* ଯୋଗୀ ଆଦିତ୍ୟନାଥ ହେବେ ଭାରତର ପ୍ରଧାନମନ୍ତ୍ରୀ
* ଯୋଗୀଙ୍କୁ ଚାହୁଁଛି ସାରା ଭାରତ, ମୋଦୀଙ୍କ ପରେ ହେବେ ଭାରତର ମୁଖିଆ
* ଶାସନ କରିବାରେ ସିଂହଠାରୁ ବି ଅଧିକ ଭୟଙ୍କର ଯୋଗୀ ଆଦିତ୍ୟନାଥ
* ଫୁଲ ଠାରୁ କୋମଳ, ରାଗି ଗଲେ ବଜ୍ର ଠାରୁ ବି କଠିନ
ଭାରତର ପ୍ରଧାନମନ୍ତ୍ରୀ ହେବେ ଯୋଗୀ ଆଦିତ୍ୟନାଥ, ନରେନ୍ଦ୍ର ମୋଦୀଙ୍କ ପରେ ସେ ଭାରତର ଶାସନ ଗାଦି ସମ୍ଭାଳିବା ପାଇଁ ଯାଉଛନ୍ତି। କାରଣ ସାରା ଭାରତ ଏବେ ତାଙ୍କୁ ଖୋଜୁଛି , ଭାରତର ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗୀ ଆଦିତ୍ୟନାଥ perfect ବୋଲି ଲୋକେ ଆଲୋଚନା କରୁଛନ୍ତି। କାରଣ ଦେଶକୁ ଶାସନ କରିବାରେ ସେ ନରେନ୍ଦ୍ର ମୋଦୀଙ୍କ ଠାରୁ ବି ଅଧିକ ଉଗ୍ରରୂପ ଧାରଣ କରନ୍ତି। ସବୁବେଳେ ଫୁଲ ପରି କୋମଳ ହୋଇ ରୁହନ୍ତି, କିନ୍ତୁ ଦରକାର ପଡ଼ିଲେ ବଜ୍ର ଠାରୁ ବି କଠିନ ହୋଇ ଯାଆନ୍ତି।
ସାଧାରଣ ଲୋକ ମାନଙ୍କ ପାଖକୁ ଗଲା ବେଳେ ଆଉ ସେମାନଙ୍କ ଦୁଃଖ ସୁଖ ଶୁଣିବା ବେଳେ ଯେତିକି ଶାନ୍ତ ରୁହନ୍ତି, ଦୁଷ୍ଟ ଲୋକ ମାନଙ୍କୁ ଦଣ୍ଡ ଦେବା ବେଳେ ତା ଠାରୁ ବେଶୀ ଭୟଙ୍କର ହୋଇ ଯାଆନ୍ତି। ଗରିବ ଲୋକଙ୍କୁ ଯେମିତି ସ୍ନେହ ଆଦର କରନ୍ତି, ଦୁଷ୍ଟ ମାନଙ୍କୁ ବି ସେମିତି ସଂହାର କରନ୍ତି। ଯୋଗୀ ପ୍ରକୃତରେ ଯୋଗୀ ଙ୍କ ପରି ହୋଇ ଥାନ୍ତି।
ଜଣେ ରାଜାର ଧର୍ମ ହେଉଛି ଅଧିକ ସ୍ନେହ କରିବନି କି ଅଧିକ କଠୋର ବି ହବନି। କାହାଠାରୁ ବେଶୀ ଦୂରରେ ରହିବନି କି କାହାସହ ବେଶି କଥା ବି ହବନି। ମା ପରି ଲୋକମାନଙ୍କ ସେବା କରିବ ଆଉ ସୈନିକ ପରି ଦେଶର ଶତ୍ରୁ ମାନଙ୍କୁ ସଂହାର କରିବ। ଆଉ ଏସବୁ ରାଜକୀୟ ଗୁଣ ଯୋଗୀ ଆଦିତ୍ୟନାଥଙ୍କ ପାଖରେ ଭରପୁର ହୋଇ ରହିଛି।
ହିନ୍ଦୁ ଦେବାଦେବୀ ଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ ଦେଉଥିବା ଆଉ ଦେବଦେବୀ ଙ୍କୁ ଅପମାନିତ କରୁଥିବା ସଇତାନ ମାନଙ୍କ ପାଇଁ ସେ ସାକ୍ଷାତ ଯମ ରୂପରେ ଆବିର୍ଭାବ ହୁଅନ୍ତି। ସନାତନ ଧର୍ମ ପ୍ରତି କେହି ଆଖି ଉଠେଇ ଚାହିଁଲେ ତାର ଆଖି ତାଡ଼ି ଆଣନ୍ତି ଯୋଗୀ ଆଦିତ୍ୟନାଥ। ଭାରତର ପୁରାତନ ସଂସ୍କୃତି ଓ ପରମ୍ପରା କୁ ଘୃଣା କରୁଥିବା ପାପୀ ମାନଙ୍କ ପାଇଁ ସେ ମାହାକାଳ ହୋଇ ଆସନ୍ତି।
ଗରୀବ ଲୋକଙ୍କ ଟଙ୍କା ଖାଉଥିବା, ଲୋକଙ୍କ ପ୍ରତି ଅନ୍ୟାୟ କରୁଥିବା ଦଲାଲ ମାନଙ୍କୁ ନେଇ ଜେଲ ରେ ଠୁଙ୍କି ଦିଅନ୍ତି।
ଭାରତ ମାତାକୁ ନିନ୍ଦା କରୁଥିବା ଓ ଦେଶରେ ଆତଙ୍କ ସୃଷ୍ଟି କରୁଥିବା ଆତଙ୍କବାଦୀ ମାନଙ୍କୁ ସେମାନଙ୍କ ଘରେ ପଶି ବିନାଶ କରନ୍ତି ସେଇ ଜଣେ ନେତା ଯୋଗୀ ଆଦିତ୍ୟନାଥ ।
ଦେଶରେ ଅରାଜକତା ଓ ବିଶୃଙ୍ଖଳା ସୃଷ୍ଟି କରୁଥିବା ଦୁଷ୍ଟ ମାନଙ୍କ ଘରକୁ ବୁଲ ଡୋଜର ଲଗାଇ ଉଡ଼ାଇ ଦିଅନ୍ତି ଯୋଗୀ।
ହିନ୍ଦୁ ଧର୍ମର ଧ୍ଵଜା ଉଡ଼ାଇ, ସନାତନ ଧର୍ମକୁ ସୁରକ୍ଷା ଦେଇ , ଦେଶକୁ ଶାସନ କରିବା ତାଙ୍କର ଲକ୍ଷ। ଭାରତରେ ଥାଇ ପାକିସ୍ଥାନ କୁ ଭଲ ପାଉଥିବା, ଭାରତର ଖାଇ ପାକିସ୍ଥାନର ଗୁଣ ଗାଉଥିବା ଦେଶର ଶତ୍ରୁ ମାନଙ୍କୁ ସେ ପାକିସ୍ତାନ ପଠେଇବା ପାଇଁ କହି ଆସୁଛନ୍ତି।
ତେଣୁ ସେ ଭାରତର ପ୍ରଧାନମନ୍ତ୍ରୀ ହେଲେ ଆମ ଦେଶ ଭାରତ ବିଶ୍ୱଗୁରୁର ସମ୍ମାନ ପାଇବ ଆଉ ସାରା ବିଶ୍ୱରେ ହିନ୍ଦୁ ଧର୍ମର ଧ୍ଵଜା ଉଡିବ ବୋଲି ସମସ୍ତେ ଆଶା କରୁଛନ୍ତି ।
ଯୋଗୀ ହେଉଛନ୍ତି ଜଣେ ବ୍ରହ୍ମଚାରୀ ପୁରୁଷ। କ୍ଷମତା ପାଇଗଲେ ଖୁସି ହୁଅନ୍ତିନି କି କ୍ଷମତା ଚାଲିଗଲେ ବି ଦୁଃଖୀ ହୁଅନ୍ତିନି।
ତେଣୁ ଯୋଗୀ ଆଦିତ୍ୟନାଥ ଭାରତର ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଲୋକେ ଚାହିଁ ବସିଛନ୍ତି।
ସାରା ଦେଶରେ ଯୋଗୀ ଆଦିତ୍ୟନାଥ ଙ୍କ ଲୋକପ୍ରିୟତା ବଢ଼ି ବଢ଼ି ଚାଲିଛି। ଭାରତର ସାଧୁ ସନ୍ଥ ଯୋଗୀ ସନ୍ନ୍ୟାସୀ ମାନେ ମଧ୍ୟ ଯୋଗୀ ଆଦିତ୍ୟନାଥ ଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି। ସାରା ଦେଶରେ ପଦ୍ମ ଫୁଟୁଥିବାରୁ ଆଗକୁ ଯୋଗୀ ଆଦିତ୍ୟନାଥ ଦେଶର ପ୍ରଧାନମନ୍ତ୍ରୀ ହୋଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ତେବେ ଆଗମୀ ସମୟକୁ ସମସ୍ତଙ୍କ ଅପେକ୍ଷା ରହିଛି।