ସିକ୍କିମ୍ ବନ୍ୟା ଜଳରେ ଭାସି ଗଲେ 23 ଯବାନ.........!!
ନିଖୋଜଙ୍କ ମଧ୍ୟରେ ଥିଲେ ଜଣେ ଓଡିଆ ଯବାନ ......!!
କାଦୁଅ ତଳୁ ଉଦ୍ଧାର ହେଲେ ଯବାନ ସରୋଜ.........!!
ପୁଣି ଥରେ ସହିଦ ହେଲେ ଜଣେ ଓଡିଆ ଯବାନ ! କାନ୍ଦ ଭୁବାଳିରେ ଗାଁ ଉଠୁଛି ପଡୁଛି ,ବାପା ମାଆଙ୍କ ଆଖିରୁ ଲୁହାର ଧାର ଶୁଖୁନି । ନିଜ ଭେଣ୍ଡିଆ ଯବାନ ପୁଅକୁ ହରାଇ ଦୁଖରେ ଭାଙ୍ଗି ପଡିଛନ୍ତି ବାପା ମାଆ ଦୁହେଁ । ଆଉ ଯେତେ ନେହୁରା ହୋଇ ଡାକିଲେ ମଧ୍ୟ ଶୁଣୁ ନାହିଁ ପୁଅ ।
ହଁ ଦର୍ଶକ ବନ୍ଧୁ ......!!
ସରୋଜ ନିଜ ଘର ପରିବାର ବାପା, ମାଆ ,ସ୍ତ୍ରୀଙ୍କୁ ଛାଡି ଦେଶକୁ ରକ୍ଷା କରିବା ପାଇଁ ବାହାରି ପଡିଥିଲେ । ନୂଆ ନୂଆ କରି ବାହାହୋଇଥିଲେ ସରୋଜ,ଏପଟେ ବାହାଘରକୁ ବର୍ଷେ ମଧ୍ୟ ପୁରି ନାହିଁ , ମାତ୍ର 8 ମାସ ପୁରିଛି ଆଉ ସହିଦ ହୋଇଗଲେ ସେହି ବୀର ଯବାନ ଜଣକ । କେତେ ଆସ ଆଉ ମନରେ ସ୍ଵପ୍ନ ଦେଖିଥିଲେ କିନ୍ତୁ ସେ ସ୍ଵପ୍ନ ଆଜି ସବୁ ଧୁଳି ସାତ୍ ହୋଇଗଲା । ସିକ୍କିମ୍ ବନ୍ୟା ଜଳରେ 23 ଜଣ ଯବାନ ଭାସି ଯାଇଥିଲେ ଭାସି ଯାଇଥିବା ଯବାନ ମାନଙ୍କ ମଧ୍ୟରୁ ଓଡିଆ ପୁଅ ସରୋଜ ସେଥିରେ ଥିଲେ । ବନ୍ୟା ଜଳରେ ଭାସି ଯାଇଥିବା ହେତୁ ,ସେ ନିଖୋଜ ଅବସ୍ଥାରେ ଥିଲେ । ଏହା ଜାଣିବା ପରେ ପରିବାର ଲୋକ ମୁଣ୍ଡ ପିଟି କାନ୍ଦୁଛନ୍ତି । ଯବାନ ପୁଅ ନିଖୋଜ ଅଛି ବୋଲି ଗାଁ ରେ ଲୋକେ ପୂଜା କୀର୍ତନ କରି ଭଗବାନଙ୍କ ପାଖରେ ଦୀପ ଜାଳିଥିଲେ ଯେ ସରୋଜ ଫେରି ଆସିବା ବୋଲି । କିନ୍ତୁ ଯେଉଁ ଡର ମନରେ ଉଙ୍କି ମାରୁଥିଲା ଶେଷରେ ତାହା ହିଁ ହେଲା । ଏତେ ପୂଜା ଅର୍ଚନା କରିବା ପରେ ମଧ୍ୟ ଯବାନ ପୁଅକୁ ପାଇ ପାରିନଥିଲେ ବାପା ,ମାଆ । ଏପଟେ ବାପା,ମାଆ ନିଜ ଯବାନ ପୁଅକୁ ହରାଇ ମୁଣ୍ଡ ପିଟି କାନ୍ଦୁଥିବା ବେଳେ ସେପଟେ ବାହୁନି ବାହୁନି ହୋଇ କାନ୍ଦୁଛନ୍ତି ଯବାନଙ୍କ ସ୍ତ୍ରୀ । ଦର୍ଶକ ବନ୍ଧୁ ଟିକିଏ ନଜର ପକାନ୍ତୁ କେମିତି ବାପା ,ମାଆ ସ୍ତ୍ରୀ ,ଗାଁ ଲୋକେ ନିଜକୁ ଅସହାୟ ଭାବି ସମ୍ଭାଳିନପାରି ମାଟିରେ ଗଡି ଯାଇ କାନ୍ଦୁଛନ୍ତି ।
ପୁଅ ସହିଦ ହୋଇଯିବା କଥାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବାପା ମାଆ ଏବଂ ଗ୍ରାମ ବାସୀ । ପୁଅ ଫେରି ଆସିବ ବୋଲି କେତେ ପୂଜା ଅର୍ଚନା କରି ମନ୍ଦିରରେ ଦୀପ ଜାଳିଥିଲେ । କିନ୍ତୁ ସେ ସବୁ ଆଜି ବୃଥା ପାଲଟି ଗଲା ॥ କାନ୍ଦ ଭୁବାଳିରେ କମ୍ପି ଉଠୁଛି ଗାଁ । ନିଖୋଜ ଥିବାର କଥା ଶୁଣି ସମସ୍ତେ ଭାବୁଥିଲେ ଯେ ; ବନ୍ୟା ସମୟରେ ଭାସି ଯିବା ବେଳେ କୌଣସି ଏକ କାଠ
କିମ୍ବା ଡାଳକୁ କୁ ଧରି ବଞ୍ଚି ଯାଇଥିବେ । ସମସ୍ତେ ଆଶା ବାନ୍ଧି ଥିଲେ ଯେ ସରୋଜ ଫେରି ଆସିବ କିନ୍ତୁ ତାଙ୍କ ଗୁହାରି ଶୁଣି ଲେନି ଭଗବାନ । ସେହି ଅକାତ ବନ୍ୟା ପାଣିରେ ନିଜକୁ ବଞ୍ଚାଇ ପାଇଁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ଶେଷରେ ସେ ଆଉ ପାରିନଥିଲେ । ସେଦିନ ଦିନଟେ ଆଗରୁ ଘରକୁ ଫୋନ କରି ନିଜ ସ୍ତ୍ରୀ ସହିତ କଥା ହେଉଥିଲେ ,ଆଉ କହୁଥିଲେ ଏଠାରେ ବର୍ଷା ଛାଡିବା ପରେ ମୁଁ ଘରକୁ ଫେରି ଆସିବି । କିନ୍ତୁ ବର୍ଷା ଛାଡିନଥିଲା ,ହଟାତ ବନ୍ୟା ଆସିଥିଲା ଆଉ ସେହି ବନ୍ୟା ପାଣିରେ ଭାସିଯାଇଥିଲେ ବୀର ଯବାନ ଜଣଙ୍କ । ଅନେକ ଖୋଜ ଖୋଜି ପରେ କାଦୁଅରୁ ମିଳିଥିଲା ସରୋଜଙ୍କ ମୃତ ଦେହ । ଆଉ ଏ କଥାକୁ ଯେତେବେଳେ ପରିବାର ଲୋକେ ଜାଣିଥିଲେ ,ନିଜକୁ ଆଉ ସମ୍ଭାଳି ପାରିନଥିଲେ ।
ଯଦି ଆପଣମାନେ ଏମିତି ଆହୁରି ନୁଆ ନୁଆ ଖବର ଜାଣିବାକୁ ଚାହୁଁଛନ୍ତି ତାହାଲେ ଆମ ଚାନେଲ୍ ସହିତ ଜଡ଼ି ହୋଇ ରୁହନ୍ତୁ , ଆଉ ଆମ ଚାନେଲ କୁ ଲାଇକ୍ , ଶେର୍ ସସ୍କ୍ରାଇବ କରିବା ସହିତ କମେଣ୍ଟ ମଧ୍ୟମରେ ନିଶ୍ଚିତ ଜଣାନ୍ତୁ |
ବ୍ୟୁରୋ ରିପୋର୍ଟ tvp news9....!!!