ମୁଖ୍ୟମନ୍ତ୍ରୀ ହେଲେ ଅପମାନ ର ବଦଲା ନେଲେ
* ପ୍ରତାରଣା ଓ ପ୍ରତିଶୋଧ ର ଏକ ସୁନ୍ଦର କାହାଣୀ
* ଗୋଟିଏ ଅପମାନ ସଜେଇ ଦେଲା ରାଜ୍ୟର ମୁଖ୍ୟମନ୍ତ୍ରୀ
* କେମିତି ଓ କାହିଁକି ମୁଖ୍ୟମନ୍ତ୍ରୀ ହେଲେ ଜଗନମୋହନ ରେଡ୍ଡୀ
କୌଣସି ଜଣେ ଲୋକ କୁ ଅପମାନ ଦେଲେ ସେ ରାଗିଯାଏ, ଆଉ ଝଗଡ଼ା କରିବା ପାଇଁ ଆଗେଇ ଆସେ। କିନ୍ତୁ ଆପଣ କେବେ ଶୁଣିଛନ୍ତି କି , କେହି ଜଣେ ଅପମାନ ପାଇବା ପରେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଶପଥ ନେଇଥିଲେ। ମୁଖ୍ୟମନ୍ତ୍ରୀ ଆସନରେ ବସି ଅପମାନ ର ବଦଲା ନେଇଥିଲେ। କିନ୍ତୁ ପ୍ରକୃତରେ ସେମିତି ଘଟିଛି ଆଉ ଅପମାନ ପାଇଥିବା ବ୍ୟକ୍ତି ଜଣଙ୍କ ଏବେ ମୁଖ୍ୟମନ୍ତ୍ରୀ ହିସାବରେ ଶାସନ କରୁଛନ୍ତି। ଆଉ ସେ ହେଉଛନ୍ତି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ। ତେବେ କିଏ ତାଙ୍କୁ ଅପମାନ ଦେଇଥିଲେ ଆଉ କଣ କହିଥିଲେ। କାହିଁକି ମୁଖ୍ୟମନ୍ତ୍ରୀ ହେବା ପାଇଁ ଶପଥ କରିଥିଲେ ଜଗନମୋହନ ରେଡ୍ଡୀ।
ପୁରାଣ ଇତିହାସ ଠାରୁ ଆରମ୍ଭ କରି ଇଂରେଜ ମାନଙ୍କ ଶାସନ ପର୍ଯ୍ୟନ୍ତ ଅନେକ ଯୁଧ ହୋଇଛି। ପ୍ରତାରଣା ଓ ପ୍ରତିଶୋଧର ଏମିତି ଅନେକ କାହାଣୀ ରହିଛି। କିନ୍ତୁ ଏ କାହାଣୀ ଟିକିଏ ଅଲଗା। ଅପମାନ ଦେଇଥିବା ଶତ୍ରୁ ସହ ଯୁଦ୍ଧ ନକରି ବି ଜଣେ କେମିତି ହାତେଇ ନେଇଥିଲେ ରାଜଗାଦି ଆଉ ବନିଥିଲେ ମୁଖ୍ୟମନ୍ତ୍ରୀ।
୨୦୦୯ ମସିହାରେ ଏକ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିଲେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ରାଜ୍ ଶେଖର ରେଡ୍ଡୀ। ରାଜ୍ୟର ଲୋକ ମାନେ ତାଙ୍କୁ ଏତେ ଭଲ ପାଉଥିଲେ ଯେ, ତାଙ୍କ ମୃତ୍ୟୁ ଖବର ଶୁଣି ଅନେକ ଲୋକ ଆତ୍ମହତ୍ୟା କରି ଦେଇଥିଲେ। ତେଣୁ ତାଙ୍କ ପୁଅ ଜଗନ ବାପାଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଭାବିଥିଲେ, କିନ୍ତୁ କଂଗ୍ରେସ ତାଙ୍କୁ ସେ ସୁଜୋଗ ଦେଇ ନଥିଲା। ପରେ ପରେ ଜଗନ୍ ମୋହନ ରେଡ୍ଡୀ ରାଜ୍ୟ ସାରା ବୁଲି ବୁଲି ତାଙ୍କ ବାପାଙ୍କ ପାଇଁ ଆତ୍ମହତ୍ୟା କରିଥିବା ଲୋକ ମାନଙ୍କ ପାରିବାର କୁ ଭେଟିବା ପାଇଁ ଏକ ପଦଯାତ୍ରା ଆରମ୍ଭ କରିଥିଲେ। ଆତ୍ମହତ୍ୟା କରିଥିବା ପ୍ରତି ପାରିବାର କୁ ଜାଇ ଦୁଃଖ ସୁଖ ବୁଝୁଥିଲେ। ଠିକ ଏମିତି ଏକ ସମୟରେ ସ୍ବର୍ଗତ ମୁଖ୍ୟମନ୍ତ୍ରୀ ଙ୍କ ପତ୍ନୀ ତଥା ଜଗନଙ୍କ ମା ବିଜୟଲକ୍ଷ୍ମୀ, ସୋନିଆ ଗାନ୍ଧୀଙ୍କୁ ଭେଟିବା ପାଇଁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନ କୁ ଯାଇଥିଲେ। କିନ୍ତୁ ୧୦ ଘଣ୍ଟା ଧରି ଅପେକ୍ଷା କରିବା ପରେ ମଧ୍ୟ ଆସି ନଥିଲେ ସୋନିଆ ଗାନ୍ଧୀ। ବିଜୟଲକ୍ଷ୍ମୀ ସେଠାରୁ ଫେରି ଆସିବା ପାଇଁ ବାହାରିବା ବେଳକୁ , ସୋନିଆ ଗାନ୍ଧୀ ଆସି ପହଂଚି ଗଲେ, ଆଉ ଜଗନ୍ କୁ ପଦଯାତ୍ରା କରିବା ପାଇଁ ମନା କରିବାକୁ ତାଙ୍କ ମା ଙ୍କୁ ନିର୍ଦ୍ଦେଶ ଦେଲେ। ବିଜୟଲକ୍ଷ୍ମୀ ଙ୍କ ସ୍ଵାମୀ ଙ୍କ ମୃତ୍ୟୁ ପାଇଁ ଦୁଃଖ କଲେନି କି ସାନ୍ତ୍ଵନା ଦେଲେନି । ଓଲଟି ପୁଅକୁ ରାଜନୀତି ରୁ ଦୂରେଇ ରଖ କହି , ନିଜ ଘରୁ ଅପମାନ ଦେଇ ବିଦା କରିଦେଲେ। ନିଜ ମା ଙ୍କ ଠାରୁ ଏ କଥା ଶୁଣିବା ପରେ ନିଜକୁ ଲଜ୍ଜିତ ମନେ କରିଥିଲେ ଜଗନ। ଆଉ ନିଜ ମା ଙ୍କ ପାଖରେ ହିଁ ବାପାଙ୍କ ପରି ମୁଖ୍ୟମନ୍ତ୍ରୀ ହେବାକୁ ଶପଥ ନେଲେ। ପଦଯାତ୍ରା କୁ ଆହୁରି ଲମ୍ବା କରି ଲୋକ ମାନଙ୍କ ପାଖକୁ ଗଲେ ଆଉ ସମର୍ଥନ ବି ଲାଭ କଲେ। ଶେଷରେ ୨୦୧୯ ନିର୍ବାଚନ ରେ ଜନତା ତାଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରିଥିଲେ। ଆଜି ଜଗନ ମୋହନ ରେଡ୍ଡୀ ହେଉଛନ୍ତି ଆନ୍ଧ୍ରପ୍ରଦେଶ ର ମୁଖ୍ୟମନ୍ତ୍ରୀ। ସୋନିଆ ଗାନ୍ଧୀ ଙ୍କ ଅପମାନ ର ବଦଲା ମୁଖ୍ୟମନ୍ତ୍ରୀ ଆସନରେ ବସି ସେ ହାସଲ କରିଥିଲେ। ଯାହା ଇତିହାସରେ ସବୁଦିନ ପାଇଁ ଲେଖା ହୋଇ ରହିଗଲା।
ବିୟୁରୋ ରିପୋର୍ଟ Tvp News9