କିଏ ହେବ ଉତ୍ତାଧିକାରୀ ......!!
କ'ଣ ମତ ଦେଇଛନ୍ତି ହଜାର ହଜାର ଲୋକଙ୍କୁ .....!!
2024 ଲୋକସଭା ନିର୍ବାଚନ ପରେ କିଏ ହେବ ପ୍ରଧାନ ମନ୍ତ୍ରୀ ......!!
ଏନେଇ ଚାଲିଛି ଜୋରଜାର ଚର୍ଚ୍ଚା ...!!
ଏ ବର୍ଷ 2024 ଲୋକ ସଭା ନିର୍ବାଚନକୁ ଆଉ ମାତ୍ର କମ୍ ସମୟ ବାକି ରହିଛି । ପ୍ରଧାନ ମନ୍ତ୍ରୀ ମୋଦିଙ୍କ ପରେ କିଏ ହେବ ଉତ୍ତାଧିକାରୀ ଏହାକୁ ନେଇ ଏକ ସର୍ଭେ କରଯାଇଥିଲା । ଏହି ସର୍ଭେ କରିବାର ମୁଖ୍ୟ ଲକ୍ଷ୍ୟ ହେଲା ମୋଦିଙ୍କ ପରେ କିଏ ହେବ ଉତ୍ତାଧିକାରୀ । ସବୁଠାରୁ ଉପଯୁକ୍ତ ନେତା ବାଛିବା ପାଇଁ ଏବଂ ଲୋକଙ୍କ ଇଚ୍ଛା ଜାଣିବା ପାଇଁ ଏହି ସର୍ଭେ କରଯାଇଥିଲା ।
ଏହି ସର୍ଭେର ରିପୋର୍ଟ ଅନୁସାରେ ଦେଶ ବାସୀ ଅମିତ୍ ସାହା ,ଯୋଗିଆଦିତ୍ୟ ନାଥ ଏବଂ ନିତିନ୍ ଗଡକରୀଙ୍କୁ ଲୋକମାନେ ଅଧିକ ଭୋଟ୍ ଦେଇଥିଲେ ।
ଏହି ସର୍ଭେ ଅନୁସାରେ 29 ପ୍ରତିଶତ ଲୋକ ଅମିତ୍ ସାହାଙ୍କୁ ମୋଦିଙ୍କ ଉତ୍ତାଧିକାରୀ ଭାବେ କହିଥିବା ବେଳେ 26 ପ୍ରତିଶତ ଲୋକ ଯୋଗିଆଦିତ୍ୟ ନାଥ ଏବଂ 15 ପ୍ରତିଶଦ ଲୋକ ନିତିନ୍ ଗଡକରୀଙ୍କୁ ଭୋଟ୍ ଦେଇଥିଲେ । ଅମିତ୍ ସାହା ଏବେ କେନ୍ଦ୍ରଗୃହ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ।ଗୁଜୁରାଟର ବିଜେପି ସରକାର ଗଠନ ହେବା ପରଠୁ ସେ ପ୍ରଧାନ ମନ୍ତ୍ରୀ ସହିତ ରହି ଆସୁଛନ୍ତି । କେନ୍ଦ୍ରରେ ଯେତେବେଳେ ମୋଦି ସରକାର ଆସିଥିଲା | ସେତେବେଳେ ଅମିତ୍ ସାହାଙ୍କୁ ଗୁରୁଦାଇତ୍ଵ ମିଳିଥିଲା । ତେବେ ଅମିତ୍ ସାହାଙ୍କ ପରେ ଆଉ ଏକ ପିଜେପି ନେତାଙ୍କ ନା ରହିଛି..! ଲୋକଙ୍କ ଭିଡରେ ସେ ହେଉଛନ୍ତୁ ମୁଖ୍ୟମନ୍ତ୍ରୀ ଯୋଗିଆଦିତ୍ୟ ନାଥ । ତାଙ୍କ ଉପରେ ଲୋକମାନେ ଅଧିକ ବିଶ୍ଵାସ ରଖିବା ସହ 26 ପ୍ରତିଶତ ଲୋକ ଯୋଗିଆଦିତ୍ୟ ନାଥଙ୍କୁ ମୋଦିଙ୍କ ଉତ୍ତାଧିକାରୀ ଭାବେ ଦେଖିବା ପାଇଁ ଚାହୁଁଛନ୍ତି ।
ନିତିନ୍ ଗଡକରୀ ବର୍ତମାନ ସଡକ ପରିବହନ ଓ ରାଜପଥ କେନ୍ଦ୍ରମନ୍ତ୍ରୀ ଥିବା ଜଣାପଡିଛି । ନିତିନ୍ ଗଡକରୀ ମଧ୍ୟ୍ୟ 15 ପ୍ରତିଶତ ଲୋକଙ୍କ ମନ ଜିତିବାରେ ସଫଳ ହୋଇଛନ୍ତି । କିଛିମାସ ପୂର୍ବରୁ ହୋଇଥିବା ସର୍ଭେ ତୁଳନାରେ ଏହି ସଂଖ୍ୟା ସମାନ୍ୟ ହ୍ରାସ ପାଇଛି ।