Trending
Friday , January 17 , 2025

* ସତ ହେଲା ମାଳିକା ବଚନ ବାଇଶି ପାହଚେ ଖେଳିଲା ମୀନ

* ଏଥର ବାରହାତ ଖଣ୍ଡା ଧରି କଲକି ଅବତାରରେ ଆସିବେ ପ୍ରଭୁ ଜଗନ୍ନାଥ

* କାଲି ବୁଡ଼ିଗଲା ଶ୍ରୀମନ୍ଦିର ଜଳରେ ଭାସିଲା ସାରା ଶ୍ରୀକ୍ଷେତ୍ର

* ଲୋକଙ୍କ ପାପକୁ ନିଜେ ଭୋଗୁଛନ୍ତି ସାରା ବିଶ୍ବର ଭଗବାନ

ଏକଥା କୁ ସତ ପ୍ରମାଣିତ କରି ଦେଇଛି କାଲିର ଘଟଣା, ଗହଳ ଜଳରେ ସମ୍ପୂର୍ଣ ଧୋଇ ଯାଇଥିଲା ଶ୍ରୀମନ୍ଦିରର ବାଇଶି ପାହାଚ। ଆଉ ମନ୍ଦିରରେ  ତୁହାକୁ ତୁହା ଲହଡ଼ି ଭାଙ୍ଗୁଥିଲା ବର୍ଷାର ପାଣି। ସତେ ଯେମିତି ପ୍ରଭୁ ଜଗନ୍ନାଥ ଙ୍କ ଆଦେଶରେ ଇନ୍ଦ୍ର ଦେବତା ଶ୍ରୀମନ୍ଦିରକୁ ବୁଡ଼ାଇ ଦେବା ପାଇଁ ଆସିଥିଲେ। ଆଉ ଶ୍ରୀକ୍ଷେତ୍ର ଧାମରେ ଧୂମ ବର୍ଶିଥିଲେ। ଫଳରେ ସାରା ଶ୍ରୀକ୍ଷେତ୍ର ହୋଇ ଯାଇଥିଲା ଜଳମଗ୍ନ। ଆଉ ଏହା କୁଆଡେ଼ ଥିଲା କଳିଯୁଗ ଶେଷ ହେବାର ସଙ୍କେତ। ତେଣୁ ଏଥର ବାରହାତ ଖଣ୍ଡା ଧରି କଲକି ଅବତାର ନେବାକୁ ଯାଉଛନ୍ତି ପ୍ରଭୁ ଜଗନ୍ନାଥ। 
ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକାରେ କଳିଯୁଗ ଶେଷ ବିଷୟରେ ଅନେକ ଘଟଣା ଅଘଟଣା ବିଷୟରେ ବର୍ଣ୍ଣନା କରାଯାଇଛି । ପତିତ ପାବନରେ ନିଆଁ ଲାଗିବା ହେଉ କି ହୀରାକୁଦରେ ଚିତଳ ମାଛର କାହାଣୀ ହେଉ, ଏମିତି ଅନେକ ଘଟଣା କଳିଯୁଗରେ ଘଟିବା ନେଇ ସେ ଲେଖି ଯାଇଛନ୍ତି ।
ଯାହା ଏବେ ଗୋଟେ ପରେ ଗୋଟେ ହେଉଥିବା ଦେଖାଯାଉଛି । ମାଳିକାରେ କୁହାଯାଇଥିବା ଅନେକ ଘଟଣା ଏବେ ଘଟିବାରେ ଲାଗିଛି । ତେବେ ମାଳିକାରେ ଲେଖାଯାଇଥିଲା ଯେ, କଳିଯୁଗ ଶେଷ ହେବା ସମୟରେ ଶ୍ରୀମନ୍ଦିରର ୨୨ ପାହାଚରେ ମୀନ ଖେଳିବ । ଯାହା ଆଜି ସତ ହୋଇଥିବା କୁହାଯାଉଛି । ଆଜି ଶ୍ରୀମନ୍ଦିରର ୨୨ ପାହାଚରେ ଲହଡ଼ି ଖେଳୁଛି ପାଣି । ମୀନ ଖେଳିଛି କି ନାହିଁ ଜଣା ପଡିନି , କିନ୍ତୁ ବାଇଶି ପାହଚ ବୁଡ଼ି ଯାଇଛି। 

ଏହି ଘଟଣା କଳିଯୁଗ ଶେଷ ପୂର୍ବରୁ ସଂକେତ ଦେଉଥିବା ଏବେ ଚର୍ଚ୍ଚା ହେବାରେ ଲାଗିଛି । ଲେଖା ରହିଛି ୨୨ ପାହାଚରେ ମୀନ ଯେବେ ଖେଳିବ, ସେବେ କଳିଯୁଗର ଅନ୍ତ ହେବ । ଗତକାଲି ଅପରାହ୍ନରେ ଅଚାନକ ଅନ୍ଧାର ହୋଇଗଲା ପୁରୀ ସହର ଆଉ ଶ୍ରୀମନ୍ଦିର । ପ୍ରବଳ ବର୍ଷା ଯୋଗୁଁ ବଡ଼ ଦେଉଳର ୨୨ ପାହାଚ ମଧ୍ୟ ପାଣିରେ ଉବୁଟୁବୁ ହେଉଥିବା ଦେଖିବାକୁ ମିଳିଛି । ବର୍ଷା ସହ ବିଜୁଳି, ଘଡ଼ଘଡ଼ି ଶବ୍ଦରେ ଥରି ଉଠିଛି ଶ୍ରୀକ୍ଷେତ୍ର ପୁରୀ । କାଳିଆକୁ ଦର୍ଶନ କରିବା ପାଇଁ ଭକ୍ତଙ୍କୁ ଆଣ୍ଠୁଏ ଆଣ୍ଠୁଏ ପାଣିରେ ପଶି ଯିବାକୁ ପଡ଼ିଛି । ହଠାତ୍ କାଲି ଅପରାହ୍ନରେ କଳାମେଘ ଘୋଟି ଆସିବାରୁ ଶ୍ରୀମନ୍ଦିର ଉପରେ ପକ୍ଷୀମାନେ ଉଡ଼ିବାକୁ ଲାଗିଥିଲେ । କିଛି ଭୟଙ୍କର ପରିସ୍ଥିତିର ପୂର୍ବାଭାସ ଯେମିତି ହୋଇସାରିଥିଲା । ଆଉ ତାପରେ ହୋଇଥିଲା ଆକାଶ ଫଟା ବର୍ଷା । ଶ୍ରୀମନ୍ଦିର ଭିତରେ ଗୋଟିଏ ପରେ ଗୋଟିଏ ପାହାଚ ବୁଡ଼ିବାକୁ ଲାଗିଥିଲା । ଦେଖୁ ଦେଖୁ ୨୨ ପାହାଚକୁ ଛୁଇଁ ସାରିଥିଲା ପାଣି ।

ଏ ଦୃଶ୍ୟକୁ ଦେଖିଲେ ମାଳିକା କଥା ମନକୁ ଚାଲିଆସୁଛି । ଶ୍ରୀମନ୍ଦିର ଭିତରେ ବର୍ଷା ପାଣି ଯୋଗୁଁ ସମ୍ପୂର୍ଣ୍ଣ ୨୨ ପାହାଚ ଉପରେ ଆଣ୍ଠୁଏ ଉଚ୍ଚର ପାଣି ଏହଡ଼ି ଖେଳୁଥିଲା । ଘଣ୍ଟାଏ ବର୍ଷା ହେଲେ ଶ୍ରୀମନ୍ଦିର ଭିତରେ ପ୍ରତିବର୍ଷ ପାଣି ପଶିଯାଉଛି । ଏହାର ଗୋଟିଏ କାରଣ ହୋଇପାରେ ଦୁର୍ବଳ ଡ୍ରେନେଜ ବ୍ୟବସ୍ଥା । ଶ୍ରୀମନ୍ଦିର ଭିତରେ ବର୍ଷା ପାଣିକୁ ବାହାର କରିବା ପାଇଁ ଡ୍ରେନେଜ ବ୍ୟବସ୍ଥା ହୋଇନାହିଁ । ଯେଉଁଥିପାଇଁ ଏମିତି ପ୍ରତିବର୍ଷ ବର୍ଷା ପାଣିରେ ଉବୁଟୁବୁ ହେଉଛି ଶ୍ରୀମନ୍ଦିର ।

Tags :- # news # tvp news9 # tvp # tvpnews

Share With