାହା ଆଗରେ ସେମାନେ ନିଜର ସମସ୍ୟା ବିଷୟରେ କହିପାରନ୍ତି...| କିଛି ମହିଳା ନିଜ ସ୍ୱାମୀଙ୍କଠାରୁ ପ୍ରତିଶୋଦ ନେବାକୁ ଧୋକା ଦେଇଥାନ୍ତି...! ଯେବେ ସ୍ୱାମୀ ଭରସା ଭାଙ୍ଗିଥାଏ ସେବେ ମହିଳାଙ୍କର ଦିଲ୍ ବି ଭାଙ୍ଗିଯାଏ, ଏହି କାରଣରୁ ଏହି ମହିଳାମାନେ ପାତୀମାନଙ୍କୁ ଧୋକା ଦେଇପାରନ୍ତି...|
ଏବେ ବାହାଘର ପରେ ପତ୍ନୀ ପାଇଁ ପାତୀ ମନରେ ବିଶ୍ୱାସ ନ ରୁହେ ତେବେବି ମହିଳାମାନେ ଧୋକା ଦେଇଥାନ୍ତି...| ଅନେକ ପୁରୁଷ ନିଜ ସ୍ତ୍ରୀ ଉପରେ ବିଶ୍ୱାସ କରିବା ପରୀବର୍ତ୍ତେ ସନ୍ଧେହ କରିଥାନ୍ତି, ଫଳରେ ମହିଳା ମାନେ ନିଜ ସ୍ୱାମୀଙ୍କୁ ମନଖୋଲି ନିଜର କଥା କହିପାରନ୍ତି ନାହିଁ...|