5T ସଚିବଙ୍କ ପାଇଁ କାହଁକି ଏତେ ସୁରକ୍ଷା ବ୍ୟବସ୍ଥା...?
5T ସଚିବଙ୍କୁ ଘାରିଛି କାହା ଭୟ...?
ପୁଣି ସାଂସଦ ଅପରାଜିତାଙ୍କ ଟାର୍ଗେଟରେ 5T ସଚିବ ଭି କେ ପାଣ୍ଡିଆନ l
ସୋମବାର ପାଣ୍ଡିଆନଙ୍କ ବରଗଡ଼ ଗ୍ରସ୍ତ ଲାଗି ସରକାରୀ ପ୍ରସ୍ତୁତି ଆଉ ପୋଲିସ ବ୍ୟବସ୍ଥାର ଅୟୋଜନ କୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅପରାଜିତା l
ଟୁଇଟ କରି ଅପରାଜିତା ପଚାରିଛନ୍ତି ଜଣେ ସଚିବଙ୍କ ପାଇଁ ଏତେ ସୁରକ୍ଷା ବ୍ୟବସ୍ଥା କାହିଁକି..? କାହିଁକି ସିଭିଲ ଡ୍ରେସ ବା ଧଳା ଶାର୍ଟ ଏବଂ କଳା ପ୍ୟାଣ୍ଟ ରେ ମୁତନ ହେବାକୁ ଦିଆଯାଇଛି ନିର୍ଧେସ..!! ଯଦି ମୁଖ୍ୟମନ୍ତ୍ରୀଙ୍କ ଆଦେଶର ସମୀକ୍ଷା ପାଇଁ ଯାଉଛନ୍ତି ତାହେଲେ କାହାକୁ ଭୟ କରୁଛନ୍ତି ସଚିବ...| ଖାଲି ସଚିବଙ୍କ ପାଇଁ ଏତେ ସୁରକ୍ଷା ବ୍ୟବସ୍ଥା ତାହେଲେ ମୁଖ୍ୟ ଶାସନ ସଚିବ ଏବଂ ଉର୍ଣ୍ଣୟନ କମିଶନରଙ୍କ ପାଇଁ କଣ ବ୍ୟବସ୍ଥା ତାହା ଶାସନ କଳକୁ ପଚାରିଛନ୍ତି ଅପରାଜିତା..!!
ସେପଟେ ବାଲେଶ୍ୱର ସଭାବେଳେ ମଧ୍ୟ କଂଗ୍ରେସ ନେତା ସୁଦର୍ଶନ ଦାସଙ୍କୁ ପୋଲିସ ନଜରବନ୍ଦୀ କରିବାକୁ ନେଇ 5T ସଚିବଙ୍କୁ ଟାର୍ଗେଟ କରିଛି କଂଗ୍ରେସ...!! ସୁଦର୍ଶନ ଦାସ ଅଭିଯୋଗ କରିଛନ୍ତି ପାଣ୍ଡିଆନ ପହଂଚିବା ଠାରୁ ଫେରିବା ଯାଏଁ ତାଙ୍କୁ ଘର ଭିତରେ ନଜରବନ୍ଦୀ କରିଥିଲା ପୋଲିସ...| ସଚିବଙ୍କ ଗ୍ରସ୍ତ ବେଳେ ବିରୋଧୀ ଦଳର ନେତାଙ୍କୁ ନଜରବନ୍ଦୀ କରି ରଖିବା ତାଙ୍କର ପ୍ରଥମ ଘଟଣା..| ସେ ଅଭିଯୋଗ କରିଛନ୍ତି ଲୋକଙ୍କ ଟଙ୍କାରେ ସଚିବ ହେଲିକେପ୍ଟର ଚଢୁଛନ୍ତି...ପ୍ରାୟଜିତ କାର୍ଯ୍ୟ କରୁଛନ୍ତି..!!
ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେଡି କହିଛି.. ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ କାମ କରୁଛନ୍ତି ସରକାରୀ ଅଧିକାରୀ..| 5T ସଚିବଙ୍କ ଗ୍ରସ୍ତ ବେଳେ କାହାକୁ ଅଟକ ରଖାଯାଉନି...!! 5T ସଚିବଙ୍କ ବରଗଡ଼ କାର୍ଯ୍ୟକ୍ରମକୁ ନେଇ ସାମ୍ନାକୁ ଆସିଛି ସରକରୀ ପ୍ରସ୍ତୁତିର ଆଉ ଏକ ଦିଗ...!! ସଚିବଙ୍କ ଗ୍ରସ୍ତ ବେଳେ କେବଳ ସୁରକ୍ଷା ପାଇଁ ପୋଲିସ ବିଭାଗ ନୁହେଁ ପ୍ରଶାସନିକତତ୍ୟୁର ଦାବି ଢେର..| ନଜର ପକାନ୍ତୁ RTOଙ୍କୁ ଜିଲ୍ଲାପାଲ ଦେଇଥିବା ଏହି ଚିଠି ଉପରେ...ଯେଉଁଥିରେ 8ଟି ଇନୋଭା ଏବଂ 24ଟି ସ୍ମଲ କିମ୍ବା ଘରୋଇ ବ୍ୟବସ୍ଥା କରିବାକୁ କୁହାଯାଇଛି..|
ଖାଲି ସେତିକି ନୁହେଁ କେଉଁ କେଉଁ କଲେଜ କିମ୍ବା ସ୍କୁଲରୁ କେତେ ଛାତ୍ର ଛାତ୍ରୀ କେଉଁ ବସରେ ଆସିବେ ସେନେଇ ଚିଠିରେ ଉଲେଖ ରହିଛି..!! ଆଉ ସେଇ ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି... BDO ତହସିଲଦାର ଏବଂ ଅନ୍ୟ ସରକାରୀ ଅଧିକାରୀ..| ତେବେ ଜଣେ ସଚିବଙ୍କ ପାଇଁ ଏପରି ବ୍ୟବସ୍ଥାକୁ ବେଆଇନ ବୋଲି କହିଛନ୍ତି ପୂର୍ବତନ ପ୍ରଶାସନିକ ଅଧିକାରୀ...|