ସରକାରଙ୍କୁ ସମାଲୋଚନା କରି ଧୋଇଦେଲେ ସୌମ୍ୟ ଙ୍କ ଝିଅ...!!!
ମୁଖ୍ୟମନ୍ତ୍ରୀ ନବୀନ ବାବୁ ସବୁ ସହିବା ଲୋକ କିନ୍ତୁ VK ପାଣ୍ଡିଆନ ନୁହେଁ ....!!!
ପରିବାର ଓ ସମ୍ପର୍କୀୟ ଉପରେ ସରକାରୀ କଳ ଆକ୍ରମଣ କାହିଁକି କରୁଛି ...!!!
   ଆସନ୍ତୁ ଜାଣିବା ଏହି ଅଭିଯୋଗ କୁ ନେଇ କ'ଣ ଚାଲିଛି ଚର୍ଚା ....!!!!
   ହଁ "ଦର୍ଶକ ବନ୍ଧୁ "
ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ VK ପାଣ୍ଡିଆନଙ୍କ ଭିତରେ ଚାଲିଥିବା ଶୀତଳ ଯୁଦ୍ଧରେ ଏବେ ସମ୍ମୁଖକୁ ଆସିଛନ୍ତି ସୌମ୍ୟ ଙ୍କ ଝିଅ ତନୟା ପଟ୍ଟନାୟକ  ! ପୁଣି ତନୟା କହିଛନ୍ତି ଦୀର୍ଘ ବର୍ଷ ଧରି ସମ୍ବାଦ ପେପର ସରକାରଙ୍କୁ ତଥା ମୁଖ୍ୟମନ୍ତ୍ରୀ ଙ୍କୁ ସମାଲୋଚନା କରି ଆସୁଛି ! ତାହା ସହ ରାଜ୍ୟ ବାସୀ ସ୍ୱାର୍ଥକୁ ନିଜ ଆଖି ଆଗରେ ରଖି ଅନେକ ପ୍ରସ୍ତାବ ରଖିଛି ଏବଂ ଗଠନ ମୂଳକ ଢଙ୍ଗରେ ଏହି ପ୍ରସ୍ତାବକୁ ପ୍ରତିବାଦ ମଧ୍ୟ କରିଛି !  ଏବେ ପର୍ଯ୍ୟନ୍ତ କରକାରଙ୍କ କୌଣସି ପ୍ରତିକ୍ରିୟା କୁ ଗୁରତ୍ୱ ଦିଆ ଯାଇନଥିଲଲା ! କିନ୍ତୁ ଯେତେବେଳେ ଜଣେ ସଚିବ ଙ୍କୁ ପ୍ରଶ୍ନ ପଚରା ଯାଉଛି ଠିକ୍ ସେତେବେଳେ ସାରା ସରକାରୀ କଳ ଆମକୁ ଧ୍ୱଂସ ଓ ବିଧ୍ୱଂସ କରିବାକୁ ଲାଗି ପଡିଛନ୍ତି ! ଆଉ ସେମାନେ ବ୍ୟକ୍ତିଗତ ସ୍ତରରେ ଆକ୍ରମଣ କରିବାକୁ ଲାଗି ପଡିଛନ୍ତି !
     ତେବେ ଏହା ସମସ୍ତ ଓଡ଼ିଆଙ୍କ ପାଇଁ ଏକ ଜାଗ୍ରତ ହେବାର ବାର୍ତ୍ତା ଦେଉଛ ବୋଲି ସେ କହିଛନ୍ତି ! ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ଟ୍ୱଇଟର, ଫେସ୍ ବୁକ୍ ତନୟା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ବାବୁ କୁ ଆମେ ଏତେ ବର୍ଷ ଧରି ସମ୍ବାଦ ଓ କନକ ନ୍ୟୁଜ୍ ରେ ସମାଲୋଚନା କରିଲା ପରେ ମଧ୍ୟ ବିଜ୍ଞାପନ ବନ୍ଦ କରିବାତ ଦୂରର କଥା କିନ୍ତୁ ମୁଖ୍ୟମନ୍ତ୍ରୀ ଆମ ଉପରେ ଅନ୍ୟ ପ୍ରକାରର ଚାପ ମଧ୍ୟ ପକାଇନାହାନ୍ତି ! ତାଙ୍କର ଏହି ମହାନ ଗୁଣ ଆମକୁ ସାହାସ ଦେଉଥିଲା ଯେ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆହୁରି ଅଧିକ ପ୍ରଶ୍ନ ପଚାରିବା ପାଇଁ ! କିନ୍ତୁ ତାଙ୍କର ସେ ସହିଷ୍ଣୁତା ମନୋଭାବ ପାଇଁ ଓଡିଶା ବାସୀ ତାଙ୍କୁ ଏତେ ସେହ୍ନ, ସମ୍ମାନ ଓ ଖୁବ୍ ନିବିଡ଼ ଭଲପାଇବା ଦେଇ ଆସିଛନ୍ତି  ! କିନ୍ତୁ ଆଜି..... ସମ୍ବାଦ, କନକ, ରେଡ଼ିଓ ଏବଂ ଚକଲେଟ୍ ର ସମସ୍ତ ସରକାରୀ ଵିଜ୍ଞାପନ ବନ୍ଦ ହେବା ସହ ଘରୋଇ ସଂସ୍ଥା ମାନଙ୍କୁ ଚାପ ପକାଯାଉଛି ଯେ ଆମକୁ ଵିଜ୍ଞାପନ ନଦେବା ପାଇଁ !

   ରାତାରାତି ଧରି ମୋର ଶ୍ୱଶୁର ଯିଏ 40 ବର୍ଷ ଧରି ଓଡ଼ିଶାରେ ବ୍ୟବସାୟୀ କରିଆସୁଛନ୍ତି, ସେ ଠକ ହୋଇ କର୍ମଚାରୀ ମାନଙ୍କ ଦଲାଲ ପାଲଟିଗଲେ  ! ଏଇ ପ୍ରତିଶୋଧ ନେବାର ନିଶା ନୀଚ ସ୍ତରକୁ ଚାଲିଗଲାଣି ! ଆଉ କହିଛନ୍ତି ଯେ କାଲିକି ଯଦି ମୋ ସ୍ୱାମୀ ଏବଂ ଚାରି ବର୍ଷର ଛୁଆ ପରିବାର ଲୋକ, ସମ୍ପର୍କୀୟ ସହ କିଛି ହୋଇଯାଏ - ତାହେଲେ ମୁଁ ଦୁଃଖିତ ହେବି କିନ୍ତୁ ଆଦୌ ଆଶ୍ଚର୍ଯ୍ୟ ହେବି ନାହିଁ ବୋଲି ନିର୍ଣ୍ଣୟ ନେଇଛନ୍ତି ! ଆଜି ଏ ସରକାର ତାର ସମ୍ପୂର୍ଣ୍ଣ ଜୋର ଲଗାଇଦେଇଛି ଆମକୁ ଚୁପ୍ କରେଇବା ପାଇଁ ! ଯାହା ସବୁ ଘଟିଛି ଓ ଯାହା ଆଗକୁ ଘଟିବ ବୋଧହୁଏ ଓଡିଶା ଇହିହାସରେ ସେମିତି ଆଗରୁ କେବେବି ହୋଇନଥିବ ! ଏବେ ପ୍ରଶ୍ନ ଉଠୁଛି, ଏତେ ସବୁ କଥା କେ ଉଥି ପାଇଁ ?
   ତେଣୁ ଜଣେ ସଚିବଙ୍କୁ କିଛି ପ୍ରଶ୍ନ ପଚରାଯାଉଛି ଯେ  ସେତେବେଳେ ସାରା ସରକାରୀ କଳା ଆମକୁ ଧ୍ଯୁଂସ କରିବାକୁ ଲାଗିପଡିଛନ୍ତି ! ତେବେ ସଚିବ ଯେଉଁ ଅତ୍ୟଧିକ କ୍ଷମତାରେ ଦୁରୁପଯୋଗ କରୁଛନ୍ତି, ସେ କଥାକୁ ଲୋକଲୋଚନକୁ ଆଣିବାପାଇଁ କୁହାଯାଇଛି ! ତେଣୁ ଆମକୁ ଲାଗୁଛି ଯେ କୋଉଠିନା କୋଉଠି  ଆମେ କିଛିତ ଠିକ୍ ପ୍ରଶ୍ନ ପଚାରୁଛୁ, ନହେଲେ ଏଭଳି ପ୍ରତିଶୋଧ କ'ଣ ପାଇଁ ନେଉଛନ୍ତି ! ମୁଖ୍ୟମନ୍ତ୍ରୀ ଏତେ ସମାଲୋଚନା କଲା ପରେବି ସେ କେବେ ମଧ୍ୟ ଏପରି କରିନାହାନ୍ତି !
ବ୍ୟୁର ରିପୋର୍ଟ TVP NEWS9

Tags :- # news # tvp news9 # tvp # tvpnews

Share With