ବାବା ସାହେବ ଡ଼. ଆମ୍ବେଦକରଙ୍କ ଦ୍ୱାରା ପ୍ରତିଷ୍ଠିତ ବାଇଶି ତାଳୁକା ମୋଚିକୁଳ ମହାସମାଜ | ଏହି ସମାଜର ବର୍ତମାନର ମୁଖ୍ୟ ସଭାପତି ଭାବେ ପରିଚିତ R. ଲୋକନାଥ ଓ ଉପସଭାପତି ଭାବେ ପରିଚିତ D. ବାବୁ ଏବଂ ସମ୍ପାଦକ ଭାବେ ପରିଚିତ S. ପ୍ରହଲାଦ କୁମାର ରାଓ କାର୍ଯ୍ୟରତ ଅଛନ୍ତି | ପୂର୍ବର କିଛି ତଥ୍ୟ ଉଲେଖ ରହିଛି ଯେ ଏହି ବାଇଶି ତାଲୁକା ମହାକୁଳ ସମାଜ 42 ଖଣ୍ଡ ଗ୍ରାମ ଆଉ 10000 ଲକଙ୍କ ନେଇ ଗଠୀତା ହୋଇଅଛି | ଏହି ସମାଜର ପ୍ରଥମ ପରିଚାଳନା ହେଉଛନ୍ତି, D. ଯୋଗୀ, ସ୍ବର୍ଗତ D. ତବତିଆ, ସ୍ବର୍ଗତ D.ରାମସ୍ଵାମୀ | ଏହି ସମାଜ  ପ୍ରଥମ ଗଠନ 1972 ମସିହାରେ ହୋଇଥିଲା | 1994 ମସିହାରେ ସରକାରୀ ସ୍ୱୀକୃତିପ୍ରାପ୍ତ ହୋଇଥିଲା | ଏହି ସମାଜର ମୁଖ୍ୟ ଉଧେଶ୍ୟ ହେଉଛି D. ଆମ୍ବେଦକରଙ୍କ ଇତି ନିୟମକୁ ପାଳନ କରି ଏହିସମାଜର ବ୍ୟକ୍ତିଙ୍କୁ ସଠିକ ମାର୍ଗଦର୍ଶନ କରିବା ମୁଖ୍ୟ ଉଧେଶ୍ୟ | ଏଇ କୁଳ ସମାଜର ସମସ୍ତ ସଭ୍ୟ ଗଣଙ୍କ ମତବ୍ୟକ୍ତ ଏହା ଯେ ଏହି ମୋଚିକୁଳ ମହାସମାଜକୁ ଆଗକୁ ଆହୁରି ଉର୍ଣ୍ଣତ କରୁ ବୋଲି ଭଗବାନଙ୍କ ଠାରେ ପ୍ରାର୍ଥନା କରିଛନ୍ତି | ଅଗଷ୍ଟ 15 ସ୍ୱାଧୀନତା ଦିବସ ଉପଲକ୍ଷେ ଏହି ଦିଗପହଣ୍ଡି ସ୍ଥିତ ସତସଙ୍ଗ ଭାବନ ପାଖରେ ଏକ ନୂତନ କୋଠଘର ନିର୍ମାଣ କରିଥିଲେ  | ଏବଂ ପ୍ରଥମଥର ତ୍ରିରଙ୍ଗା ପତାକା ଉତ୍ତଳୋନ କରିବା ପାଇଁ ପ୍ରଚେଷ୍ଟା କରି ସଫଳ ହୋଇଥିଲେ | ଏଥିରେ ମୁଖ୍ୟ ଅତିଥି ଭାବେ ଦିଗପହଣ୍ଡି ବ୍ଲକର BDO ବା ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀଙ୍କୁ ଆମନ୍ତ୍ରଣ କରିଥିଲେ | ସେ ମଧ୍ୟ ଆନନ୍ଦର ସହ ସେଠାରେ ଉପସ୍ଥିତ ହୋଇ ପତାକା ଉତ୍ତଳୋନ କାର୍ଯ୍ୟ ସମ୍ପର୍ଣ୍ଣ କରିଥିଲେ ଏବଂ ତତସହ ପୂର୍ବତନ ସଭାପତି ମଧ୍ୟ ଉପସ୍ଥିତ ହୋଇଥିଲେ | ଦୁହେଁ ସମସ୍ତଙ୍କ ସହ ସାମିଲ ହୋଇ ଆନନ୍ଦର ସହ କିଛି ସମୟ ଅତିବାହିତ କରିଥିଲେ | ଆଉ ଏହି କୁଳର ସମସ୍ତ ମେମ୍ବର ମଧ୍ୟ ଉପସ୍ଥିତ ହୋଇ ଉତ୍ସାହର ସହ ମିଳିମିଶି ରୀତିନୀତି ଅନୁଯାଇ କାର୍ଯ୍ୟରେ ଯୋଗଦେଇ ଉପକୃତ ହୋଇଥିଲେ | ଏବଂ କିଛି ସଚେତନତା ଆଉ ଗଠନ କାର୍ଯ୍ୟକୁ ସମସ୍ତେ ସୁଚାରୁ ରୂପେ ଚଳାଇବାପାଇଁ ପାଇଁ ଉତ୍ସାହ କରିଥିଲେ |

Tags :- # news # tvp news9 # tvp # tvpnews

Share With