Trending
Saturday , May 18 , 2024

ସମ୍ବାଦ ଖୋଲୁଛି ବିଜେଡି କଳା ଜଗତର ଗୁମନାମ ଇତିହାସକୁ ...!!
ସାମ୍ବାଦିକର ସାମ୍ବାଦିକତା କୁ ଦୋହଲାଉଛି କି ବୁନିଆଦକୁ...!!
  ସୌମ୍ୟଙ୍କ ଏପରି ବହିସ୍କାର ଅସନ୍ତୋଷ କରାଇଛି ଓଡିଶାବାସୀ ଙ୍କୁ...!!
ବିଜେଡ଼ିର ବାର୍ତ୍ତା ସତ ନା ସୌମ୍ୟଙ୍କ ପ୍ରଶ୍ନ ...??
“ଦର୍ଶକ ବନ୍ଧୁ” 
          କାହିଁକି ଖବର ର ପ୍ରଶ୍ନ ଉତ୍ତର ଦେଇପାରୁନାହାନ୍ତି ବଡ ବଡ ବିଜେଡି ନେତା ...? ସାମ୍ବାଦିକର ସାମ୍ବାଦିକତା ଦୋହଲାଇ ଦେଉଛି କି ବୁନିଆଦକୁ ! ଯେଉଁ ସାମ୍ବାଦିକତା ଗାଇଥିଲା ବିଜେଡିର ଗାଥା ଆଜି ସେହି ଖୋଲୁଛି ବିଜେଡି କଳାଜଗତର ଗୁମନାମ ଇତିହାସକୁ ! ସୌମ୍ୟଙ୍କ ଖବରରେ ଥିବା ବିଜେଡି ପାଇଁ ଗୋଟି ଗୋଟି ପ୍ରଶ୍ନର ଉତ୍ତର ଦେବାକୁ ଅକ୍ଷମ ହୋଇଯାଇଛନ୍ତି ଦିଗ୍ ଗଜ ନେତା ମାନେ ! 
    ଦିନଥିଲା ବଡ ଚର୍ଚାରେ ରହୁଥିଲା ବିଜେଡିର ଭବିଷ୍ୟତ କିନ୍ତୁ, ଆଜି ସେହି ଭବିଷ୍ୟ ବାଣୀରୁ ଶୁଣାଯାଉଛି ପ୍ରତିଶୋଧ ନେବାର ଜ୍ଜାଳା ! ସମସ୍ତଙ୍କ ପ୍ରଶ୍ନ କ’ଣ ରହିଛି ଭିତିରି କଥା ! ସୌମ୍ୟଙ୍କୁ ବହୁତ ଲୋକେ କହିଥାନ୍ତି ଯେ, “ ସେ ଜଣେ ସାଧାରଣ ବ୍ୟକ୍ତି ବିଶେଷ ନୁହନ୍ତି ,ସେ ହେଉଛନ୍ତି ଜଣେ ଚଳନ୍ତା ଅନୁଷ୍ଠାନ ! ଅନେକ ଜନ ର ଦୁଃଖ ହରଣ କରି ସେ ମନ ଜିତୁଛନ୍ତି, ତାଙ୍କୁ ଉପସଭାପତି ପଦରୁ ବାହାର କଲାପରେ ବର୍ତ୍ତମାନ ଦଳରୁ ମଧ୍ୟ ବହିସ୍କାର କରିଦିଆଯାଇଛି ! ଏହି ଲାଗି ତୀବ୍ର ଜନ ଅସନ୍ତୋଷ ଦେଖିବାକୁ ମିଳୁଛି ଓଡିଶାବାସୀ ଙ୍କ ଠାରେ ! 
    କେତେକ ସ୍ଥାନରେ ରାସ୍ତାକୁ ଓହ୍ଲାଇଛନ୍ତି ଜନତା ଆଉ ବିଜେପିର ଏହି କାମକୁ ନିନ୍ଦା ମଧ୍ୟ କରିଛନ୍ତି, ତ ଆଉ କେଉଁଠି ଚୁପ୍ ହୋଇଛନ୍ତି ନେତାମାନେ ! କେତେକ ସ୍ଥାନରେ ଖୋଲା ହୃଦୟରେ ସ୍ଵାଗତ ବି ହୋଇଛି ସୌମ୍ୟଙ୍କ ବହିସ୍କାରକୁ ! ବର୍ତ୍ତମାନ ସମସ୍ତଙ୍କ ନଜର ଏହା ଯେ, କେତେଦିନ ଲାଗି ରହିଥିବ ସୌମ୍ୟଙ୍କ ସମର୍ଥନର ସିଲସିଲା, ଆଉ କେତେଦିନ ଚାଲିବ ଏପରି ବିକ୍ଷୋଭ ମନୋଭାବ, ଜନତା ଏବେ ଦ୍ଵନ୍ଦରେ ପଡିଛନ୍ତି ଯେ, ବିଜେଡିର ବାର୍ତ୍ତା ସତ ନା ସୌମ୍ୟଙ୍କ ପ୍ରଶ୍ନ ?

ବ୍ୟୁର ରିପୋର୍ଟ Tvp News9

Tags :- # news # tvp news9 # tvp # tvpnews

Share With