* କରୋନା ପରେ ଆସୁଛି ତା ବଡ଼ ଭାଇ, କରୋନା ଠାରୁ ଆହୁରି ଭୟଙ୍କର ତା ରୂପ

* ନେଇପାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ, ପୁଣି ହୋଇପାରେ ଲକଡାଉନ୍

* ସାବଧାନ ହୁଅନ୍ତୁ , ସତର୍କ ହୋଇ ଜୀବନ ବଞ୍ଚାନ୍ତୁ , ହୁହୁ ହୋଇ ବଢ଼ୁଛି H3N2 

* H3N2 ଭୂତାଣୁ ନେଲାଣି ୬ ଜଣଙ୍କ ଜୀବନ, ଓଡ଼ିଶାରେ ୬୦ ଜଣ ହେଲେଣି ସଂକ୍ରମିତ 


     ମାଡି ମାଡ଼ି ଆସୁଛି ମହା ବିପଦ, ଧୀରେ ଧୀରେ ତାର କାୟା ବିସ୍ତାର କରୁଛି କରୋନା ଠାରୁ ଆହୁରି ଭୟଙ୍କର ଭୁତାଣୁ। ବଣ ରେ ନିଆଁ ଲାଗିବା ପରି ପ୍ରବଳ ବେଗରେ ବଢି ବଢି ଚାଲିଛି ଏହି ମଣିଷ ମରା ଭୁତାଣୁ । ମଣିଷ ଜାତି ପାଇଁ ପୁଣି ସୃଷ୍ଟି ହୋଇଛି ମହା ବିପଦ। ଏହି ଘାତକ ଭୁତାଣୁ ର ପ୍ରକୋପ ରେ ୬ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ସାରା ଦେଶରେ ବର୍ତ୍ତମାନ ସୁଦ୍ଧା ଶହ ଶହ ଲୋକ ସଂକ୍ରମିତ ହୋଇ ସାରିଲେଣି। ଏମିତିକି ଓଡିଶାରେ ମଧ୍ୟ ୬୦ ଜଣ ସଂକ୍ରମିତ ହୋଇଥିବା ନେଇ ସୁଚନା ମିଳି ସାରିଛି। ଘରକୁ ଘର ବୁଲି ଟେଷ୍ଟ କରାଗଲେ ଆହୁରି ଅନେକ ସଂକ୍ରମିତ ବାହାରି ପାରନ୍ତି। ଯାହାକୁ ନେଇ ଏବେ ସାରା ଦେଶରେ ଆତଙ୍କ ସୃଷ୍ଟି ହୋଇଛି , ଭୟର ବାତାବରଣ ଖେଳି ଯାଇଛି। ଆଉ ଲୋକମାନେ ନିଜ ଜୀବନକୁ ନେଇ ସନ୍ଦେହରେ ପଡିଛନ୍ତି। ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି।
କାରୋନା ର ପ୍ରକୋପ କମି ଆସିବା ବେଳକୁ ତା ଠାରୁ ଆହୁରି ବିନାଶକ ଭୁତାଣୁ ସୃଷ୍ଟି ହୋଇଛି, ଯାହାର ନାଁ ହେଉଛି H3N2 ଭୂତାଣୁ । ଏହି ଭୂତାଣୁ କାରୋନା ବା covid ଠାରୁ ଆହୁରି ଭୟଙ୍କର। ଅତି କମ ସମୟରେ ଏହା ଦୃତ ଗତିରେ ମାଡ଼ି ଚାଲିଛି। କୋଭିଡ ସଂକ୍ରମଣ ପରି ଏହା ବ୍ୟାପି ଚାଲିଛି। ବର୍ତ୍ତମାନ ସୁଦ୍ଧା ଦେଶର ୩ ଟି ରାଜ୍ୟରେ ୬ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ଆହୁରି ଅନେକ ସଂକ୍ରମିତ ରୋଗୀ ମରଣକୁ ଅପେକ୍ଷା କରି ରହିଛନ୍ତି। H3N2 ଭୂତାଣୁ ରେ ସାରା ଦେଶରେ ସାରା ଦେଶରେ ଶହ ଶହ ଲୋକ ସଂକ୍ରମିତ ହୋଇ ସାରିଲେଣି, ଓଡ଼ିଶାରେ ଏହି ସଂକ୍ରମିତ ଙ୍କ ସଂଖ୍ୟା ୬୦ ରହିଛି। ବହୁ ଲୋକଙ୍କ ପାଖରେ ଏହି ରୋଗର ଲକ୍ଷଣ ଦେଖିବାକୁ ମିଳୁଛି, ତେଣୁ ଟେଷ୍ଟ କରାଗଲେ ସଂକ୍ରମିତ ଙ୍କ ସଂଖ୍ୟା ବଢ଼ିବ ବୋଲି ଜଣା ପଡ଼ୁଛି। 
ଯାହାକୁ ନେଇ ଏବେ ଜୀବନ ମରଣ ର ଦୋଛକି ରେ ପଡିଛନ୍ତି ନୀରିହ ଲୋକେ। 
କାରୋନା ଆସି ସାରା ଦେଶର ଲୋକଙ୍କ ଜୀବନ ଜୀବିକା ସହ ସାଙ୍ଘାତିକ ଖେଳ ଖେଳିଥିଲା। ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇ କେତେ କେତେ ପରିବାରକୁ ଅନାଥ କରିଥିଲା। ଅନେକ ଲୋକ ଜୀବିକା ହରାଇ ସର୍ବସ୍ବାନ୍ତ ହୋଇ ପଡ଼ିଥିଲେ। ସେଇ ଦୁଃଖ ଏଯାଇଁ ମନରୁ ଲିଭିନି କି ସେ କ୍ଷତ ଆଜି ଯାଏଁ ଶୁଖିନି। ଗୋଟିଏ ଦୁଃଖ ସରି ନଥିବା ବେଳେ ଆଉ ଗୋଟେ ବଡ଼ ବିପଦ ଆସି କବାଟ ଠକ୍ ଠକ୍ କଲାଣି। ଯାହାକୁ ନେଇ ଏବେ ସାବଧାନ ହେବାର ସମୟ ଆସି ଯାଇଛି। ସାମାନ୍ୟ ଟିକିଏ ଅବହେଳା ଯୋଗୁଁ ଚାଲିଯାଇ ପାରେ ଜୀବନ। 
କୋଭିଡ ର ଲକ୍ଷଣ ସହ H3N2 ଭୂତାଣୁ ର ଲକ୍ଷଣ ମିଶି ଯାଉଛି। ଆକ୍ରାନ୍ତ ଙ୍କ ତଣ୍ଟି ଦରଜ ହେବା, ଥଣ୍ଡା କାଶ ଲାଗି ରହିବା, ଦେହ ହାତ ପୀଡା ଲାଗିବା, ନାକରୁ ପାଣି ବାହାରିବା, ବାନ୍ତି ଲାଗିବା, ନିଶ୍ବାସ ପ୍ରସ୍ୱାସ ରେ କଷ୍ଟ ହେବା ଓ ଜର ହେବା ଆଦି ଏହାର ଲକ୍ଷଣ କୁହା ଯାଉଛି। ବାୟୁ ଦ୍ଵାରା ଏହା ବ୍ୟପୁଥିବାରୁ ଅଧିକ ଲୋକଙ୍କ ପାଖରେ ଏହା ପହଞ୍ଚି ଯାଉଛି। 
ତେଣୁ କରୋନା ପରି H3N2 ଭୂତାଣୁ ପାଇଁ ମଧ୍ୟ ସାମାଜିକ ଦୂରତା ରଖିବା ଦରକାର ହୋଇ ପଡୁଛି। 

ତେଣୁ ଦର୍ଶକ ମାନଙ୍କୁ ଆମର ଅନୁରୋଧ, ସବୁବେଳେ ମାସ୍କ ବ୍ଯବହାର କରି ସାମାଜିକ ଦୂରତା ରକ୍ଷା କରନ୍ତୁ। ନିଜେ ସୁସ୍ଥ ରହିବା ସହ ଅନ୍ୟ ମାନଙ୍କୁ ବି ସଚେତନ କରନ୍ତୁ।

Tags :- # news # tvp news9 # tvp # tvpnews

Share With