Trending
Saturday , May 18 , 2024

ମୋ ଶଶୁର ମରିଛନ୍ତି, ଆଜି ବିଧବା ଶାଶୁକୁ ବି ମାରିଦେବି

* ଘରେ ବୁଢ଼ୀ ରହି ମୋତେ ଅଡୁଆ କରୁଛି, ତାକୁ ମଶାଣି ପଠେଇବି

* ବୁଢ଼ୀ ରାତିସାରା ଖାସୁଛି , ରୋମାନ୍ସ କରିବାରେ ଦିଷ୍ଟର୍ବ କରୁଛି

* ଏ ବୁଢ଼ୀକୁ ମାରୀ ପ୍ରେମିକ ସହ ରାତିସାରା ଫୁଲ ମସ୍ତି କରିବି


ଶଶୁର ବୁଢ଼ା ଟା କେବେଠୁ ମରି ସ୍ୱର୍ଗକୁ ଗଲାଣି, ହେଲେ ଏ ବୁଢ଼ୀ ଟା କାହିଁକି ବଞ୍ଚିଛି କେଜାଣି? କଣ ଶଶୁର କଥା ତାର ମନେ ପଡୁନି କି ତାର ଆୟୁଷ କମି ଯାଉନି। ଏ ବିଧବା ବୁଢ଼ୀ ଟା ଯେତେଦିନ ବଞ୍ଚିକି ଥିବ , ମୋତେ ଭାରି ଅଡୁଆ କରିବ। ତେଣୁ ଏ ବିଧବା ଶାଶୁକୁ ମୁଁ ଆଜି ମାରିଦେବି। ମୋ ଶଶୁର ତ ଆଗରୁ ମରି ସାରିଛନ୍ତି, ଆଜି ବିଧବା ଶାଶୁକୁ ବି ମାରିଦେବି , ଆଉ ଘରକୁ ମୋର ଶାନ୍ତି ଦେବି। ଏ ବିଧବା ବୁଢ଼ୀ ଟା ରାତିସାରା ଖାଲି ଖାସୁଛି , ଆଉ ରୋମାନ୍ସ କରିବାରେ ମୋତେ ଦିଷ୍ଟର୍ବ କରୁଛି । ମୁଁ ଟିକେ ଭଲକରି ପ୍ରେମ ଗପ ଗପି ପାରୁନି କି ମନ ଖୋଲି ରୋମାନ୍ସ ବି କରି ପାରୁନି। ଏ ବୁଢ଼ିପାଇଁ ମୋ ଜୀବନ ଟା ବରବାଦ୍ ହେବାକୁ ବସିଛି। ଭାବିଥିଲି ଶଶୁର ମରିବା ପରେ ମୋର ଗୋଟେ କଣ୍ଟା ଗଲା, ହେଲେ ଏ ବୁଢ଼ୀ ଟା ଛୁରୀ ପରି ମୋତେ କଷ୍ଟ ଦେଉଛି। ଜୀବନକୁ ରଙ୍ଗୀନ କରିବି ବୋଲି ବିଚାର କରିଥିଲି, ହେଲେ ଏ ବୁଢ଼ୀ ପାଇଁ ମୋ ଜୀବନର ସବୁ ରଙ୍ଗ କୁଆଡେ଼ ଛାଡ଼ି ଗଲାଣି। ଏ ବୁଢ଼ୀ ଥାଇ ଆମର ଫାଇଦା କଣ? ସେ ତ ଖାଲି ଖାଉଛି ପିଉଛି ଶୋଉଛି ଆଉ ମୋତେ ଭାରି ଅଡୁଆ କରୁଛି। ତେଣୁ ଏ ବୁଢ଼ୀ ଆଜି ମରିବା ଦରକାର। ଏ ବୁଢ଼ୀକୁ ଆଜି ମାରୀବି ଆଉ ମୋ ପ୍ରେମିକ ସହ ରାତିସାରା ଫୁଲ ମସ୍ତି କରିବି। ଆଉ ନା ରହିବ ବାଉଁସ ନା ବାଜିବ ବଇଁଶୀ। 
ହଁ ଦର୍ଶକ ବନ୍ଧୁ, ଏମିତି କିଛି କଥା ମନକୁ ଆଣି ବିଧବା ଶାଶୁକୁ ରାସ୍ତାଉପରେ କଚାଡ଼ି ମାରୁଛି ବୋହୂ। 
ପଟ୍ଟାମୁଣ୍ଡାଇ ବ୍ଲକ ର ଅଳପୁଆ ପଞ୍ଚାୟତର ଏହି ଭିଡିଓ ଯାହା ଏବେ viral ହେଉଛି । ଆପଣ ମାନେ ଥରେ ନିଜେ ଦେଖନ୍ତୁ , ଯାହାକୁ ଦେଖିଲେ ଆପଣଙ୍କ ରୁମ ବି ଟାଙ୍କୁରି ଉଠିବ। ଗୋଟେ ବିଧବା ଶାଶୁକୁ ତାଙ୍କ ବୋହୂ ଦିନ ଦିପହରରେ ରାସ୍ତାଉପରେ କେମିତି କଚାଡ଼ି ମାରୁଛି। ଯାହା ଦେଖିଲେ କାହାର ବି ଦେହ ଶୀତେଇ ଉଠିବ। 
 ଦେଖନ୍ତୁ ଏ କେଉଁ ପ୍ରକାର ବର୍ବରତା , ଏହି ବୋହୁ ଜଣକ ଅମାନୁଷିକର ଚରମ ସୀମାରେ ପହଞ୍ଚି ସାରିଛି । ତେବେ  ବୁଢୀ ଶାଶୁଙ୍କ ନାମ ହେଉଛି ଉର୍ମିଲା ଦାସ ,  ଯିଏ କି ନିଜ ବୋହୂ ଠାରୁ ଜୀବନ ବଞ୍ଚାଇ ବାକୁ ସଂଘର୍ଷ କରୁଛନ୍ତି।  ବୋହୂକୁ କିନ୍ତୁ ବୁଢୀ ର କାକୁତି ମିନତି କୌଣସି ଫରକ ପଡୁନି । କେମିତି ବା ପଡିବ ବୋହୂ କାଳେ VRP ଚାକିରି କରିଛନ୍ତି , ଆଉ ବୋହୂଙ୍କ ନାମ ହେଉଛି ଜୟନ୍ତୀ ଦାସ । କେବଳ ଶାଶୁ ଙ୍କୁ ମାରିବା କଥା ଛାଡ଼ନ୍ତୁ ତାଙ୍କ ପାଟିରୁ ଯେଉଁ ଭାଷା ବାହାରୁଚି ଆମେ ଆମ ଦର୍ଶକ ମାନଙ୍କୁ ଶୁଣେଇ ବି ପାରିବୁ ନାହିଁ। ତେବେ ଧନ୍ୟ କହିବ ସେ ମଣିଷ ମାନଙ୍କୁ , ଯେଉଁ ମାନେ ଏ ଘଟଣାରେ ହସ୍ତକ୍ଷେପ ନକରି ଭିଡ଼ିଓ ଉତ୍ତୋଳନ କରିବାରେ ବ୍ୟସ୍ତ ଅଛନ୍ତି। ରାକ୍ଷସି ବୋହୂ ପାଖରୁ ନିରିହ ଶାଶୁଙ୍କ ଉଦ୍ଧାର ନକରି ତାର ମଜା ଉଠାଉଛନ୍ତି। ତାହାଲେ କଣ ଏ ହେଉଛି ନାରୀ ସଶକ୍ତିକରଣ? ଆଉ କଣ ଏ ହେଉଛି ମା କୁ ସମ୍ମାନ। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି। ତେବେ ଏହି ବୋହୂ ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ଦେଖିବାକୁ ବାକି ରହିଛି।

Tags :- # news # tvp news9 # tvp # tvpnews

Share With