Trending
Tuesday , March 18 , 2025

ସାଙ୍ଗ ସାଙ୍ଗ  ମଧ୍ୟରେ  ହୋଇଥିଲା ହତ୍ୟା ....!!!
ପୂର୍ବଶତ୍ରୁତା କୁ ନେଇ ଗଡିଲା ମୁଣ୍ଡ ....!!!!       
କୌଣସି କାରଣ ଯଗୁ ହୋଇଥିଲା ହତ୍ୟା ...!!

“ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର”.....

         ଗଞ୍ଜାମ ଜିଲ୍ଲା ପାଟପୁର ଥାନା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ପଞ୍ଚାୟତ ବୃନ୍ଦାବନପୁର ଗ୍ରାମର ସୁନୀଲ ନାୟକ ଜଣେ ଛେଳି ଚରାଳିଙ୍କୁ ପୂର୍ବ ଶତ୍ରୁତାକୁ ନେଇ ଗଳାକାଟି ହତ୍ୟା ! ପରେ ନିକଟସ୍ଥ ଜଙ୍ଗଲରେ ଫୋପାଡିବା ମାମଲାର ପୋଲିସ ଫର୍ଦ୍ଧାଫାର୍ଶ କରିଥିବା ଜଣାପଡିଛି ! ପୋଲିସ ଘଟଣା ସ୍ତଳରେ ପହଞ୍ଚି ଦୁଇ ଯୁବକକୁ ଗିରଫ କରିଛି !

                ଘଟଣାର 24 ଘଣ୍ଟା ନପୁରୁଣୁ ଦୁଇ ସାଙ୍ଗ କୁ  ଗିରଫ କରି ପାଟପୁର ପୋଲିସ କୋର୍ଟ ଚାଲାଣ କରିଛନ୍ତି ! ତେବେ ଅଭିଯୁକ୍ତ କୁନା ଦଲାଇ ଓ ସୋହଯୋଗୀ ପୋଡାମାରୀ ର ସେନାଲୁ ମାଲେଶ ପାତ୍ର ବୋଲି ପୋଲିସ ସୂଚନା ଦେଇଛନ୍ତି !ହତ୍ୟାକାଣ୍ଡରେ ବେବେହୁତ କାତି  ଓ  ରକ୍ତଭିଜା କପଡା ଜବତ କରି କୋର୍ଟ ଚାଲାଣ କରିଥିବା କଥା IIC ସବ୍ୟସଚୀ  ବଲଭ କହିଛନ୍ତି ! ଅଭିଯୁକ୍ତ ମାନଙ୍କୁ ଜେଲ ପଠେଇ ଦିଅ ଯାଇଛି ! ପଦ୍ମପୁର ପଞ୍ଚାୟତ ବୃନ୍ଦାବନପୁର ଗ୍ରାମ ର ସୁନୀଲ ନାୟକ ଙ୍କୁ ହତ୍ୟା କରି ନିକଟସ୍ଥ ଜଙ୍ଗଲରେ ଫଫାଡିଦେଇଛନ୍ତି ! ସାଇଣ୍ଟେଫେକ୍ଟ ଟିମ  ମୋ ସନ୍ଧାନୀ କୁକୁର ସହାୟତାରେ ପୋଲିସ ତଦନ୍ତ କରିଥିଲେ , ପ୍ରାଥମିକ ତଦନ୍ତ ରୁ ଏହା ଏକ ପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଜଣାପଡିଥିଲା !

                ପୂର୍ବଶତ୍ରୁତା କୁ କେନ୍ଦ୍ର କରି ହତ୍ୟା ହୋଇଥିବା ପୋଲିସ ସନ୍ଧେହ କରିଥିଲା ! ଗତକାଲି ଘଟଣା ସ୍ତଳରେ ପୋଲିସ ତଦନ୍ତ କରିବା ସମୟରେ ମୁଖ୍ୟଅଭିଯୁକ୍ତ ନିବିଘ୍ନ ରେ ସେଠାରେ ଉପସ୍ଥିତ ଥିଲା ! ପୋଲିସ ଚକମା ଦେଖେଇ ତଦନ୍ତ ବାଟବଣା ଲକ୍ଷ୍ୟରେ , ସାଇଣ୍ଟେଫେକ୍ଟ ଟିମ ମୋ ସନ୍ଧାନୀ କୁକୁର ସହାୟତା ରେ ତଦନ୍ତ ଚାଲିଥିବା ସମୟରେ ମୁଖ୍ୟଅଭିଯୁକ୍ତ ସେଠାରେ ଘୁରି ବୁଲୁଥିବା ଦେଖିବାକୁ ମିଳୁଥିଲା ! ହତ୍ୟାକାଣ୍ଡ ଘଟେଇ ମଧ୍ୟ ତାର ଭୟ ନଥିଲା ! ପୋଲିସ ଅଭିଯୁକ୍ତ ଙ୍କୁ ଜେରା କରିଛି ! ପରବର୍ତୀ ସମୟରେ କଥା ପ୍ରଘଟ ହେବାପରେ ପାଟପୁର ପୋଲିସର ସେହି ଅଭିଯୁକ୍ତଙ୍କ ଉପରେ ସନ୍ଧେହ ଦ୍ରୁଷ୍ଟିବୃତ ହେବାରୁ ଥାନାକୁ ନେଇ ଖୋଳତାଳ କରିଥିଲା ! 

           

ପୋଲିସ ସୃତ୍ରରୁ ମିଳିଥିବା ସୂଚନା ଅନୁସାରେ ମୃତକ ସୁନୀଲ ନାୟକ ଙ୍କ ମୁଖ୍ୟ ଅଭିଯୁକ୍ତ କୁନା ଦଲାଇ  ଓ ମାଲେସୁ ପାତ୍ର ତିନି ଜଣ ସାଙ୍ଗ ଅଟନ୍ତି ! ଅନ୍ୟ ରାଜ୍ୟରେ ଏକତ୍ରିତ ରହି ମଧ୍ୟ କାମ କରୁଥିଲେ , ସାଙ୍ଗସାଥିରେ ସାମାନ୍ୟ ଥଟା ପରିହାସ ରୁ ହତ୍ୟାର  କାରଣ ପାଲଟିଯାଇଥିଲା !ଅଭିଯୁକ୍ତ ଏ ସବୁକହିବା ପରେ ସର୍ତ୍ୟ ଘଟଣାର ଫର୍ଦ୍ଧାଫାର୍ଶ ହୋଇଛି ! ପାଟପୁର ଥାନାରେ ସନାତନ ନାୟକ ବୋଲି ଜଣେ ବ୍ୟକ୍ତି ତାଙ୍କ ପୁଅ ସୁନୀଲ ନାୟକ ଗତକାଲି ଛେଳିଚାରିବାକୁ ଯାଇଥିଲେ ସେ ଆଉ ଫେରିନାହାନ୍ତି ବୋଲି ଥାନାରେ ଅଭିଯୋଗ କରିଥିଲେ ! ତାର ପରଦିନ ସକାଳୁ ସେମାନେ ରକ୍ତାତ ମୃତ ଦେହ ଉଧାର କରିଛନ୍ତି , ଏ ଖବର ଶୁଣି ପାଟପୁର ଥାନା IIC ,ସମସ୍ତ ଷ୍ଟାଫ, ସାଇଣ୍ଟେଫେକ୍ଟ ଟିମ ଯାଇ ତଦନ୍ତ ଆରମ୍ଭ କରିଥିଲୁ ! ତଦନ୍ତ ସମୟରେ ଆମେ ଜାଣି ବାକୁ ପାଇଥିଲୁ ଯେ ତାଙ୍କ ବେକକୁ କାଟି ହତ୍ୟା ହୋଇଛି !

ବୁରୋ ରିପୋର୍ଟ TVP NEWS 9

Tags :- # news # tvp news9 # tvp # tvpnews

Share With