Trending
Tuesday , March 18 , 2025

* ମୁକେଶ ଅମ୍ବାନୀଙ୍କ ଡ୍ରାଇଭରମାନଙ୍କ ଦରମା ଶୁଣିଲେ ହୋଇଯିବେ ଆବାକାବା

* ଏସପି କଲେକଟର ମାନଙ୍କୁ କାଟିଦବ ଜଣେ ଡ଼୍ରାଇଭର ର ଦରମା

* ଅମ୍ବାନୀଙ୍କ ୭୦୦ ଟି କାର ପାଇଁ ଅଛନ୍ତି ୫୦୦ ଡ୍ରାଇଭର

* ହେଡ ଡ୍ରାଇଭର ପାଆନ୍ତି ନେତା ମନ୍ତ୍ରୀଙ୍କ ପରି ଟଙ୍କା ଓ ସମ୍ମାନ


   ଦର୍ଶକ ବନ୍ଧୁ, ଦୁନିଆରେ ଗାଡ଼ି ଚଳାଉଥିବା ଅନେକ ଡ୍ରାଇଭର ମାନଙ୍କୁ ଆପଣ ଦେଖିଥିବେ, ସେମାନଙ୍କ ଦରମା ବିଷୟରେ ବି ସୁଣିଥିବେ। ଜଣେ ଯେତେ ଭଲ ଡ୍ରାଇଭର ହେଲେ ବି ମାସକୁ ଅତି ବେଶିରେ ୨୫ ହଜାର ଟଙ୍କା ଦରମା ପାଏ। କିନ୍ତୁ କେବେ ଭାବିଛନ୍ତି କି ଭାରତର ସବୁଠାରୁ ବଡ଼ ଧନୀ ମୁକେଶ ଅମ୍ବାନୀଙ୍କ ଡ୍ରାଇଭର ମାନଙ୍କ ଦରମା କେତେ। ଅମ୍ବାନୀଙ୍କ ଡ୍ରାଇଭରଙ୍କ ଦରମା ଶୁଣିଲେ ବିଶ୍ଵାସ କରି ପାରିବେନି, ସେମାନେ ଦରମା ସହ ଯୋଉ ସମ୍ମାନ ପାଆନ୍ତି ଶୁଣିଲେ ମୁଣ୍ଡରେ ହାତ ଦେଇ ବସିବେ। ଶହ ଶହ ସରକାରୀ ଚାକିରୀଆ ବାବୁ ମାନଙ୍କୁ ପଛରେ ପକାଇ ଦେବ ଜଣେ ଡ୍ରାଇଭରଙ୍କ ଦରମା। ଏମିତି କି ନେତା ମନ୍ତ୍ରୀ ମାନେ ବି ଗୋଟେ ଡ୍ରାଇଭର ର ଦରମା କୁ ସରି ହେବନି। ମୁକେଶ ଆମ୍ବନୀଙ୍କ କଥା ଛାଡ଼ନ୍ତୁ, ତାଙ୍କ ଡ୍ରାଇଭର ମାନେ ଜଣେ ଜଣେ ମହାଧନୀ । 
ମୁକେଶ ଅମ୍ବାନୀଙ୍କ ରହିଛି ପ୍ରାୟ ୭୦୦ ଟି ବିଳାସମୟ କାର ଗାଡ଼ି। ଆଉ ତାଙ୍କ ଘରେ ରହିଛନ୍ତି ୪୦୦ ରୁ ୫୦୦ ଡ୍ରାଇଭର। 
ତେବେ ଆପଣ ଯଦି ଭାବୁଛନ୍ତି ଯିଏ ମନ ସିଏ ଜାଇ ମୁକେଶ ଅମ୍ବାନୀଙ୍କ ଡ୍ରାଇଭର ହୋଇଯିବ, ତାହାଲେ ଆପଣଙ୍କ ଭାବନା ସମ୍ପୂର୍ଣ ଭୁଲ୍ । ସରକାରି ଚାକିରୀ କରିବା ପାଇଁ entrance exam ଦେବା ଭଳି, ମୁକେଶ ଆମ୍ବନିଙ୍କ ଡ୍ରାଇଭର ହେବା ପାଇଁ ମଧ୍ୟ ପରୀକ୍ଷା ଦିଆଯାଏ। ଦୁଇ ଦୁଇଟି ପରୀକ୍ଷାରେ ପାସ କରିବା ପରେ ଯାଇ, ଅମ୍ବାନୀଙ୍କ ଡ୍ରାଇଭର ହେବାର ସୁଯୋଗ ମିଳେ। 
ତେଣୁ ସେତିକି ପାଠ ପଢି ନଥିଲେ ଆଉ କାର ବିଷୟରେ ଗଭୀର ଜ୍ଞାନ ନଥିଲେ ଅମ୍ବାନୀଙ୍କ ଡ୍ରାଇଭର ହେବାର ସୁଯୋଗ ମିଳିବନି। ଆଉ ଥରେ ଅମ୍ବାନୀଙ୍କ ଡ୍ରାଇଭର ହେଇଗଲେ ବଦଳିଯିବ ଭାଗ୍ୟ ଆଉ ଲାଇଫ ଷ୍ଟାଇଲ। କାରଣ କୋଉ ଏସପି କଲେକଟର ଠାରୁ କମ୍ ନୁହନ୍ତି ଅମ୍ବାନୀଙ୍କ କାର ଡ୍ରାଇଭର। ଜଣେ ଜଣେ ଡ୍ରାଇଭରଙ୍କ ଦରମା ରେ ଗୋଟେ ଗୋଟେ ଗାଁ ବସି ଖାଇଲେ ବି ସରିବନି । ମୁକେଶ ଅମ୍ବାନୀ ନିଜର ସୁରକ୍ଷା ପାଇଁ ଡ୍ରାଇଭର ମାନଙ୍କୁ ଖୁସି କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି। ମୁକେଶ ଅମ୍ବାନୀ ନିଜେ ଯେଉଁ ଲଜକୁରି କାର ରେ ଯିବା ଆସିବା କରନ୍ତି, ସେ କାର ର ଡ୍ରାଇଭର ଜଣେ ବଡ଼ ଇଞ୍ଜିନିୟର ଠାରୁ ବି ଅଧିକ ହୋଇ ଥାନ୍ତି। Mla ଆଉ ମନ୍ତ୍ରୀ ମାନଙ୍କ ଠାରୁ ବି ଅଧିକ ସମ୍ମାନ ପାଆନ୍ତି ମୁକେଶ ଅମ୍ବନୀଙ୍କ ହେଡ଼ ଡ୍ରାଇଭର। 
ସହଜେ ଅମ୍ବାନୀ ହେଉଛନ୍ତି କେବଳ ଭାରତ ନୁହେଁ ବରଂ ଏସିଆ ମହାଦେଶର ସବୁଠାରୁ ଧନୀ। ତାଙ୍କୁ କୁହାଯାଏ ବିଶ୍ବର କୁବେର, ଯିଏ ସରକାରଙ୍କୁ ବି ଟଙ୍କା ଦିଅନ୍ତି। ନିଜ ଖୁସି ପାଇଁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରନ୍ତି ଅମ୍ବାନୀ ପରିବାର। 
ନିଜର ଡ୍ରାଇଭର ମାନଙ୍କ ପାଇଁ ବିମା, ସେମାନଙ୍କ ପିଲା ମାନଙ୍କର ପାଠ ପଢା ଖର୍ଚ୍ଚ ସବୁକିଛି ବହନ କରନ୍ତି ଅମ୍ବାନୀ। ଏସବୁ କୁ ଛାଡ଼ି ତାଙ୍କ ଡ୍ରାଇଭର ମାନଙ୍କ ଦରମା ହେଉଛି ମାସିକ ୨ରୁ ୩ ଲକ୍ଷ ଟଙ୍କା , ଅର୍ଥାତ୍ ବର୍ଷକୁ ପ୍ରାୟ ୩୦ ଲକ୍ଷ ଟଙ୍କା। ଆଉ ତାଙ୍କ ହେଡ ଡ଼୍ରାଇଭରଙ୍କ ଦରମା ହେଉଛି ମାସିକ ପ୍ରାୟ ୫ ଲକ୍ଷ ଟଙ୍କା ଆଉ ବର୍ଷକୁ ୫୦ ଲକ୍ଷ ଟଙ୍କା। 
ଦର୍ଶକ ବନ୍ଧୁ, କୋଉ ଡ୍ରାଇଭର କେବେ ଲକ୍ଷ ଲକ୍ଷ ଟଙ୍କା ଦରମା ପାଉଥିବା ଆପଣ ଶୁଣିଛନ୍ତି କି , କିନ୍ତୁ ଅମ୍ବାନୀ ସେମିତି ଦରମା ଦେଈ ଥାଆନ୍ତି। ଆଶା କରୁଛୁ ଏ ଷ୍ଟୋରୀ ଆପଣଙ୍କୁ ବେଶ ପସନ୍ଦ ଆସିଥିବ।

Tags :- # news # tvp news9 # tvp # tvpnews

Share With