ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ସମସ୍ତ ହିସାବ ଦେଲେ ସରକାର....!!!
ସୁନା, ରୂପା , ଅଳଙ୍କାର ସହ ରହିଛି ମୂଲ୍ୟବନ ପଥର...!!!
ଆସନ୍ତୁ ଜାଣିବା ପ୍ରଭୁ ଜଗନ୍ନାଥଙ୍କ ସମ୍ପତି କେତେ ...!!!
“ ହଁ ଦର୍ଶକ ବନ୍ଧୁ “.....!!!
            ବିଶ୍ଵର ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ ! ସମଗ୍ର ସଂସାର ତାଙ୍କୁ କୋଟି ବ୍ରହ୍ମାଣ୍ଡ ଠାକୁର ବା କୋଟି କୈବଲ୍ୟନ୍ନାଥ ମଧ୍ୟ କହିଥାନ୍ତି ! ବିଶ୍ଵର ସବୁଠୁ ଧନୀ ଠାକୁର ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ  , ଯିଏ କି ଅମାପ ସମ୍ପତିର ଅଧିକାରୀ ଅଟନ୍ତି ! ହେଲେ ଆପଣମାନେ କଣ ଜାଣିଛନ୍ତି କି ଶ୍ରୀମନ୍ଦିରର ରତ୍ନ ଭଣ୍ଡାରରେ ଜଗାର ଗହଣା କେତେ ଆଉ କେତେ ସମ୍ପତିର ଅଧିକାରୀ ମହାପ୍ରଭୁ ଜଗନ୍ନାଥ ଆଜି ଏହାର ହିସାବ ଦେଇଛନ୍ତି  ସରକାର ! 
 1978 ରେ ଶ୍ରୀମନ୍ଦିର ପ୍ରଶାସନ ରତ୍ନ ଭଣ୍ଡାରରେ ଥିବା ସୁନା , ରୂପା ଓ ଅଳଙ୍କାରର ତାଲିକା ପ୍ରକାଶ କରିଥିଲେ ! ଶ୍ରୀମନ୍ଦିରର ପ୍ରଶାସନଙ୍କ ତାଲିକା ଅନୁସାରେ ମହାପ୍ରଭୁ ଜଗନ୍ନାଥ ଅମାପ ସମ୍ପତିର ଏକମାତ୍ର ଅଧିକାରୀ ଅଟନ୍ତି!

              40 ବର୍ଷ ପୂର୍ବରୁ ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପତି କେତେ ଥିଲା ତାହା ଆଜି ହିସାବ ଦେଇଛନ୍ତି ସରକାର ! ବର୍ତ୍ତମାନ ରତ୍ନଭଣ୍ଡାରରେ ରହିଛି 12,831 ଭରି 1 ଅଣା ସୁନା ଅଳଙ୍କାର ଅର୍ଥାତ 128 kg 310 gm  ବର୍ତ୍ତମାନ ଏହାର ଆନୁମାନିତ ମୂଲ୍ୟ ହେଲା , 38କୋଟି 50 ଲକ୍ଷରୁ ଅଧିକ ପୁଣି ଏହା ସହ ଅନେକ ମୂଲ୍ଯବାନ ପଥର ମଧ୍ୟ ରହିଛି ! ସେହି ଭଳି ଭାବେ ରହିଛି ରୁପାବାସନ , ପୂଜାସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ – 22,153 ଭରି !ଯାହାର ଅନୁମାନିତ ମୂଲ୍ୟ ହେଉଛି ପାଖା ପାଖି   96 ଲକ୍ଷ ! ଏହା ବାଦେବି 14ଗୋଟି ସୁନା ଓ ରୁପା ଜିନିଷର ଓଜନ ହୋଇପାରିନାହିଁ ! ତେଣୁ   ଏହାକୁ ସାମିଲ୍ କରାଯାଇନାହିଁ !

                ଆଜି  ବିଧାନସଭା ମହାପ୍ରଭୁ ଜଗନ୍ନାଥଙ୍କ ସବୁ ସମ୍ପତିର ହିସାବ ଦେଇ ଏହିଭଳି ପ୍ରମାଣ ଦେଇଛନ୍ତି ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ! ଶ୍ରୀମନ୍ଦିର ପ୍ରଶାସର ତଥ୍ୟକୁ ଆଧାର କରି ଦେଶର ରାଜ୍ୟ ସରକାର ଏହି ପରି ଉତ୍ତର ଦେଇଛନ୍ତି ! ଏବଂ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଉପଲବ୍ଧ ତଥ୍ୟ ଅନୁସାରେ ପ୍ରାୟ 1978 ରେ 70 ଦିନ ଧରି ରତ୍ନଭଣ୍ଡାର ଭିତରେ ଓ ବାହାର ସମସ୍ତ ସାମଗ୍ରୀ ପୂର୍ଣ୍ଣାଙ୍ଗ ତାଲିକା  ପ୍ରକାଶ କରଯାଇଥିଲା ! ସେହି ସମୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ  ଯେଉଁ କିଶବର ଜିନିଷ ସବୁ ଥିଲା ତାର ପରିମାଣ ଦର୍ଶାଇଛନ୍ତି ସରକାର ! ବର୍ତ୍ତମାନ ତାଲିକାଟି ପ୍ରସ୍ତୁତ କରାଯାଇଥିବା ବେଳେ ମୂଲ୍ୟୟାନ କରାଯିବାର ରେକର୍ଡ ଉପଲବ୍ଧ ନାହିଁ !!!!
ବ୍ୟୁର ରିପୋର୍ଟ TVPNEWS9……!!!!

Tags :- # news # tvp news9 # tvp # tvpnews

Share With