Trending
Thursday , April 30 , 2026

କାହିଁକି ମହାପ୍ରଭୁ ଜଗନ୍ନାଥ ପଖାଳ ଖାହାନ୍ତି.........!!!!!!

କାହିଁକି ପ୍ରଭୁ ଜଗନ୍ନାଥ ରାତ୍ର ସମୟରେ ହିଁ ପଖାଳ ଖାଇଥାନ୍ତି........!!!!!

କ’ଣ ପ୍ରଭୁ ଜଗନ୍ନାଥ ପାଣି ପଖାଳ ଖାଇଥାନ୍ତି କି..............!!!!!

ଆସନ୍ତୁ ଜାଣିବା ଏହାର ରହସ୍ୟ..........!!!!!

“ଦର୍ଶକ ବନ୍ଧୁ “............!!!!!!!

                          ମହାପ୍ରଭୁ ଜଗନ୍ନାଥ ବି ପଖାଳ ସେବନ କରିଥାନ୍ତି ସେ ଏମିତି ଅନେକ ପ୍ରକାର ପଖାଳ ପ୍ରଭୁ ଜଗନ୍ନାଥ ସେବନ କରିଥାନ୍ତି !  କିନ୍ତୁ ସତ କଥା ହେଲା ଆମେ ମାନେ ସକାଳ ବା ଖରା ବେଳେ ସମୟରେ ପଖାଳ ଖାଇଥାଉ କିନ୍ତୁ ମହାପ୍ରଭୁ ଜଗନ୍ନାଥ ରାତ୍ର ସମୟରେ ହିଁ ପଖାଳ ଖାଇଥାନ୍ତି ! ଜଗନ୍ନାଥ ମହାପ୍ରଭୁଙ୍କୁ ରଜା ପୁଅ ବୋଲି କୁହାଯାଏ ତେଣୁ  ପ୍ରଭୁ ଜଗନ୍ନାଥ  ସବୁ ବେଳେ ସୁନା ଥାଳିରେ ଗୁଡ ଖାଇଥାନ୍ତି ଓ ରତ୍ନ ପଲଙ୍କରେ ସେ ସବୁ ବେଳେ ସୟନ କରିଥାନ୍ତି ! ଯେହେତୁ ସେ କୋଟି ଓଡ଼ିଆର ମଉଡମଣି ବୋଲି ପ୍ରଭୁଙ୍କୁ କୁହାଯାଏ , ଓଡିଆ ମାନଙ୍କର ପ୍ରିୟ ଖାଦ୍ଯ ହେଉଛି ପଖାଳ ସେଥିପାଇଁ ପ୍ରଭୁ ଜଗନ୍ନାଥ ବି ପଖାଳକୁ ଆଦ୍ରତା ସହ ଗ୍ରହଣ କରିଛନ୍ତି !

                                ଆମେ ମାନେ ପଖାଳ ଖାଇଲେ ପଖାଳରେ ପାଣି ପକେଇକି ଖାଇଥାଉ କିନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ ପଖାଳରେ ପାଣି ପଢିନଥାଏ ସେ ପ୍ରକୃତରେ ଘିଅ ପଖାଳ ପ୍ରଭୁ ଜଗନ୍ନାଥ ସେବନ କରିଥାନ୍ତି ! ଏମିତି  ପ୍ରଭୁ ଜଗନ୍ନାଥ ଅନେକ ପ୍ରକାର ପଖାଳ ଖାଇଥାନ୍ତି ଯାହାକି – ଘିଅ ପଖାଳ , ଦହି ପଖାଳ , ଟୋଭା ପଖାଳ , ମଲିଫୁଲିଆ ପଖାଳ ଓ ସୁବାସିତ ପଖାଳ ଏମିତି ଅନେକ ଗୁଡିଏ ପଖାଳ ପ୍ରଭୁ ସେବନ କରିଥାନ୍ତି ! ଆମେ ମାନେ ଯେତିମି ସକାଳ ସମୟରେ ପଖାଳ ଖାଇଥାଉ , ପ୍ରଭୁ ଜଗନ୍ନାଥ ପଖାଳକୁ ରାତ୍ର ସମୟରେ ସୟନ ପୂର୍ବରୁ ସେ ସେବନ କରିଥାନ୍ତି !

                           ସନ୍ଧ୍ଯା ଦୂପରେ ତାଙ୍କ ପାଇଁ ଯେମିତି ମାଟି ନିର୍ମିତ ଠିକ୍ ସେମିତି କିଛି ସ୍ଵତନ୍ତ୍ର ପଖାଳ ଉଳିରେ ପଖାଳ ଭୋଗ ହିସାବରେ ଲାଗିଥାଏ, ଯେଉଁ ପଖାଳ ଭୋଗ ଲାଗେ ସେ ପଖାଳରେ ଖାଲି- ଓଦା , ଲୁଣ ଓ ଜୀରା ହିଁ ପଢିଥାଏ ,  ମହାପ୍ରଭୁ ଜଗନ୍ନାଥଙ୍କୁ 56 ଭୋଗ ଖାଇ ଥିଲେ ବି ପ୍ରଭୁଙ୍କୁ ତୃପ୍ତି ଲାଗିନଥାଏ , ସେ ମଧ୍ୟ ଗରିବ ଘରର ଖାଦ୍ଯ ହିଁ ଖାଇଥାନ୍ତି ! କାହିଁକି ନା ସେ ହେଉଛନ୍ତି  କୋଟି ଓଡିଆଙ୍କ ମଉଡମଣି ଯେହେତୁ ଓଡିଆ ମାନଙ୍କର ପ୍ରିୟ ଖାଦ୍ଯ ପଖାଳ ସେଥି ଲାଗି ମହାପ୍ରଭୁ ବି ପଖାଳକୁ ଗ୍ରହଣ ବା ସେବନ କରିଥାନ୍ତି !

Tags :- # news # tvp news9 # tvp # tvpnews

Share With