Trending
Saturday , May 18 , 2024
ମନୋରଞ୍ଜନ / August 7 , 2023
19

* ଜାଣିଛନ୍ତି କି ବଡିଗାର୍ଡ ଙ୍କ ବଡିଗାର୍ଡ କିଏ

* ରିଲ ଟାଇଗରଙ୍କୁ ସୁରକ୍ଷା ଦେଉଛନ୍ତି ରିଅଲ ଟାଇଗର

* କିଏ ଏହି ଶେରା, କେମିତି ସାଜିଲେ ସଲମାନ ଙ୍କ ବଡିଗାର୍ଡ

* କେତେ କୋଟି ଟଙ୍କାର ଦରମା ନିଅନ୍ତି ସଲମାନ ଙ୍କ ବଡିଗାର୍ଡ ଶେରା 

  ସେ ଷ୍ଟାର ହେଉ କି ଗ୍ୟାଙ୍ଗଷ୍ଟାର , ସଲମାନ ଖାନଙ୍କର କିଛି ବି ଟେନସନ ନଥାଏ। ଯିଏ ଯେତେ ଧମକ ଦେଲେ ବି ସବୁ ଧମକ କୁ ବାଏଁ ବାଏଁ ଉଡ଼ାଇ ଦିଅନ୍ତି ସଲମାନ ଖାନ। କାହାକୁ ଖାତିର ନଥାଏ କି କାହାକୁ ଭୟ ନଥାଏ। ଫିଲ୍ମ ରେ ସେ ଯେମିତି ବେଫିକର , ରିଅଲ ଲାଇଫ ରେ ବି ସେମିତି ନିର୍ଭୟ। ଏବେ ତାଙ୍କୁ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ହତ୍ୟା କରିବା ପାଇଁ ଧମକ ବି ଦେଇଛି , କିନ୍ତୁ ସଲମାନ ଖାନ ନାହିରେ ଜଡ଼ା ତେଲ ପକେଇ ଘରେ ସୋଇଛନ୍ତି। ସେପଟେ ତାଙ୍କ ଜୀବନ ପ୍ରତି ବିପଦ ରହିଛି, ସଲମାନ୍ କିନ୍ତୁ ଆଗକୁ କୋଉ ଫିଲ୍ମ କରିବେ ସେଇ କଥା ଚିନ୍ତା କରୁଛନ୍ତି। ସବୁ ଧମକ ଚମକ୍ କୁ ଫୁ କରି ଉଡ଼େଇ ଦଉଛନ୍ତି ସଲମାନ ଖାନ। 
ତେବେ ସଲମାନ୍ କାହିଁକି ଏତେ ନିର୍ଭୟରେ ରୁହନ୍ତି ଆପଣ ଜାଣିଛନ୍ତି କି? ଆଗେ ଆଗେ ସଲମାନ ଙ୍କୁ କିଏ ସୁରକ୍ଷା ଦେଉଚି ଭାବିଛନ୍ତି କି ? 
ଓଡ଼ିଆରେ ଗୋଟେ କଥା ଅଛି, କିଚକ ବାହୁ ବଳେ ବିରାଟ ରାଜା। ଅର୍ଥାତ୍ କିଚକ ପରି ବଳୁଆ ମନ୍ତ୍ରୀ ଟିଏ ପାଖରେ ଥିବାରୁ , ରାଜା କିଚକ ନିର୍ଭୟ ହୋଇ ଶାସନ କରୁଥିଲେ। ସଲମାନ୍ ଖାନଙ୍କ ରାଜ୍ ପଛରେ ରହିଛି ସେମିତି ଜଣଙ୍କ ହାତ। ଯିଏ କି ସଲମାନ ଖାନଙ୍କ ପାଇଁ ନିଜ ଜୀବନ କୁ ବି ବାଜି ଲଗେଇ ଦିଅନ୍ତି। ସଲମାନ ଙ୍କୁ ବିପଦ ଆସିଲେ ସେ ପ୍ରଥମେ ଆସି ଛାତି ଦେଖେଇ ଦିଅନ୍ତି। ଆଉ କୁହନ୍ତି, ସଲମାନଙ୍କ ପାଖରେ ପହଞ୍ଚିବାକୁ ହେଲେ ପ୍ରଥମେ ମୋତେ ସାମ୍ନା କରିବାକୁ ପଡ଼ିବ। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ସଲମାନଙ୍କର ସବୁଠୁ ଖାସ, ସବୁଠୁ ଘନିଷ୍ଠ, ତାଙ୍କ ବଡିଗାର୍ଡ ଶେରା। 

ସଲମାନ୍ ସିନା ରିଲ ଲାଇଫ ରେ ବଡିଗାର୍ଡ, ସେରା କିନ୍ତୁ ରିଅଲ ଲାଇଫ ରେ ବଡିଗାର୍ଡ। ମହା ମହା ବାଉନସର୍ ବି ତାଙ୍କ ଆଗରେ ହାର ମାନନ୍ତି। ତେବେ କଣ ଆପଣ ଜାଣିଛନ୍ତି କି , ସଲମାନଙ୍କ ଠାରୁ ତାଙ୍କ ବଡିଗାର୍ଡ କେତେ ଦରମା ନିଅନ୍ତି। ତାଙ୍କ ଦରମା କଥା ଶୁଣିଲେ ଆପଣ ବି ଆଶ୍ଚର୍ୟ୍ଯ ହୋଈଯିବେ। ସଲମାନ୍ ଙ୍କ ସୁରକ୍ଷା ପାଇଁ ଶେରା ନିଅନ୍ତି ବର୍ଷକୁ ୨ କୋଟି ରୁ ଅଧିକ ଟଙ୍କା। ମାନେ ମାସକୁ ପ୍ରାୟ ୧୬ ଲକ୍ଷ ଟଙ୍କା। ଦୀର୍ଘ ୨୫ ବର୍ଷ ଧରି ସେ ସଲମାନଙ୍କ ପାଖେ ପାଖେ ରହି ତାଙ୍କ ଦେହକୁ ସୁରକ୍ଷା ଦେଉଛନ୍ତି। ୧୯୯୫ ମସିହାରେ ସଲମାନ ଙ୍କ ବିଦେଶଗସ୍ତ ବେଳେ ଶେରା ଙ୍କୁ ବଡିଗାର୍ଡ କରି ଆଣିଥିଲେ ସୋହେଲ ଖାନ। ତାଙ୍କ ଷ୍ଟାଇଲ ବୋଧେ ସଲମାନ ଙ୍କୁ ପସନ୍ଦ ଆସିଗଲା, ସେବେଠୁ ସେ ତାଙ୍କୁ ପାଖରେ ରଖିଛନ୍ତି। ନିଜ ଜୀବନକୁ ସୁରକ୍ଷା ଦେଉଥିବାରୁ ନିଜ ପାରିବାର ଲୋକ ପରି ଭଲ ପାଉଛନ୍ତି। ଆଉ ଶେରା ମଧ୍ୟ ସଲମାନ୍ ଙ୍କୁ ନିଜର ଭଗବାନ ବୋଲି ମାନି ଥାଆନ୍ତି। 
ଫିଲ୍ମ ସୁଟିଂ ହେଉ କି ଷ୍ଟେଜ ପ୍ରୋଗ୍ରାମ, ସବୁବେଳେ ସେ ସଲମାନ ଙ୍କ ପାଖେ ପାଖେ ଥାଆନ୍ତି । ତାଙ୍କରି ପାଇଁ ସଲମାନ କେବେ କାହାକୁ ଡରନ୍ତି ନାହିଁ। 
ଶେରା ନିଜର ଏକ security agency ମଧ୍ୟ ଖୋଲିଛନ୍ତି , ଯାହାର ନାଁ ଦେଇଛନ୍ତି - ଟାଇଗର security  agency । ଏହି agency ବଲିଉଡ ଷ୍ଟାର ମାନଙ୍କୁ ସୁରକ୍ଷା ଯୋଗାଇ ଦେଇଥାଏ। ସେଥିରୁ ମଧ୍ୟ ଶେରା କୋଟି କୋଟି ଟଙ୍କା incom କରନ୍ତି । 
ଶେରା ଙ୍କ ପ୍ରକୃତ ନାମ ହେଉଛି ଗୁରୁମିତ ସିଂ। ତାଙ୍କ ବାପା ତାଙ୍କୁ ସ୍ନେହରେ ଶେରା ବୋଲି ଡାକୁଥିଲେ। ଆଉ ଏବେ ସଲମାନ ଖାନଙ୍କ ବଡ଼ିଗାର୍ଡ ଭାବେ ସେ ଖୁବ୍ ଲୋକପ୍ରିୟ। 
ତେବେ ଦର୍ଶକ ବନ୍ଧୁ, ଏବେ ଆପଣ ଜାଣି ସାରିଥିବେ ସଲମାନ୍ ଙ୍କ ରାଜ୍ ପଛରେ କିଏ ରହିଛନ୍ତି। ଆଶା କରୁଛୁ ସଲମାନ୍ ଙ୍କ ବିଷୟରେ ଏହି ଅଜଣା କଥା ଆପଣଙ୍କୁ ଭଲ ଲାଗିଥିବ।

Tags :- # news # tvp news9 # tvp # tvpnews

Share With