Trending
Tuesday , February 11 , 2025

Anchor-ଗାଁ କୁ ରାସ୍ତା ଆଉ ମାଆ କୁ ସଂମ୍ମାନ ର ନାରା ଦେଇ  ବିକାଶ କୁ ତ୍ୱରାନ୍ୱିତ କରୁଥିବା କହୁଛନ୍ତି ରାଜ୍ୟସରକାର।ହେଲେ  ୟାରୀ ଭିତରେ କିନ୍ତୁ ଆଜିବି ଅନେକ ଅଞ୍ଚଳ ଅଛି ଯେଉଁଠି ସରକାର ଙ୍କ ଏହି ନାରା ପହଞ୍ଚି ପାରୁନି। ଏଭଳି ଦୃଶ୍ୟ  ସାମ୍ନାକୁ ଆସିଛି ଜୟପୁର ବ୍ଲକ ର ଜୟନ୍ତିଗିରି ପଞ୍ଚୟତ ର ମାଲଦା ଗାଁ ରୁ। ଏଠି ୪୦୦ ପରିବାର ରହିଥିବା ବେଳେ ୨୫୦ ଭୋଟର ରହିଛନ୍ତି। ହେଲେ ଚିକିମା ଛକ ରୁ ମାଲଦା ଗାଁ  ରାସ୍ତା ୨ କିମି  ପର୍ଯ୍ୟନ୍ତ ଖରାପ ଅଛି। କାଦ ପଚ ପଚ ରାସ୍ତା ରେ ଗାଡି ଯିବା ଦୂରର କଥା ଖାଲି ପାଦରେ ଚାଲିବା ବି ମୁସ୍କିଲ ହୋଇଛି। ବର୍ଷ ବର୍ଷ ଧରି ଗାଁ କୁ ଖଣ୍ଡେ ରାସ୍ତା ନିର୍ମାଣ ହୋଇପାରୁନି। କାଦ ପଚ ପଚ ରାସ୍ତା ରେ ସ୍କୁଲ ପିଲା ଠାରୁ ଆରମ୍ଭ କରି ଗର୍ଭବତୀ ମହିଳା ଏବଂ ସାଧାରଣ ଲୋକେ ବହୁ କଷ୍ଟ ରେ  ଯାତାୟାତ କରୁଛନ୍ତି।ଏସମସ୍ୟା ଦିନେ କି ୨ଦିନର ନୁହେଁ ବର୍ଷ ବର୍ଷ ଧରି ରହି ଆସିଛି।ଖରା ଓ ଶୀତ ଦିନରେ ଯେମିତି ସେମିତି ଚଳି ଯାଉଛି କିନ୍ତୁ ବର୍ଷା ଦିନ ଆସିଲେ  ସ୍ଥିତି ଘମ୍ଭୀର। ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ଠାରୁ ଆରମ୍ଭ କରି ରାଜନେତା କୁ ଅନେକ ଥର ଗୁହାରି କଣେନି ଏମାନେ।କେହି ନଶୁଣିବାରୁ ଆଜି ଅଭିନବ ଉପାୟ ରେ କରିଛନ୍ତି ବିରୋଧ।ଗାଁ ର କାଦ ପଚ ପଚ ରାସ୍ତା ଉପରେ ଧାନ ତଳି ରୋପଣ କରିଛନ୍ତି ମହିଳା ଓ ପୁରୁଷ। ବର୍ଷ ବର୍ଷ ଧରି ରାସ୍ତା ନିର୍ମାଣ  କରାଯାଉନଥିବା ବେଳେ ଗ୍ରାମବସୀ ଭୋଟ ବର୍ଜନ କରିବା ନେଇ ସୂଚନା ଦେବା ପରେ ପ୍ରଶାସନ ତରଫରୁ ବର୍ଷା ଦିନରେ ମାଟି ଗଣ୍ଡାଏ ପକେଇ ଦେଇଛନ୍ତି।ସେହି ମାଟି ରାସ୍ତା ରେ ଏବେ ପୂର୍ବରୁ ବି ଅଧିକ କଷ୍ଟକର ହେଉଛି।ରାସ୍ତା ନିର୍ମାନ କରିବା ପୂର୍ବରୁ କୌଣସି ସୂଚନା ଫଳକ ବି ଲାଗେଇନି ପ୍ରଶାସନ ମାଟି ରାସ୍ତା ନିର୍ମାଣ ନାରେ ଟଙ୍କା ଲୁଟ ହୋଲିନି ତ ତାହାର ବି ତଦନ୍ତ ହେବା ଦରକାର ବୋଲି ସ୍ଥାନୀୟ ନୟାବ ସରପଞ୍ଚ ଦାବି କରିଛନ୍ତି।
ବାଇଟ-୧ ଗ୍ରାମବସୀ
ବାଇଟ-୨ ଗ୍ରାମର ବୃଦ୍ଧା 
ବାଇଟ-୩ ସ୍କୁଲ ଛାତ୍ର 
ବାଇଟ-୪ନୟାବ ସରପଞ୍ଚ, କଳା ଶାଢ଼ୀ ରେ ମହିଳା

Tags :- # news # tvp news9 # tvp # tvpnews

Share With